କାଉ ପ୍ରେମରେ କୁକୁର : ଏହି ଦୁଇ ପଶୁଙ୍କ ବନ୍ଧୁତା ଆପଣଙ୍କ ହୃଦୟ ନିଶ୍ଚୟ ଜିତିବ
ପଶୁ ପକ୍ଷୀଙ୍କୁ ଦେଖିଲେ ବହୁତ ଖୁସି ଲାଗିଥାଏ। ଏମାନଙ୍କର ମଣିଷଙ୍କ ଭଳି ବ୍ୟବହାରକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗିଥାଏ। ଦୁଇ ବିପରିତ ପଶୁ କିନ୍ତୁ ଯେତେବେଳେ ଏହି ପଶୁଙ୍କ ଭିତରେ ବନ୍ଧୁତା ହୋଇଯାଏ ତେବେ ତାହା ଏକ ବହୁତ ବଡ ଘଟଣା ହୋଇଯାଏ। ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଗୋଟିଏ କୁକୁର ଏବଂ ଗୋଟିଏ କାଉ ମଧ୍ୟରେ ଗଭୀର ବନ୍ଧୁତା ଦେଖିବାକୁ ମିଳୁଛି।
ଏହି ଦୁଇ ଜଣ ସାଥିରେ ଖେଳିବା ସହିତ ସବୁ ସମୟରେ ସାଥିରେ ରହୁଛନ୍ତି। ଅନେକ ଥର ଏହି ଦୁଇ ପଶୁ ଜଣେ ଜଣଙ୍କୁ ପ୍ରେମ କରୁଥିବାର ଦେଖିବାକୁ ମିଳୁଛି। ଜଣେ ବ୍ୟକ୍ତି ଏହି ଖାସ୍ ବନ୍ଧୁତାର ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏହି ଦୁଇ ପଶୁଙ୍କ ବନ୍ଧୁତାକୁ ଲୋକମାନେ ଖୁବ୍ ପସନ୍ଦ କରୁଛନ୍ତି।
this dog is friends with a crow and it’s like a real life pixar movie
(jinxtheclown IG) pic.twitter.com/kw4w2sQSzp— Humor And Animals (@humorandanimals) August 1, 2019