ଆଜି ଯୁଦ୍ଧର ୨୬ ଦିନ: ବଢ଼ୁଛି ରୁଷ୍‌ ସେନାର ବର୍ବରତା, ରିଟ୍ରୋଭିଲେ ସପିଂ ମଲ ଉପରେ ଭୟଙ୍କର ଆକ୍ରମଣ

ନୂଆଦିଲ୍ଲୀ: ଯୁଦ୍ଧ ଲମ୍ବୁଛି । ବଢ଼ୁଛି ରୁଷ୍‌ ସେନାର ବର୍ବରତା । ନିରିହ ଲୋକଙ୍କ ଜୀବନ ଯାଉଛି । ଆଜି ଯୁଦ୍ଧର ୨୬ ଦିନ । ଏକ ସପିଂ ମଲ ଉପରେ ଭୟଙ୍କର ଆକ୍ରମଣ କରିଛି ରୁଷ ସେନା । ରିଟ୍ରୋଭିଲେ ସପିଂ ମଲ ଉପରେ ହମଲା । ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଛି ସପିଂ ମଲ । ସିକ୍ୟୁରିଟି କ୍ୟାମେରାରେ ଏହି ଭିଡ଼ିଓ କଏଦ ହୋଇଛି । ପୁଡିଲ ଜିଲ୍ଲାରେ ଥିବା ରିଟ୍ରୋଭିଲେ ସପିଂ ମଲ ଉପରେ ଆକ୍ରମଣ ହୋଇଛି । ରାଜଧାନୀ କିଭରେ ପୁଣି ବୋମାବର୍ଷା । ସହରର ବିଭିନ୍ନ ସ୍ଥାନରେ ପ୍ରଚଣ୍ଡ ବୋମାମାଡ଼ ଶବ୍ଦ ।

ଅନ୍ଯପଟେ ରୁଷ-ୟୁକ୍ରେନ୍‌ ଯୁଦ୍ଧ ଭିତରେ ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି । ପୁଟିନଙ୍କ ସହ ଆଲୋଚନା ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି ଜେଲେନସ୍କି । ଯଦି ରାଜି ନହୁଅନ୍ତି ତା ଅର୍ଥ ତୃତୀୟ ବିଶ୍ୱଯୁଦ୍ଧ ହେବ । ଏଭଳି ମନ୍ତବ୍ୟ ରଖିଛନ୍ତି ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କି । ୨୬ ଦିନ ହେଲାଣି ରୁଷ-ୟୁକ୍ରେନ୍‌ ଭିତରେ ଘମାଘୋଟ ଯୁଦ୍ଧ ଚାଲିଛି ।

ଏଭଳି ସ୍ଥିତିରେ ପୁଟିନଙ୍କ ସହ ଆଲୋଚନା ପାଇଁ ରାଜି ଥିବା ଜେଲେନସ୍କି କହିଛନ୍ତି । ଯଦି ଆଲୋଚନା ଉଦ୍ୟମ ବିଫଳ ହୁଏ, ତେବେ ତୃତୀୟ ବିଶ୍ୱଯୁଦ୍ଧ ସୃଷ୍ଟି କରିବ ବୋଲି ଜେଲେନସ୍କି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.