ଶସ୍ତା ହେଲା ଷ୍ଟ୍ରେସ, ଅପସ୍ମାର ଓ ଡାଇବେଟିସ ମେଡିସିନ, ୪୪ ମେଡିସିନର ଖୁଚୁରା ମୂଲ୍ୟ ଧାର୍ଯ୍ୟ କଲା ଏନପିପିଏ

ଷ୍ଟ୍ରେସ, ଅପସ୍ମାର ଓ ଡାଇବେଟିସ ରୋଗର ଚିକିତ୍ସା ଲାଗି ବ୍ୟବହାର ହେଉଥିବା ମେଡିସିନ ଗୁଡିକର ଦାମ୍ କମ୍‌ ହେବ । କେନ୍ଦ୍ର ସରକାର ଏହି ସମସ୍ତ ମେଡିସିନର ମୂଲ୍ୟ ନିୟନ୍ତ୍ରଣ ନିଜ ଅଧୀନକୁ ଆଣିଛନ୍ତି ।

ଶସ୍ତା ହେଲା ମେଡିସିନ । ଷ୍ଟ୍ରେସ, ଅପସ୍ମାର ଓ ଡାଇବେଟିସ ରୋଗର ଚିକିତ୍ସା ଲାଗି ବ୍ୟବହାର ହେଉଥିବା ମେଡିସିନ ଗୁଡିକର ଦାମ୍ କମ୍‌ ହେବ । କେନ୍ଦ୍ର ସରକାର ଏହି ସମସ୍ତ ମେଡିସିନର ମୂଲ୍ୟ ନିୟନ୍ତ୍ରଣ ନିଜ ଅଧୀନକୁ ଆଣିଛନ୍ତି । ଏହି କାରଣରୁ ମାର୍କେଟରେ ଏହିସବୁ ମେଡିସିନର ମୂଲ୍ୟ ହ୍ରାସ ପାଇବ । ନ୍ୟାସନାଲ ଫାର୍ମାସିଟିକାଲ ପ୍ରାଇସିଂ ଅଥରିଟି(ଏନପିପିଏ) ୨୦୧୩ ଡ୍ରଗ୍ସ ପ୍ରାଇସ କଣ୍ଟ୍ରୋଲ ଆଦେଶ ଅଧୀନରେ ୪୪ଗୋଟି ମେଡିସିନର ଖୁଚୁରା ମୂଲ୍ୟ ଧାର୍ଯ୍ୟ କରିଛି । ତେବେ ଏହାକୁ ନେଇ ଜୁଲାଇ ୩୧ରେ ଏନପିପିଏର ୧୧୫ ତମ ବୈଠକ ଅନୁଷ୍ଠିତ ହୋଇଥିଲା ।

ବୈଠକରେ ମଲ୍ଟି ଭିଟାମିନ ଓ ଡି-୩ ସହିତ ଡାଇବେଟିସ, ପେନ୍ କିଲର, ଜ୍ୱର, ସଂକ୍ରମଣ, ହୃଦରୋଗ ଆଦି ମେଡିସିନର ସର୍ବାଧିକ ମୂଲ୍ୟ ସ୍ଥିର ହୋଇଯାଇଛି । ଟ୍ରାଇକୋ ଫାର୍ମାସ୍ୟୁଟିକାଲ୍ସର250mg/ml ର ପାରାସିଟାମଲ ଇଂଜେକ୍ସନକୁ ଛାଡ୍‌ ଦିଆଯାଇଛି । ଏହାର ଧାର୍ଯ୍ୟ ମୂଲ୍ୟ ବାହାରେ କୌଣସି ଫାର୍ମାସିଟିକାଲ କମ୍ପାନୀ କେବଳ ଜିଏସଟି ସଂଗ୍ରହ କରିପାରିବ ବୋଲି ଏନପିପିଏ କହିଛି । ଏହା ସହିତ ସମସ୍ତ ଫାର୍ମାସିଟିକାଲ କମ୍ପାନୀ ୧୫ ଦିନ ମଧ୍ୟରେ ସମସ୍ତ ଡ୍ରଗ୍ସ ଡିଲରଙ୍କୁ ନୂତନ ପ୍ରାଇସ୍ ବିଷୟରେ ସୂଚନା ପ୍ରଦାନ କରିବେ । ତେବେ ଯେଉଁ କମ୍ପାନୀ ଅତ୍ୟାବଶ୍ୟକ ସମାଗ୍ରୀ ଆଇନ ଅଧୀନରେ ଆସୁଥିବା ନିର୍ଦ୍ଦେଶକୁ ଅବମାନନା କରିବେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଏନପିପିଏର ଏଭଳି ପଦକ୍ଷେପରେ ଆଇପିସିଏ ଲାବ୍ରୋଟୋରୀଜ, ମ୍ୟାନକାଇଣ୍ଡ ଫାର୍ମା, ଅକ୍ଲେମ ଲାବ୍ରୋଟୋରିଜ, କ୍ୟାଣ୍ଡିଲା ଫାର୍ମାସ୍ୟୁଟିକାଲ୍ସ, ସିପ୍ଲା, ସନୋଫି ଏବଂ ,ବାର୍ଟ ଇଣ୍ଡିଆ ଭଳି ଫାର୍ମା କମ୍ପାନୀ ଉପରେ ପ୍ରଭାବ ପଡିବାର ସମ୍ଭାବନା ରହିଛି ।

ଏନପିପିଏ ଅନୁଯାୟୀ ଆମେକ୍ଲୋଫେନାକ, ପାରାସିଟାମଲ, ସେରାଟିଓପେପଟିଡେଜ ପରି ମେଡିସିନ ଯାହା ମୁଣ୍ଡବିନ୍ଧା, ମାଇଗ୍ରେନ, ମାଂସପେଶୀଜନିତ ଯନ୍ତ୍ରଣା, ଋତୁସ୍ରାବ ଜନିତ ଯନ୍ତ୍ରଣା କ୍ଷେତ୍ରରେ ବ୍ୟବହାର କରାଯାଏ ସେସବୁର ସର୍ବାଧିକ ମୂଲ୍ୟ ଜିଏସଟି ସହିତ ୮ଟଙ୍କା ୩୮ ପଇସା ଧାର୍ଯ୍ୟ କରାଯାଇଛି । ସେହିପରି ସିତାଗଲିପଟିନ୍ ଫସଫେଟ୍, ମେଟଫରମିନ ହାଇଡ୍ରୋକ୍ଲୋରାଇଡ ପରି ମେଡିସିନ ଯାହା ଟାଇପ ୨ ଡାଇବେଟିସ ରୋଗୀଙ୍କ ପାଇଁ ବ୍ୟବହାର କରାଯାଏ ତାହା ଟାବଲେଟ୍ ପ୍ରତି ୯ ଟଙ୍କାରେ ଉପଲବ୍ଧ ହେବ ।

ଅପସ୍ମାର ଓ ମାନସିକ ଚାପ ପରି ରୋଗର ଚିକିତ୍ସା ଲାଗି ବ୍ୟବହାର ମେଡିସିନ ତାହାର ମୂଲ୍ୟ ଯଥାକ୍ରମେ ୦.୯୮ ଟଙ୍କା ଓ ୧୪.୫୩ ଟଙ୍କା ରହିବ । ଏବେ ଏହି ସମସ୍ତ ମେଡିସିନର ମୂଲ୍ୟ ବହୁତ ଅଧିକ ରହିଛି । ଏହିସବୁ ମେଡିସିନର ଦାମ୍‌ ଠାରୁ ଜିଏସଟି ଅଲଗା ରହିଛି । ଯଦି କମ୍ପାନୀ ନିଜେ ଜିଏସଟି ଦେଉଥିବ, ତେବେ ଗ୍ରାହକଙ୍କ ଠାରୁ ଜିଏସଟି ନେଇପାରବ । ନଚେତ କୌଣସି ଦୋକାନୀ ଜିଏସଟି ନେଇପାରିବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.