Below header

କାର କିଣିଦେଲନି ବାପା, ବିଏମଡବ୍ଲ୍ୟୁ ସୋରୁମ୍‌ ଯାଇ ପୁଅ କଲା ଏମିତି କାଣ୍ଡ

ପ୍ରାୟ ସମୟରେ ଆପଣ ଦେଖିଥିବେ ବାପା ମା’ ମାନେ ପିଲାଙ୍କ ଠାରୁ କାମ ହାସଲ କରିବା ପାଇଁ ସେମାନଙ୍କୁ ବିଭିନ୍ନ ପ୍ରକାର ଲୋଭ ଦେଖାଇଥାନ୍ତି। କେବଳ ଏତିକି ନୁହେଁ ଯଦି ସେ କାମ କରିଦିଅନ୍ତି ତେବେ ସେମାନେ ଯାହା ଚାହୁଁଛନ୍ତି ତାହା ଦେବେ ବୋଲି ମଧ୍ୟ ପ୍ରତିଶୃତି ଦେଇଥାନ୍ତି। ଠିକ୍‌ ଏମିତି ଏକ ମାମଲା ଚୀନରେ ଦେଖିବାକୁ ମିଳିଛି, ଯେଉଁଠି ଜଣେ ବାପା ନିଜ ପୁଅକୁ ପ୍ରତିଶୃତି ଦେଇଥିଲେ ଯେ ଯଦି ସେ ଡ୍ରାଇଭିଂ ଟେଷ୍ଟ ପାସ୍‌ କରିଦିଅନ୍ତି ତେବେ ସେ ତାଙ୍କୁ ଗୋଟେ ଲଗଜୁରୀ କାର୍‌ କିଣିଦେବେ। କିନ୍ତୁ ଦିନ, ମାସ, ବର୍ଷ ବିତିଗଲା ହେଲେ ବାପା କାର କିଣି ଦେଲେ ନାହିଁ।

scratchଗୋଟେ ବର୍ଷ ପୂରି ଗଲା ପରେ ପୁଅ ଆଉ ଅପେକ୍ଷା କରିପାରିଲାନାହିଁ, ସେ ଏହା ପାଇଁ ଏକ ଅଦ୍ଭୁତ ପଦକ୍ଷେପ ଉଠାଇଲା। ଜିୟାଂଗସିସ୍ଥିତ ଥିବା ଏକ ବିଏମଡବ୍ଲ୍ୟୁ ସୋରୁମରେ ଏହି ୨୨ ବର୍ଷିୟ ଯୁବକ ସେଠାରେ ଥିବା ଏକ କାରକୁ ସ୍କ୍ରାଚ କରିଦେଲେ। ସେ ଭାବିଲେ ଯେ ସ୍କ୍ରାଚ କରିଦେଲେ ତାଙ୍କ ବାପା ବାଧ୍ୟ ହେବେ ଏହି କାରକୁ କିଣିବା ପାଇଁ କିନ୍ତୁ ଘଟିଗଲା କିଛି ଓଲଟା। ବାପା ତ କାର ଦେଲେନି କିନ୍ତୁ ପୋଲିସ୍‌ ତାଙ୍କୁ ଗିରଫ କରିନେଲେ।

ଏହି ଘଟଣାକୁ ନେଇ ତଦନ୍ତ ଜାରି ରହିଛି। ସୋରୁମ୍‌ ମ୍ୟାନେଜର ପୋଲିସକୁ ସିସିଟିଭି ଫୁଟେଜ୍‌ ଦେଇଛନ୍ତି। ଯୁବକ ଜଣଙ୍କୁ ପୋଲିସ ନେଇ ପଚରାଉଚୁରା କରୁଛି। ଯୁବକ ଜଣଙ୍କ ପୋଲିସକୁ ଜଣାଇଛନ୍ତି ଯେ ତାଙ୍କୁ ଲଗଜୁରୀ କାର ବହୁତ ପସନ୍ଦ। କିନ୍ତୁ ଏହା ଏଯାଏଁ ସ୍ପଷ୍ଟ ହୋଇନି ଯେ ଯୁବକଙ୍କ ବାପା ତାଙ୍କୁ କାର କିଣି ଦେଲେ ନା ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.