ପୁରା ହେଲା ପୁଲୱାମା ପ୍ରତିଶୋଧ, ଏବେ ନିଜ ପ୍ରତିଜ୍ଞା ରଖି ମାସେ ଯାଏଁ ଯାତ୍ରୀଙ୍କୁ ମାଗଣା ସେବା ଦେବେ ଅଟୋ ଡ୍ରାଇଭର୍

ପୁରା ହେଲା ପୁଲୱାମା ପ୍ରତିଶୋଧ । ୪୦ ଯବାନଙ୍କ ବଦଳରେ ୩୦୦ ଆତଙ୍କୀ ସଫା କରି ପ୍ରତିଶୋଧର ନିଆଁକୁ ଥଣ୍ଡା କରିଛି ଭାରତୀୟ ବାୟୁସେନା । ପାକିସ୍ତାନରେ ଏୟାରଷ୍ଟ୍ରାଇକ୍ କରି ନିଜ ପ୍ରତିଜ୍ଞା ପୁରା କରିଛନ୍ତି ସରକାର । ସୋସିଆଲ୍ ମିଡିଆରେ ଏହି ଅପରେସନର ନାଁ ଦିଆଯାଇଛି ସର୍ଜିକାଲ୍ ଷ୍ଟ୍ରାଇକ୍ ୨ ।

ତେବେ ଏହି ପୁଲୱାମା ପ୍ରତିଶୋଧରେ ଦେଶରେ ଉତ୍ସବର ମାହୋଲ୍ ଦେଖିବାକୁ ମିଳିଛି । ସମସ୍ତେ ନିଜ ନିଜ ସ୍ତରରେ ଏହି ଖୁସିକୁ ପାଳନ କରୁଛନ୍ତି । ସେହିପରି ଜଣେ ଅଟୋ ଡ୍ରାଇଭର୍ ହେଉଛନ୍ତି ଚଣ୍ଡିଗଡର ଅନୀଲ୍ । ଯିଏ ପ୍ରତିଜ୍ଞା କରିଥିଲେ ଯେଉଁଦିନ ଦେଶ ସହିଦ ଯବାନଙ୍କ ବଳିଦାନର ପ୍ରତିଶୋଧ ନେବ ସେଦିନଠାରୁ ଏକ ମାସ ଯାଏଁ ମାଗଣା ସେବା ଦେବି ।

ଏବେ ଭାରତୀୟ ବାୟୁସେନାର ଏହି ଅପରେସନରେ ଖୁବ୍ ଖୁସି ଅନୀଲ୍ । ଆଉ ଏକ ମାସ ଯାଏଁ ଅଟୋ ସେବା ଦେବା ଆରମ୍ଭ କରିସାରିଲେଣି । ଅନୀଲଙ୍କ କହିବା ଅନୁଯାୟୀ, ଦେଶର ଯବାନଙ୍କ ଉପରେ ସେ ଗର୍ବ କରନ୍ତି । ପୁଲୱାମା ଆକ୍ରମଣ ପରେ ନିଜ ଅଟୋରେ ଏକ ପୋଷ୍ଟର ଲଗାଇଥିଲେ । ଯେଉଁଥିରେ ଲେଖାଥିଲା ଯେଉଁଦିନ ପ୍ରତିଶୋଧ ପୁରା ହେବ ସେଦିନଠୁ ଗଣ୍ଡିଗଡରେ ମାସେ ଯାଏ ମାଗଣା ଅଟୋ ସେବା ଦେବି । ତେଣୁ ଏବେ ସେ ନିଜ ପ୍ରତିଜ୍ଞା ମୂତାବକ, ମଙ୍ଗଳବାରଠାରୁ ଯାତ୍ରୀ ମାଗଣା ସେବା ଦେବା ଆରମ୍ଭ କରିସାରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.