ଦୁଇ ଷଣ୍ଢ ମଧ୍ୟରେ ଲାଗିଥିଲା ଲଢ଼େଇ, ବୁଝାସୁଝା ପାଇଁ ମଝିରେ ପଶିଲା କୁକୁର; ଦେଖନ୍ତୁ ଭିଡିଓ

ଆପଣ ସୋସିଆଲ ମିଡିଆରେ ପଶୁ ମାନଙ୍କ ଲଢ଼େଇର ଅନେକ ଭିଡିଓ ଦେଖିଥିବେ ନିଶ୍ଚୟ। ଏହି ଭିଡିଓ ଗୁଡିକ ମଧ୍ୟରୁ କେତେକ ଏତେ ବିପଜ୍ଜନକ ଥାଏ ଯେ ଯାହାକୁ ଦେଖିବା ପରେ ଲୋମ ଟାଙ୍କୁରି ଯାଏ। ଆଜିକାଲି ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ୨ ଷଣ୍ଢ ଲଢ଼େଇ ଲାଗିଥିବା ଦେଖିବାକୁ ମିଳିଛି । ସେହି ସମୟରେ ଏକ କୁକୁର ମଝିରେ ପଶିଥିଲା, ଯାହାପରେ ଏକ ମଜାଦାର ଦୃଶ୍ୟ ଭିଡିଓରେ ଦେଖିବାକୁ ମିଳିଥିଲା ।

ଭାଇରାଲ୍ ଭିଡିଓରେ, ଆପଣ ଦୁଇଟି ଷଣ୍ଢ ଲଢେଇ ଦେଖିପାରୁଥିବେ। ଦୁହିଁଙ୍କ ମଧ୍ୟରେ ଭୀଷଣ ଯୁଦ୍ଧ ଚାଲିଛି । ଲଢେଇ ଚାଲିଥିବା ସମୟରେ ଠିକ୍ ସେତିକି ବେଳେ ପାଖରେ ଥିବା କୁକୁର ବୁଝାମଣା ପାଇଁ ସେମାନଙ୍କ ଲଢ଼େଇ ଭିତରେ ପଶିଆସିଥିଲା । ଏହା ପରେ ଯାହା ଘଟିଲା, ତାହା ଦେଖି ଆପଣ ବି ହସି ହସି ଗଡ଼ିବେ ।

ଭିଡିଓରେ ଆପଣଙ୍କୁ ଦେଖିବାକୁ ମିଳିବ ଯେ ହଠାତ ୨ଟି ଷଣ୍ଢଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ଆରମ୍ଭ ହୋଇଥିଲା । ଏହାରି ମଧ୍ୟରେ କୁକୁର ମଝିରେ ପଶିବାରୁ ଜଣେ ଷଣ୍ଢ ବରଦାସ୍ତ କରିପାରିଲା ନାହିଁ । ଏହା ପରେ ସେ ନିଜର ପାଟିରେ କୁକୁରର କାନକୁ ଧରି ଭୂମିରୁ ଉଠାଇ କିଛି ଦୂରକୁ ଫିଙ୍ଗିଦେଇଥିଲା । ଏହି ସମୟରେ ସୁଯୋଗ ନେଇ ଦ୍ୱିତୀୟ ଷଣ୍ଢଟି ନିଜ ଶିଙ୍ଗରେ ଆକ୍ରମଣ କରିବାରେ ଲାଗିଥିଲା । ଦେଖନ୍ତୁ ଭିଡିଓ –

ଏହି ଲଢେଇ ଦେଖିବାକୁ ବହୁତ ମଜାଳିଆ। ଏହି ଭିଡିଓକୁ ir_geographic ନାମକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରାଯାଇଛି। ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଭିଡିଓକୁ ଅଧିକ ଲୋକ ଦେଖିବା ସହ ମଜାଦାର କମେଣ୍ଟ ଦେଉଥିବାର ଦେଖିବାକୁ ମିଳିଛି ।