ପାଦ କଟିଯିବା ପରେ ବୋତଲ ଓ ଟାୟାରକୁ ଗୋଡରେ ବାନ୍ଧି ଚାଲି ଚାଲି ଯାଉଛନ୍ତି, ସରକାରୀ ସାହାଯ୍ୟ ଅପେକ୍ଷାରେ ଏବେ ଦିବ୍ୟାଙ୍ଗ ମଧୁ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଦୋମୁହାଁଣି ଗାଁର ମଧୁ ଚାତାର। ୧୩ ବର୍ଷ ମଧୁଙ୍କର ୨ଟି ପାଦ ନାହିଁ । ଦୁଇଟି ପାଦ ଛୋଟ ବେଳୁ ହରାଇବା ପରେ ନିଜେ ବୋତଲ ଓ ଟାୟାରକୁ କାଟି ତାହାକୁ ବାନ୍ଧି ସେଥିରେ ଚାଲୁଛନ୍ତି ।ସେଥିରେ ଯାଇ ସ୍କୁଲରେ ପାଠ ପଢୁଛନ୍ତି । ସରକାରଙ୍କୁ ଅନୁରୋଧ ରହିବ ସେ ଯଥା ଶୀଘ୍ର ମଧୁଙ୍କୁ ସାହାଯ୍ୟ କରନ୍ତୁ । ତାଙ୍କ ପାଠ ପଢିବା କଥା ବି ବୁଝନ୍ତୁ ।

ଦିବ୍ୟାଙ୍ଗ ହେଲେ କେତେଯେ ସ୍ୱପ୍ନ କୁ ମାରିବାକୁ ପଡେ, ତାହାର କେହି କଳ୍ପନା ବି କାରପାରିବେ ନାହିଁ । ଆଉ ଏଭଳି ଲୋକଙ୍କ ପାଇଁ ସରକାର କେତେ କ’ଣ ଯୋଜନା ପ୍ରସ୍ତୁତ କରିଛନ୍ତି। କିନ୍ତୁ ପ୍ରକୃତ ଦିବ୍ୟାଙ୍ଗ ଲୋକଙ୍କ ପାଖରେ ତାହା ପହଞ୍ଚି ପାରୁ ନାହିଁ। ସେ ହେଉଛି ବଡ ଦୁଃଖର କଥା । ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ସ୍କୁଲ ଯାଇ ପାଠ ପଢିବା ପାଇଁ ଟ୍ରାଇସାଇକେଲ ହେଉ କିମ୍ବା କୃତ୍ରିମ ଗୋଡ କିମ୍ବା ହାତ ଲଗାଇ ଦିଆଯିବାର ବ୍ୟବସ୍ଥା ମଧ୍ୟ ରହିଛି। କିନ୍ତୁ ଜଣେ ଆଦିବାସି ଛାତ୍ର ଏହି ସୁବିଧାରୁ ଆଜି ଯାଏ ବଂଚିତ ଅଛି । ଆପଣ ଆଶ୍ଚର୍ଯ୍ୟ ହେବେ ଜାଣିଲେ, ତାଙ୍କର ଦୁଇଟି ପାଦ ଛୋଟ ବେଳୁ ହରାଇବା ପରେ ନିଜେ ବୋତଲ ଓ ଟାୟାରକୁ କାଟି ତାହାକୁ ବାନ୍ଧି ସେଥିରେ ଚାଲୁଛନ୍ତି ।ସେଥିରେ ଯାଇ ସ୍କୁଲରେ ପାଠ ପଢୁଛନ୍ତି । ଏ ଦୃଶ୍ୟ ମନ କୁ ଆନ୍ଦୋଳିତ କରିବ ନିଶ୍ଚୟ ।

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଦୋମୁହାଁଣି ଗାଁର ମଧୁ ଚାତାର। ୧୩ ବର୍ଷ ମଧୁଙ୍କର ୨ଟି ପାଦ ନାହିଁ । କିନ୍ତୁ ଏତେ ଛୋଟ ବୟସରେ ମଧ୍ୟ ହାରି ନଯାଇ ନାହାନ୍ତି ମଧୁ । କାହା ଉପରେ ନିର୍ଭଶୀଳ ନହୋଇ ନିଜସ୍ୱ ଉଦ୍ୟମରେ ବୋତଲକୁ କାଟି ତିଆରି କରିଛନ୍ତି କୃତ୍ରିମ ଗୋଡ଼। ଆଉ କୃତ୍ରିମ ଗୋଡ଼ରେ ଚାଲି ଚାଲି ନାଳ ପାର ହୋଇ ପାଠ ପଢିବାକୁ ଯାଉଛନ୍ତି ।୧୩ ବର୍ଷର ଆଦିବାସୀ ବାଳକ ମଧୁ ଚାତାରଙ୍କ ୨ଟି ପାଦ ଅଗ୍ନିକାଣ୍ଡରେ ନଷ୍ଟ ହୋଇଯାଇଥିଲା। ତେବେ ଏହାରି ଭିତରେ ହାର ମାନି ନାହାନ୍ତି ମଧୁ।କାହାରି ଉପରେ ଭରଷା ନକରି ନିଜ କାମ ନିଜେ କରିବାକୁ ପ୍ରୟାସ କରୁଛନ୍ତି ।

ତେବେ ଗରିବ ଅଭାବି ପରିବାର ହୋଈଥିବାରୁ ସଠିକ ଚିକିତ୍ସା କିମ୍ବା କୃତ୍ରିମ ଗୋଡ ଲଗାଇବାରେ ଅସମର୍ଥ ସେ । ମାଆ ଜଣେ ଦିନ ମଜୁରିଆ ହୋଇଥିବା ବେଳେ ବାପା ଆରପାରିରେ। ପରିବାର ଚଳିବା ଏକ ପ୍ରକାର କଷ୍ଟସାଧ୍ୟ ହୋଇପଡିଥିବା ବେଳେ ମଧୁ ଚାତାର ଗୋଡ ଲାଗାଇବା କଥା ପଚାରେ କିଏ।ସରକାରି ସାହାର୍ଯ୍ୟ କହିଲେ ମଧୁକୁ ଦିବ୍ୟାଙ୍ଗ ଭତ୍ତା ବାବଦକୁ ୫୦୦ ଟଙ୍କା ଓ ମାଆକୁ ମିଳୁଛି ବିଧବା ଭତ୍ତା ସାଙ୍ଗକୁ ରାସନ ସାମଗ୍ରି।ଏତିକିରେ ପରିବାର ଚଳିବା କଷ୍ଟସାଧ୍ୟ ହୋଇପଡୁଛି।ବଣ ପାହାଡ ଘେରା ଗ୍ରାମ ହୋଇଥିବା ବେଳେ ସବୁଦିନ କାମ ମିଳିବା ମଧ୍ୟ ଅସମ୍ଭବ।ଭାଗ୍ୟକୁ ଆଦରି ବଞ୍ଚିବା ଛଡା ଅନ୍ୟ କୈାଣସି ଉପାୟ ମଧ୍ୟ ନାହିଁ।

ପ୍ରକୃତରେ ସରକାରଙ୍କ ପକ୍ଷରୁ ଦିବ୍ୟାଙ୍ଗ ମାନଙ୍କ ପାଇଁ ହୋଇଥିବା ଯୋଜନାଗୁଡ଼ିକ ଠିକ୍ ଭାବେ କାର୍ଯ୍ୟକାରୀ ହେଉନି। ସରକାର ଆଦିବାସୀ ତଥା ଜଣେ ଦିବ୍ୟାଙ୍ଗ ପିଲା ପାଇଁ କେତେ ତତ୍ପର ତାହାର ଏଥିରୁ ଅନୁମାନ କରିହେଉଛି।କେବେ ମଧୁକୁ କୃତ୍ରିମ ଗୋଡ ଓ ଟ୍ରାଇସାଇକେଲ ମିଳୁଛି ତାହାକୁ ହିଁ ଅପେକ୍ଷା। ଏତିକି ସରକାରଙ୍କୁ ଅନୁରୋଧ ରହିବ ସେ ଯଥା ଶୀଘ୍ର ମଧୁଙ୍କୁ ସାହାଯ୍ୟ କରନ୍ତୁ । ତାଙ୍କ ପାଠ ପଢିବା କଥା ବି ବୁଝନ୍ତୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.