Below header

ନଗର ପାଳିକା ଅଧିକାରୀଙ୍କୁ ପ୍ଲାଷ୍ଟିକରେ ଫୁଲଦାନୀ ଦେବା ପଡିଲା ମହଙ୍ଗା, ଲାଗିଲା ୫ହଜାର ଜରିମାନା

ମହାରାଷ୍ଟ୍ରର ଔରଙ୍ଗାବାଦ ସହରରେ ନଗର ପାଳିକା ଅଧିକାରୀ ନୂଆ କମିସନରଙ୍କୁ ପ୍ଲାଷ୍ଟିକ୍ ରେ ଫୁଲଦାନୀ ନେବା ଭାରି ପଡିଛି। କମିସନର ପ୍ଲାଷ୍ଟିକ ବ୍ଯବହାର କରିବା ନେଇ ଅଧିକାରୀ ୫ହଜାର ଟଙ୍କା ଜରିମାନା ଲାଗୁ କରିଛନ୍ତି। ରିପୋର୍ଟ ଅନୁଯାୟୀ ଗତ ସୋମବାର ଦିନ ଆଇଏଏସ ଅଦିକାରୀ ଆସ୍ତିକ କୁମାର ପାଣ୍ଡେ ଔରଙ୍ଗାବାଦ ନଗର ପାଳିକାର କମିସନର ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି।

ସୂଚନା ମୁତାବକ ପାଣ୍ଡେଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଅନେକ ଅଧିକାରୀମାନେ ପହଞ୍ଚିଥିଲେ। ଏହାମଧ୍ଯରେ ରାମଚନ୍ଦ୍ର ମହାଜନ ଏକ ଫୁଲଦାନୀ ନେି ପହଞ୍ଚିଥିଲେ, ଯାହାର ତଳେ ପ୍ଲାଷ୍ଟିକ୍ ଲାଗିଥିଲା। ଯାହାଫଳରେ ଘଟଣା ସ୍ଥଳରେ ମହାଜନଙ୍କୁ ୫ହଜାର ଟଙ୍କା ଜରିମାନା ଦେବାକୁ ପଡିଥିଲା। ଏହି ଜରିମାନାର ରସିଦ୍ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନା ଅନୁଯାୟୀ ମହାରାଷ୍ଟ୍ର ସରକାର ଗତ ଜୁନ୍ ମାସରେ ସିଙ୍ଗଲ ୟୁଜ୍ ଡିସ୍ପୋଜଲ ଜିନିଷ ସହ ସମସ୍ତ ପ୍ରକାର ପ୍ଲାଷ୍ଟିକ୍ ଉତ୍ପାଦନ ଉପରେ ପ୍ରବନ୍ଧ ଲଗାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.