ଗାଁର ଯେଉଁ ସରକାରୀ ସ୍କୁଲରେ ପଢ଼ିଥିଲେ ପାଠ, ଏବେ ତାହାର ପ୍ରତ୍ୟେକ ଶ୍ରେଣୀରେ ଏସି ଲଗାଇଛନ୍ତି ବାବୁଭାଇ

ଅହମଦାବାଦ : କୁହାଯାଇଥାଏ ଲୋକଙ୍କୁ କେବେ ମଧ୍ୟ୍ ନିଜର ମୂଳଦୁଆକୁ ଭୁଲିବା ଉଚିତ୍ ନୁହଁ। ଗୁଜରାତର ବାବୁଭାଇ ମେରାଡିୟା ଏହି କଥାକୁ ପୁଣିଥରେ କରିଛନ୍ତି ପ୍ରମାଣ। ସେ ନିଜର ମୂଳ ଯେଉଁଠାରୁ ସେ ତାଙ୍କ ଜୀବନର ଶିକ୍ଷା ଅର୍ଜନ କରିଛନ୍ତି ତାକୁ ଭୁଲି ନାହାନ୍ତି। ଏହି କଥାକୁ ଧ୍ୟାନରେ ରଖି ବାବୁଭାଇ ନିଜର ସରକାରୀ ସ୍କୁଲର ପ୍ରତ୍ୟେକଟି କ୍ଳାସରେ ଏସି ଲଗାଇ ପ୍ରସ୍ତୁତ କରିଛନ୍ତି ଉଦାହରଣ।

କାହିଁକି ବାବୁଭାଇ ଉଠାଇଲେ ଏପରି ପଦକ୍ଷେପ

ବାବୁଭାଇଙ୍କ ଜୀବନ ଖୁବ ଗରୀବ ଏବଂ ଅଭାବରେ ବିତିଛି। ତାଙ୍କର ପିଲାବେଳ ବୋଟାଦ ଜିଲ୍ଲାର ଗଢ଼ଟା ଅଞ୍ଚଳର ପଡ଼ବଦର ଗ୍ରାମରେ ବିତିଥିଲା। ତେବେ ଏବେ ସେ ସୁରତରେ ରୁହନ୍ତି ଏବଂ ସେଠାରେ ବ୍ୟବସାୟ କରନ୍ତି। କିନ୍ତୁ ଆଜି ମଧ୍ୟ ବାବୁଭାଇଙ୍କ ତାଙ୍କ ଗ୍ରାମ ପ୍ରତି ଭଲପାଇବା କମ ହୋଇନାହିଁ। ଆଜି ମଧ୍ୟ ନିଜ କାମରୁ ସମୟ ବାହାର କରି ସେ ନିଜ ଗାଁକୁ ବୁଲିବାକୁ ଯାଆନ୍ତି।

Students

ନିକଟରେ ବାବୁଭାଇ ତାଙ୍କ ଗାଁ ବୁଲି ଯିବା ସମୟରେ ସେ ତାଙ୍କ ସ୍କୁଲ ଆଡକୁ ବୁଲିକାକୁ ଯାଇଥିଲେ। ଯେଉଁଠାରେ ସେ କେବେ ପାଠ ପଢ଼ୁଥିଲେ। ସ୍କୁଲକୁ ଯାଇ ସେ ଦେଖିଲେ ସେଠାରେ ଗରମରେ ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ। ଏହା ଦେଖିବା ପରେ ସେ ସ୍କୁଲରେ ଏସି ଲଗାଇବାର ନିର୍ଣ୍ଣୟ ନେଇଥିଲେ। ଏବଂ ଏସି ଲଗାଇବା ସହ ସେ କହିଥିଲେ ଆମେ ଅନେକ କ୍ଷେତ୍ରରେ ଲକ୍ଷଲକ୍ଷ ଟଙ୍କା ଦାନ କରିଥାଉ। କିନ୍ତୁ ଶିକ୍ଷା କ୍ଷେତ୍ରରେ ଦାନ କରିବା ହିଁ ପ୍ରକ୍ରୁତ ଦାନ।

ବାବୁଭାଇ ସ୍କୁଲର ସମସ୍ତ ଶ୍ରେଣୀରେ ଏସି ଲଗାଇଥିଲେ। ଯେଉଁଥିରେ ଛାତ୍ର ସହିତ ଶିକ୍ଷକଶିକ୍ଷୟତ୍ରୀଙ୍କ ଖୁସିର କୌଣସି ଠିକଣା ନଥିଲା। ଏହା ବ୍ୟତୀତ ବାବୁଭାଇ ଛାତ୍ରଛାତ୍ରୀଙ୍କ ସୁରକ୍ଷା ନିମସ୍ତେ ସ୍କୁଲର ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରାର ମଧ୍ୟ ବ୍ୟବସ୍ଥା କରିଥିଲେ।

Leave A Reply

Your email address will not be published.