ଜାଣନ୍ତୁ ୨୦୨୧ ରେ କେଉଁ ରାଶି ଉପରେ ପଡ଼ିବ ଶନିଙ୍କ ପ୍ରଭାବ, ଆଗରୁ ହୋଇଯାଆନ୍ତୁ ସତର୍କ

ଶେଷ ହେବାକୁ ଯାଉଛି ୨୦୨୦ ବର୍ଷ। ଏନେଇ ମାତ୍ର ଆଉ କିଛି ଦିନ ବାକି ରହିଛି। ଅନ୍ୟପଟେ ନୂଆବର୍ଷ ଅର୍ଥାତ ୨୦୨୧ କୁ ନେଇ ଲୋକମାନେ ବହୁତ ଉତ୍ସାହିତ ଅଛନ୍ତି। ଚଳିତ ବର୍ଷ କରୋନା ମହାମାରୀ ପାଇଁ ଘରେ ରହି ସବୁ ଲୋକଙ୍କ ଦିନଗୁଡ଼ିକ ବିତିଗଲା। ଏନେଇ ନୂଆବର୍ଷ କିଛି ଶୁଭ ଖବର ନେଇ ଆସିବ ବୋଲି ଲୋକଙ୍କ ଆଶା ରହିଛି।

ଜ୍ୟୋତିଷ ଶାସ୍ତ୍ରରେ ଶନି ଦେବଙ୍କୁ ନ୍ୟାୟ ପ୍ରିୟ ଦେବତା ରୂପେ ପୂଜା କରାଯାଇଥାଏ। ଲୋକମାନେ ଏପରି ଭାବିଥାନ୍ତି କି ଶନିଙ୍କ ଦୃଷ୍ଟି ସର୍ବଦା ଖରାପ ହୋଇଥାଏ । କିନ୍ତୁ ପ୍ରକୃତରେ ମନ୍ୟୁଷକୁ ସେପରି ଫଳ ମିଳିଥାଏ ଯେପରି ସିଏ କର୍ମ କରିଥାଏ। ମାନ୍ୟତା ରହିଛି ଯଦି ଶନି ମହାରାଜ କୋପ କରିଥାନ୍ତି ତେବେ ରାଜା ଭଳି ଲୋକଙ୍କୁ ବି ଗରିବ କରିଦେଇଥାନ୍ତି। ଶନିଙ୍କ ଖରାପ ପ୍ରଭାବ ଦ୍ୱାରା ବ୍ୟବସାୟ, ଚାକିରି ଏବଂ ବୈବାହିକ ଜୀବନରେ ମଧ୍ୟ ସମସ୍ୟା ଦେଖାଯାଇଥାଏ। କିନ୍ତୁ ଶନି ଯଦି ମଜବୁତ୍‌ ରହିଥାନ୍ତି ତେବେ ବ୍ୟକ୍ତିଙ୍କୁ ଏହି ସବୁ କ୍ଷେତ୍ରରେ ଅପାର ସଫଳତା ପ୍ରାପ୍ତ ହୋଇଥାଏ।

Shani Poojaଜାଣନ୍ତୁ ୨୦୨୧ରେ କିପରି ରହିବ ଶନି ଗ୍ରହଙ୍କ ସ୍ଥିତି

ନୂତନ ବର୍ଷରେ ଶନି ଦେବ ମକର ରାଶିରେ ରହିବେ। ପୁରା ବର୍ଷ ସେ ଅନ୍ୟ କୌଣସି ରାଶିକୁ ପ୍ରବେଶ କରିବେ ନାହିଁ। କିନ୍ତୁ ଏହି ସମୟରେ ତାଙ୍କର ନକ୍ଷତ୍ର ପରିବର୍ତ୍ତନ ହେବ। ୨୨ ଜାନୁଆରୀରେ ଶନି ମହାରାଜ ଶ୍ରାବଣ ନକ୍ଷତ୍ରକୁ ଗୋଚର କରିବେ।

ଶନିଙ୍କ ପ୍ରଭାବ ପଡ଼ିବା କାରଣରୁ ଅଧିକାଂଶ ଲୋକ ଚିନ୍ତାରେ ରହିଥାନ୍ତି । କିନ୍ତୁ କେବେ କେବେ ଏହା ଶୁଭଦାୟକ ମଧ୍ୟ ହୋଇଥାଏ। ଆସନ୍ତା ବର୍ଷ ୨୦୨୧ରେ ଧନୁ ରାଶିର ଲୋକମାନଙ୍କ ଉପରେ ଶନିଙ୍କ ପ୍ରଭାବ ପଡିପାରେ। ଏହାଦ୍ୱାରା ଧନୁ ରାଶିର ଲୋକମାନଙ୍କୁ କିଛି ଶୁଭ ଖବର ଶୁଣିବାକୁ ମିଳିବ। ସେହିଭଳି ମକର ରାଶିର ଲୋକମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ଖର୍ଚ୍ଚ ବଢିପାରେ ଏବଂ ଆପଣ ଚାହୁଁଥିବା ପରିଣାମ ପାଇବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡିପାରେ। ସେହିଭଳି କୁମ୍ଭ ରାଶିର ବ୍ୟକ୍ତିମାନଙ୍କୁ ଶନିଙ୍କ ପ୍ରଭାବରୁ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଇପାରେ। ବ୍ୟବସାୟରେ ମଧ୍ୟମ ଧରଣର ଫଳ ମିଳିବ।

saniଶନି ଦୋଷରୁ ରକ୍ଷା ପାଇବାର ଉପାୟ

ବିଦ୍ୱାନଙ୍କ କହିବାନୁଯାୟୀ, ପ୍ରତ୍ୟେକ ଦିନ ଅଶ୍ୱତ୍ଥ ବୃକ୍ଷ ମୂଳରେ ଜଳ ଅର୍ପଣ କରନ୍ତୁ। ଏଥିସହ ସଂଧ୍ୟା ସମୟରେ ବୃକ୍ଷ ନିକଟରେ ସୋରିଷ ତେଲରେ ଦୀପ ଲଗାନ୍ତୁ। କୁହାଯାଇଥାଏ ଶନିଙ୍କ ଖରାପ ପ୍ରଭାବ ପଡ଼ିବା ସମୟରେ ପକ୍ଷୀଙ୍କ ସେବା କରିବା ଉଚିତ। ଏପରି ବ୍ୟକ୍ତିଙ୍କ ଜୀବନରେ ଶନିଙ୍କ ନକାରାତ୍ମକ ପ୍ରଭାବ ପଡ଼ିନଥାଏ। କୁହାଯାଇଥାଏ, ଯେଉଁ ବ୍ୟକ୍ତି ଅସହାୟ ଲୋକଙ୍କ ସାହାରା ହୋଇଥାନ୍ତି ସେହି ବ୍ୟକ୍ତିଙ୍କ ଉପରେ ଶନି ଦେବଙ୍କ ବିଶେଷ କୃପା ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.