ଶ୍ରାବଣ ମାସରେ କରନ୍ତୁ ମଙ୍ଗଳା ଗୌରୀଙ୍କ ବ୍ରତ, ହେବ ସବୁ ମନସ୍କାମନା ପୂର୍ଣ୍ଣ

ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ଆଶିର୍ବାଦ ପାଇବା ପାଇଁ ଶ୍ରାବଣ ମାସକୁ ସର୍ବଶ୍ରେଷ୍ଠ ମାସ ରୂପେ ମନାଯାଏ। ଏହି ମାସରେ ଭଗବାନ ଶିବଙ୍କୁ ବିଧିବିଧାନ ପୂର୍ବକ ପୂଜା କରାଯାଏ। ଶ୍ରାବଣ ମାସର ସୋମବାରର ବିଶେଷ ମହତ୍ୱ ରହିଛି। ତେବେ ୨୬ ଜୁଲାଇ ଅର୍ଥାତ ଗତ କାଲି ଶ୍ରାବଣ ମାସର ପ୍ରଥମ ସୋମାବାର ପଡ଼ିଥିଲା। କିନ୍ତୁ କରୋନା ପାଇଁ ସବୁ ମନ୍ଦିର ପ୍ରାୟ ଖାଁ ଖାଁ ଥିଲ।। କାଉଡ଼ିଆଙ୍କ ବୋଲବମ ଧ୍ୱନି ମଧ୍ୟ ଶୁଣିବାକୁ ମିଳିନଥିଲା।

ତେବେ କେବଳ ସୋମବାର ନୁହେଁ ବରଂ ମଙ୍ଗଳବାରର ମଧ୍ୟ ଖୁବ ବିଶେଷତ୍ୱ ରହିଛି। ଶ୍ରାବଣ ମାସର ମଙ୍ଗଳବାର ମଙ୍ଗଳା ଗୌରୀ ବ୍ରତ କରାଯାଇଥାଏ। କୁହାଯାଏ ଯେ, ଏହା କରିବା ଦ୍ୱାରା ବୈବାହିକ ଜୀବନ ସହ ଜଡ଼ିତ ସମସ୍ତ ସମସ୍ୟାର ସମାଧାନ ହୋଇଥାଏ। ସନ୍ତାନ ସୁଖ ମଧ୍ୟ ଏହାଦ୍ୱାରା ଲାଭ ହୋଇଥାଏ । ତେବେ ଏବର୍ଷ ଜୁଲାଇ ୨୭ ବା ଆଜି ମଙ୍ଗଳବାର ପଡ଼ିଛି।

ମଙ୍ଗଳା ଗୌରୀ ବ୍ରତକୁ ସାଧାରଣତଃ ସଧବା ନାରୀ ମାନେ କରିଥାନ୍ତି। ମାନ୍ୟତା ରହିଛି ଯେ, ଏହି ବ୍ରତକୁ ରଖିବା ଦ୍ୱାରା ଅଖଣ୍ଡ ସୌଭାଗ୍ୟବତି ହେବାର ଆଶିର୍ବାଦ ପ୍ରାପ୍ତି ହୋଇଥାଏ। ଏହାଦ୍ୱାରା ଉକ୍ତ ନାରୀଙ୍କ ସ୍ୱାମୀ ଦୀର୍ଘାୟୁ ହେବା ସହିତ ସୁସ୍ଥ ରହିଥାନ୍ତି। ମାସକ ମଧ୍ୟରେ ଏହି ବ୍ରତକୁ ୪ ରୁ ୫ ଥର ରଖାଯାଇଥାଏ। ପ୍ରାତଃରୁ ଉଠି ସୁର୍ଯ୍ୟଦେବଙ୍କୁ ପୂଜା କରିବା ପରେ ଚୌକି ଉପରେ ନାଲି କପଡ଼ା ପକାଇ ମାତା ପାର୍ବତୀ ଅର୍ଥାତ ମଙ୍ଗଳାଙ୍କ ପ୍ରତିମାକୁ ସ୍ଥାପିତ କରି ଆପଣ ବିଧିବିଧାନ ପୂର୍ବକ ପୂଜା କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.