ବର୍ଷା ପାଇଁ ପ୍ରଥମେ କରାଗଲା ବେଙ୍ଗ ବେଙ୍ଗୁଲୀଙ୍କର ବିବାହ, ଏମିତି ବୃଷ୍ଟିପାତ ହେଲା ଯେ ଏବେ କରାଯାଉଛି ଛାଡପତ୍ର

ଭୋପାଳ : ମଧ୍ୟପ୍ରଦେଶରେ ଲଗାତର ବର୍ଷା କାରଣରୁ ଲୋକଙ୍କର ହାଲ ବେହାଲ ହୋଇଯାଇଛି। ବର୍ଷାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ରାଜଧାନୀ ଭୋପାଳରେ ଗତ ୪ ଦିନ ଧରି ଲଗାତର ହେଉଥିବା ବର୍ଷା ଥମିବାର ନାଁ ଧରୁନାହିଁ। ରାଜଧାନୀରେ ବର୍ତ୍ତମାନ ପଯ୍ୟର୍ନ୍ତ ସାମାନ୍ୟରୁ ଦେଢ଼ ଗୁଣାରୁ ଅଧିକ ବର୍ଷା ହୋଇସାରିଛି।

ଏକ ଜୁନ ଠାରୁ ଭୋପାଳରେ ୬୧ ଇଞ୍ଚରୁ ଅଧିକ ବର୍ଷା ହୋଇସାରିଛି ଯାହା ରେକର୍ଡ ସ୍ରୁଷ୍ଟି କରିଛି। ବର୍ଷା କାରଣରୁ ଲୋକମାନେ ନିଜ ଘରେ କଏଦୀ ହୋଇ ରହୁଛନ୍ତି। ସାଧାରଣ ଜନ ଜୀବନ ଗମ୍ଭୀର ଭାବରେ ପ୍ରଭାବିତ ହୋଇଛି।

frog_diverseବେଙ୍ଗ ବେଙ୍ଗୁଲୀର ଛାଡପତ୍ର

ମୂଷଳ ଧାରାରେ ଲଗାତର ବର୍ଷା ହେବା ସମସ୍ୟାରୁ ରକ୍ଷା ପାଇବା ପାଇଁ ଲୋକମାନେ ଏବେ ଉପାୟ ଆପଣାଉଛନ୍ତି। ଭୋପାଳରେ ଜୁଲାଇ ମାସରେ ବର୍ଷା ହେଉନଥିବା କାରଣରୁ ସାମାଜିକ ସରକାର ସହିତ ଜଡିତ ସଂସ୍ଥା ଯେଉଁ ବେଙ୍ଗ ବେଙ୍ଗୁଲୀଙ୍କର ବିବାହ କରିଥିଲେ ଏବେ ବର୍ଷାକୁ ରୋକିବାକୁ ବେଙ୍ଗ ବେଙ୍ଗୁଲୀଙ୍କର ବିବାହ ବିଚ୍ଛେଦ କରାଯାଉଛି।

ଏହାସହ ପଢନ୍ତୁ : ଏହି ମନ୍ଦିରରେ ଆଜି ବି ରହିଛି ସମୁଦ୍ର ମନ୍ଥନ ବେଳେ ବାହାରିଥିବା ଅମୃତ କଳସ !

ବର୍ଷା ପାଇଁ ବେଙ୍ଗ ବେଙ୍ଗୁଲୀଙ୍କର ବିବାହ କରିଯାଇଥିଲା କିନ୍ତୁ ଏବେ ଯେତେବେଳେ ଲଗାତର ବର୍ଷା ହେଉଛି ସେଥିପାଇଁ ଛାଡପତ୍ର କରାଯାଉଛି।