ଏହି ଯୁବତୀଙ୍କୁ ନିଜର ପର୍ସନାଲ୍ ଫଟୋ ପଠାଉଛି ଏଲିଏନ, ଉଭୟଙ୍କ ମଧ୍ୟରେ ରହିଛି କି ପ୍ରେମ ସମ୍ପର୍କ !

ଏଲିୟନ ମାନଙ୍କୁ ନେଇ ସମଗ୍ର ବିଶ୍ୱରେ ବିଭିନ୍ନ ପ୍ରକାରର ଦାବି କରାଯାଉଛି। ବୈଜ୍ଞାନିକ ମାନେ ଏହି ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ଦଶନ୍ଧି ଧରି ଚେଷ୍ଟା କରିଆସୁଛନ୍ତି ଯେ ଏଲିଏନର ଅସ୍ତିତ୍ୱ ଅଛି କି ନାହିଁ ? ଏହି ସମୟରେ ଜଣେ ମହିଳାଙ୍କ ଦ୍ୱାରା କରାଯାଇଥିବା ଦାବି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ମହିଳା ଜଣକ ଦାବି କରିଛନ୍ତି ଯେ ସେ ଅନେକ ଥର ଏଲିଏନଙ୍କୁ ଭେଟିଛନ୍ତି। କେବଳ ଏତିକି ନୁହେଁ, ଏଲିଏନ ମଧ୍ୟ ତାଙ୍କୁ ନିଜର ପର୍ସନାଲ୍ ଫଟୋ ପଠାଉଛି।
ରିପୋର୍ଟ ଅନୁଯାୟୀ ଆମେରିକାର ମିସୌରୀରେ ରହୁଥିବା ୨୯ ବର୍ଷ ବୟସ୍କା ମହିଳା ଲିଲି ନୋଭା ଦାବି କରିଛନ୍ତି ଯେ ସେ ଥରେ ନୁହେଁ ବରଂ ଅନେକ ଥର ଏଲିଏନଙ୍କୁ ଭେଟିଛନ୍ତି। ସେ କହିଛନ୍ତି ଏଲିଏନ୍ ହଲିଉଡ୍ ଫିଲ୍ମ ଅବତାରରେ ଦେଖାଯାଇଥିବା ଜୀବ ପରି ଦେଖାଯାନ୍ତି ମହିଳା ଜଣକ କହିଛନ୍ତି ଯେ କରୋନା କାରଣରୁ ବିଶ୍ୱବ୍ୟାପୀ ଲକ ଡାଉନ ପଡ଼ିଥିବା ସମୟରେ ସେ ପ୍ରଥମେ ୨୦୨୦ ମସିହାରେ ଏଲିଏନ୍ ଙ୍କୁ ଭେଟିଥିଲେ।
ମହିଳାଙ୍କ କହିବା ଅନୁଯାୟୀ ସେ ପ୍ରଥମ ଥର ପାଇଁ ଲକଡାଉନରେ ଏଲିଏନ୍ ଙ୍କୁ ଦେଖିଥିଲେ। ଥରେ ରାତିରେ ପବନ ନେବା ପାଇଁ ଘରୁ ବାହାରକୁ ଯାଇଥିଲେ। ସେ ଖୋଲା ଆକାଶ ତଳେ ବୁଲୁଥିଲେ, ଯେତେବେଳେ ସେ ଆଖପାଖରେ ଏକ ଉଜ୍ଜ୍ୱଳ ଆଲୋକ ଦେଖିଥିଲେ। ପ୍ରଥମେ ମହିଳା ଜଣକ ଭାବିଲେ ଏହା ଏକ ବିମାନ ହେବ, କିନ୍ତୁ ଯେତେବେଳେ ସେ ଭଲ ଭାବରେ ଦେଖିଲେ ସେତେବେଳେ ତାଙ୍କ ହୋସ ଉଡ଼ିଗଲା। ତାହା ଏକ UFO ଥିଲା। ନୋଭା ଦାବି କରିଛନ୍ତି ଏଲିଏନ୍ ଟେଲିପ୍ୟାଥୀ ମାଧ୍ୟମରେ ତାଙ୍କୁ ଫଟୋ ପଠାଏ। ସେ ଏଥି ପାଇଁ ଫଟୋ ପଠାଏ ଯାହାଦ୍ୱାରା ନୋଭାଙ୍କ ଭୟ ଦୂର ହେବ । କାରଣ ନୋଭା ଯେତେବେଳେ ପ୍ରଥମ ଥର ପାଇଁ ଏଲିଏନକୁ ଭେଟିଥିଲେ ସେ ବହୁତ ଡରିଯାଇଥିଲେ।
କେବଳ ସେତିକି ନିଁହେ ଏହି ଘଟଣାର କିଛି ମାସ ପରେ ସେ ପୁଣି ଥରେ ଏଲିୟନଙ୍କୁ ଭେଟିଥିଲେ ବୋଲି ନୋଭା ଦାବି କରିଛନ୍ତି। ବର୍ତ୍ତମାନ ସେ ପ୍ରତିଦିନ ଏଲିୟନମାନଙ୍କୁ ଭେଟନ୍ତି। ଆଉ ଏକ ଆଶ୍ଚର୍ଯ୍ୟଜନକ ଦାବି କରିଥିଲେ ଯେ ସେ ଅନ୍ୟ ଗ୍ରହରେ ବାସ କରୁଥିବା ଅନେକ ପ୍ରକାରର ଜୀବଙ୍କୁ ମଧ୍ୟ ଭେଟିଛନ୍ତି। ବର୍ତ୍ତମାନ ସେ ପ୍ରତିଦିନ ଏଲିଏନକୁ ଭେଟୁଛନ୍ତି। ସେ ଏଲିଏନକୁ ଭଲ ପାଉଛନ୍ତି ବୋଲି କହିଛନ୍ତି।