Facebook Messenger ବ୍ୟବହାର କରୁଥିବା ୟୁଜରଙ୍କ ପାଇଁ ଝଟକା, ଆଗାମୀ ମାସରେ ବନ୍ଦ ହୋଇଯିବ ଏହି ଫିଚର

Facebook Messenger ଦ୍ୱାରା ୟୁଜରମାନେ ଆଉ ସେଲ୍ୟୁଲାର୍ ନେଟୱାର୍କ ବ୍ୟବହାର କରି SMS ପଠାଇ ପାରିବେ ନାହିଁ । ପ୍ରାୟ ସାତ ବର୍ଷ ପରେ ଅର୍ଥାତ୍ ଚଳିତ ବର୍ଷ ଏହି ଫିଚର ବନ୍ଦ କରାଯିବ ବୋଲି ସୂଚନା ମିଳିଛି । Facebook Messengerରେ ୟୁଜରଙ୍କୁ SMS ସପୋର୍ଟ ଫିଚର ସୁବିଧା ମିଳିବ ନାହିଁ ।

Facebook ହେଉ କିମ୍ବା Facebook Messenger ହେଉ, ଏହି ଦୁଇଟି ଆପରେ ଲକ୍ଷ ଲକ୍ଷ ଆକ୍ଟିଭ ୟୁଜର ରହିଛନ୍ତି, ଏଭଳି ପରିସ୍ଥିତିରେ କମ୍ପାନୀ Facebook Messengerରୁ ଏକ ଫିଚର ହଟାଇବାକୁ ଯାଉଛି ଯାହା ୟୁଜରଙ୍କୁ ପାଇଁ ଏକ ଝଟକା ହେବ । ୨୦୧୬ରେ ମେଟା ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ୟୁଜରଙ୍କ ପାଇଁ SMS ଇଣ୍ଟିଗ୍ରେସନ ଫିଚର ଦେଇଥିଲା ଏବଂ ବର୍ତ୍ତମାନ ପ୍ରାୟ ସାତ ବର୍ଷ ପରେ ଅର୍ଥାତ୍ ଚଳିତ ବର୍ଷ ଏହି ଫିଚର ବନ୍ଦ କରାଯିବ ବୋଲି ସୂଚନା ମିଳିଛି । ଏହାର ଅର୍ଥ Facebook Messengerରେ ୟୁଜରଙ୍କୁ SMS ସପୋର୍ଟ ଫିଚର ସୁବିଧା ମିଳିବ ନାହିଁ । ଯଦି ଆପଣ ଫେସବୁକ୍ ମେସେଞ୍ଜର ବ୍ୟବହାର କରୁଛନ୍ତି ତେବେ ଏହି ସୂଚନା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ।

Facebook Messenger ଦ୍ୱାରା ୟୁଜରମାନେ ଆଉ ସେଲ୍ୟୁଲାର୍ ନେଟୱାର୍କ ବ୍ୟବହାର କରି SMS ପଠାଇ ପାରିବେ ନାହିଁ । ସୂଚନା ଥାଉ କି, ମେଟାର ଏହି ମେସେଜିଂ ପ୍ଲାଟଫର୍ମରେ ଆଣ୍ଡ୍ରଏଡ୍ ଫୋନ୍ ୟୁଜରଙ୍କ ପାଇଁ SMS ଇଣ୍ଟିଗ୍ରେସନ ଫିଚର ୨୦୧୬ ମସିହାରେ ଆରମ୍ଭ ହୋଇଥିଲା ।

ଆପଲର iMessage ଏବଂ ଗୁଗଲ ଆଣ୍ଡ୍ରଏଡ ମେସେଜ ସହିତ ପ୍ରତିଦ୍ୱନ୍ଦିତା କରିବା ପାଇଁ ଫେସବୁକ୍ ମେସେଞ୍ଜରରେ ଏହି SMS ଇଣ୍ଟିଗ୍ରେସନ ଫିଚର ଆରମ୍ଭ ହୋଇଥିଲା ।
ଏହି ଫିଚର ଦ୍ୱାରା ୟୁଜର ସିଙ୍ଗଲ ଆପରେ ଫେସବୁକ ମେସେଜରେ ଟେକ୍ସଟ୍‌ ମେସେଜ ଦେଖିବାର ସୁବିଧା ପାଇଥିଲେ । ବର୍ତ୍ତମାନ SMS ଟେକ୍ସଟକୁ ପର୍ପଲ କଲରରେ ଦେଖାଯାଇଥିବାବେଳେ ମେସେଞ୍ଜର କନର୍ଭସେସନକୁ ବ୍ଳୁ କଲରରେ ଦେଖାଯାଉଛି ।

ତେବେ ଫେସବୁକ୍ ମେସେଞ୍ଜରରେ ଏହି ଫିଚରକୁ କମ୍ପାନୀ କାହିଁକି ବନ୍ଦ କରୁଛି ଆସନ୍ତୁ ଜାଣିବା । ସୂଚନା ଥାଉ କି, ଫେସବୁକ ଆପ୍ ସହିତ ମେସେଜ୍ ଇନବକ୍ସ ଫିଚର ବର୍ତ୍ତମାନ ଆସୁଛି । କମ୍ପାନୀ ଚଳିତ ବର୍ଷ ମାର୍ଚ୍ଚରୁ ଏହି ଫିଚର ଉପରେ ପରୀକ୍ଷା କରିବା ଆରମ୍ଭ କରିଛି ।

ଏହି ଫିଚର ସହିତ, ଫେସବୁକ୍ ବ୍ୟବହାର କରି ମେସେଜ ମାଧ୍ୟମରେ କଣ୍ଟେଟ ପଠାଇବାର ସୁବିଧା ମିଳୁଛି । କଣ୍ଟେଟ ସେୟାର କରିବା ପାଇଁ ୟୁଜରମାନଙ୍କୁ ମେସେଞ୍ଜର ଆପକୁ ସୁଇଚ୍ କରିବା ଆବଶ୍ୟକ ନାହିଁ ।

ମେସେଞ୍ଜରର ଏହି SMS ଫିଚର କେବେ ବନ୍ଦ ହେବ?
ଫେସବୁକ୍ ମେସେଞ୍ଜରରେ SMS ସପୋର୍ଟ ଫିଚର ବନ୍ଦ ହେବାର ତାରିଖ ବିଷୟରେ ମଧ୍ୟ ସୂଚନା ମିଳିଛି । ମେସେଞ୍ଜର ଆପରେ SMS ମେସେଜିଂ ସପୋର୍ଟ ସେପ୍ଟେମ୍ବର ୨୮ରେ ବନ୍ଦ ହେବାକୁ ଯାଉଛି । କମ୍ପାନୀ କହିଛି ଯେ ଆପ୍ ଅପଡେଟ୍ କରିବା ସହିତ ୟୁଜରମାନେ ଏହି ନୂଆ ଫିଚର ଦେଖିପାରିବେ। ଏହି ଫିଚର ବନ୍ଦ ହେବା ଦ୍ୱାରା ଅନେକ ୟୁଜରଙ୍କ ଉପରେ ପ୍ରଭାବ ପଡ଼ିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.