ମାତ୍ର ୫ ବର୍ଷର ଝିଅ, ବୁଲି ସାରିଲାଣି ୪୪ ରୁ ଅଧିକ ଦେଶ, ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସରେ ଦାଖଲ ହେଲା ନାମ

ନୂଆ ନୂଆ ଦେଶ ବୁଲିବାରେ ଅଧିକାଂଶ ଲୋକଙ୍କର ଇଚ୍ଛା ଥାଏ । ହେଲେ ୫ ବର୍ଷର ଜଣେ ଝିଅ ଏତେ କମ ବୟସରେ ଯେତେ ଦେଶ ବୁଲିଛନ୍ତି ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ହେଲେ ଏହି ବୁଲିବା ତା ପାଇଁ ସୌକ ପୁହେଁ । କହିବାକୁ ଗଲେ ଏକ ପ୍ରକାର ବାଧ୍ୟବାଧକତା ।

କାରଣ ବାଳିକାର ପିତା ଚାକିରି କରନ୍ତି ଜାହଜରେ । ଗ୍ଵାଲିଅରର ନାମଚିନ ଟାଉନସିପରେ ରହୁଥିବା ପରିଜା ଖାନ୍‌ (୫ବର୍ଷ) ଏହି ଅଧିକ ଦେଶ ଭ୍ରମଣ ପାଇଁ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ତାର ନାମ ଦାଖଲ କରିପାରିଛି । ପରିଜା ଏ ପର୍ଯ୍ୟନ୍ତ ବିଶ୍ୱର ୪୪ ଟି ଦେଶର ୧୧୦ ସହର ବୁଲିସାରିଲେଣି ।

ପରିଜା ଖାନ୍‌ଙ୍କ ପିତା କ୍ୟାପଟେନ୍‌ ସାହିଦ ରଜା ଖାନ୍‌ ମର୍ଚାଣ୍ଟ ନ୍ୟାଭିରେ ଚାକିରି କରନ୍ତି । ପରିବାରରେ କେବଳ ବୃଦ୍ଧ ପିତା ମାତା ଥିବାରୁ ସାହିଦ ତାଙ୍କ ଡ୍ୟୁଟିରେ ଯୁଆଡେ ଯାଆନ୍ତି ପତ୍ନୀଙ୍କ ସହ ଝିଅକୁ ନେଇ ମଧ୍ୟ ଯାଇଥାନ୍ତି । ଏହି କାରଣରୁ ପତ୍ନୀ ସାୟନା ସହ ଝିଅ ପରିଜା ମଧ୍ୟ ସାଂଗରେ ରହିଥାନ୍ତି । ଫଳରେ ପରିଜା ଆଜିଯାଏ ୪୪ ଟି ଦେଶର ୧୧୦ ସହର ବୁଲିସାରିଲେଣି ।

ଏଥିପାଇଁ ପରିଜା ୨୧ ମାସର ସମୁଦ୍ର ଯାତ୍ରା ମଧ୍ୟ କରିଛନ୍ତି,ଯେଉଁଥିରେ ସାତ ମହାସାଗର ଯଥା ଆଟଲାଣ୍ଟିକ ମହାସାଗର, ପ୍ରଶାନ୍ତ ମହାସାଗର, ହିନ୍ଦ ମହାସାଗର,ଭୁମଧ୍ୟ ସାଗର, ତାଇଓ୍ଵାନ ସାଗର, ପିଲା ସାଗର ଓ ପନାମା ନହର ମଧ୍ୟ ବୁଲିଛନ୍ତି । ପରିଜାଙ୍କୁ ଗତ ମାସ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ ଏପ୍ରିସିଏସନ ସାର୍ଟିଫିକେଟ ପ୍ରଦାନ କରିଛି ।

ସାତ ସମୁଦ୍ର ଯାତ୍ରା କରିଛନ୍ତି ୨୧ ମାସରେ

ସୂଚନା ଅନୁଯାୟୀ ପରିଜା ଖାନ୍‌ ପିତାଙ୍କ ମର୍ଚାଣ୍ଟ ନ୍ୟାଭି ଚାକିରି କାରଣରୁ ଆଟଲାଣ୍ଟିକ ମହାସାଗର, ପ୍ରଶାନ୍ତ ମହାସାଗର, ହିନ୍ଦ ମହାସାଗର,ଭୁମଧ୍ୟ ସାଗର, ତାଇଓ୍ଵାନ ସାଗର, ପିଲା ସାଗର ଓ ପନାମା ନହର ଆଦି ଦେଇ ଯାତ୍ରା କରିବା ମଧ୍ୟରେ ୪୪ ଦେଶର ୧୧୦ ସହର ବୁଲିଛନ୍ତି । ଏଥିସହିତ ତାଙ୍କର ୭ ସମୁଦ୍ର ଯାତ୍ରା ମଧ୍ୟ ସମ୍ପୁର୍ଣ୍ଣ ହୋଇଛି । ଏତେ କମ ବୟସରେ ଏତେ ଦେଶ ବୁଲିବା ବୋଧହୁଏ ଆଉ କେହି କରିନଥିବେ ।

ଏବେ ପରିଜାଙ୍କ ଯାତ୍ରା ହେବ ବନ୍ଦ

ଏବେ ପରିଜାଙ୍କ ଯାତ୍ରା ବନ୍ଦ ହେବ । କାରଣ ପରିଜାକୁ ଏବେ ୬ ବର୍ଷ ହେବା ଯୋଗୁ ତାକୁ ସ୍କୁଲରେ ଆଡମିଶନ ନେବାକୁ ହେବ । ଫଳରେ ସ୍କୁଲରେ ପ୍ରବେଶ କରିବା ପରେ ସେ ଆଉ ବାପାଙ୍କ ସହିତ ଯାତ୍ରା କରିପାରିବେ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.