କେଉଁ ଦେଶର କର୍ମଚାରୀଙ୍କୁ ମିଳେ ସର୍ବାଧିକ ଦରମା, ଜାଣନ୍ତୁ କେତେ ରହିଛି ବାର୍ଷିକ ବେତନ

ବର୍ତ୍ତମାନର ଜୀବନଶୈଳୀରେ ଟଙ୍କାର ମହତ୍ତ୍ୱ ଅଧିକ ରହିଛି । ଦିନକୁ ଦିନ ଦରଦାମ ବୃଦ୍ଧି ହେତୁ ଲୋକେ ଅଧିକ ଟଙ୍କା କମାଇବା ପାଇଁ ଚାହୁଁଛନ୍ତି । କିଛି ଲୋକ ଅଧିକ ଟଙ୍କା ରୋଜଗାର ପାଇଁ ଅନ୍ୟ ଦେଶକୁ ଯାଇଥାନ୍ତି ।

ଅନେକ ଲୋକ ବିଦେଶ ଯାଇ ଟଙ୍କା ଉପାର୍ଜନ କରିବାକୁ ଇଚ୍ଛା ରଖନ୍ତି । ବର୍ତ୍ତମାନର ଜୀବନଶୈଳୀରେ ଟଙ୍କାର ମହତ୍ତ୍ୱ ଅଧିକ ରହିଛି । ଦିନକୁ ଦିନ ଦରଦାମ ବୃଦ୍ଧି ହେତୁ ଲୋକେ ଅଧିକ ଟଙ୍କା କମାଇବା ପାଇଁ ଚାହୁଁଛନ୍ତି । କିଛି ଲୋକ ଅଧିକ ଟଙ୍କା ରୋଜଗାର ପାଇଁ ଅନ୍ୟ ଦେଶକୁ ଯାଇଥାନ୍ତି । କିନ୍ତୁ କେଉଁ ଦେଶରେ ଅଧିକ ଦରମା ମିଳେ ତାହା ଆପଣ ଜାଣିଛନ୍ତି କି? ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଦେଶ ବିଷୟରେ କହିବୁ ଯେଉଁଠାରେ କର୍ମଚାରୀଙ୍କୁ ବହୁତ ଅଧିକ ଦରମା ଦିଆ ଯାଇଥାଏ । ଆପଣ ଏହି ସ୍ଥାନକୁ ଯାଇ ଭଲ ରୋଜଗାର କରି ପାରିବେ ।

ମଧ୍ୟ ୟୁରୋପର ଏକ ଛୋଟ ଦେଶ ହେଉଛି ଅଷ୍ଟ୍ରିଆ । ଜୀବନଶୈଳୀ ଏବଂ ସୁରକ୍ଷା ଦୃଷ୍ଟିରୁ ଏହା ଏକ ସୁନ୍ଦର ଦେଶ । ଅଷ୍ଟ୍ରିଆରେ କାମ କରୁଥିବା କର୍ମଚାରୀଙ୍କ ଦରମା ବହୁତ ଅଧିକ ରହିଛି । ଏହି ଦେଶରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀ ଏକ ବର୍ଷରେ ହାରାହାରି ୫୦ ହଜାର ଡଲାର ଅର୍ଥାତ ୩୬ ଲକ୍ଷ ଟଙ୍କା ରୋଜଗାର କରିଥାଏ । ଅନ୍ୟପଟେ ପ୍ରାକୃତିକ ପରିବେଶ ପାଇଁ ଜଣାଥିବା ନରେଓ୍ଵ ନିଜର କର୍ମଚାରୀଙ୍କୁ ଅଧିକ ଦରମା ଦେଇଥାଏ । ଏହି ଦେଶରେ ବାର୍ଷିକ ଦରମା ୫୧ ହଜାର ଡଲାର ଅର୍ଥାତ ପାଖାପାଖି ୩୭ ଲକ୍ଷ ଟଙ୍କା କର୍ମଚାରୀ ମାନେ ରୋଜଗାର କରିଥାନ୍ତି ।

ୟୁରୋପସ୍ଥିତ ବେଲ୍ଜିୟମ ନିଜର କର୍ମଚାରୀଙ୍କୁ ବହୁତ ଅଧିକ ଦରମା ଦେଇଥାଏ । ଏଠାରେ ହାରାହାରି ଦରମା ୫୨ ହଜାର ଡଲାର ଅର୍ଥାତ ପାଖାପାଖି ୩୮ ଲକ୍ଷ ଟଙ୍କା କର୍ମଚାରୀଙ୍କୁ ମିଳିଥାଏ । ସେହିପରି ସୁନ୍ଦର ବେଳାଭୂମି ଏବଂ ସାପ ମାନଙ୍କର ଦେଶ ଭାବେ ଜଣାଥିବା ଅଷ୍ଟ୍ରେଲିଆ ଦେଶ ନିଜର ଆର୍ଥିକ ବ୍ୟବସ୍ଥା ପାଇଁ ଭିନ୍ନ ପରିଚୟ ସୃଷ୍ଟି କରିଛି । ଏହି ଦେଶର କର୍ମଚାରୀଙ୍କ ବାର୍ଷିକ ଦରମା ୫୩ ହଜାର ଡଲାର ଅର୍ଥାତ ପାଖାପାଖି ୩୯ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି ।

ୟୁରୋପସ୍ଥିତ ନେଦରଲ୍ୟାଣ୍ଡ ନିଜ କର୍ମଚାରୀଙ୍କୁ ବାର୍ଷିକ ଦରମା ୫୪ ହଜାର ଡଲାର ଅର୍ଥାତ ପାଖାପାଖି ୪୦ ଲକ୍ଷ ଟଙ୍କା ଦେଇଥାଏ । ଏହି ଦେଶର ରାଜଧାନୀ ଏମ୍ସଟଡର୍ମ ବିଶ୍ୱର ଗ୍ଲୋବାଲ ସିଟି ଭାବେ ବେଶ୍‌ ଜଣାଶୁଣା । ସେହିପରି ଲକ୍ଜମବର୍ଗ ପଶ୍ଚିମ ୟୁରୋପରେ ଅବସ୍ଥିତ ଏକ ଛୋଟ ଦେଶ । ଏଠାରେ କର୍ମଚାରୀଙ୍କୁ ୬୫ ହଜାର ଡଲାର ଅର୍ଥାତ ପାଖାପାଖି ୪୮ ଲକ୍ଷ ଟଙ୍କା ବର୍ଷକୁ ମିଳିଥାଏ । ଆପଣମାନେ ଯଦି ଅଧିକ ଟଙ୍କା ରୋଜଗାର କରିବା ପାଇଁ ଚାହୁଛନ୍ତି ତେବେ ଏହି ଦେଶ ମାନଙ୍କୁ ଯାଇ ଆପଣ ମଧ୍ୟ ଅଧିକ ଟଙ୍କା ରୋଜଗାର କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.