Below header

ଚମତ୍କାରୀ ହନୁମାନ ମନ୍ଦିର; ଯେଉଁଠି ଯାଉଥିବା ଟ୍ରେନର ବେଗ ଅଚାନକ କମ୍ ହୋଇଯାଏ

ଆମ ଦେଶରେ ଅନେକ ମନ୍ଦିର ଅଛି ଯେଉଁଠି ପ୍ରତି ଲୋକଙ୍କ ଆସ୍ଥା ଅତୁଟ ଦେଖିବାକୁ ମିଳିଥାଏ । ସଂସାସର ବହୁତ ଲୋକ ଅଛନ୍ତି ଯିଏକି ଭଗବାନଙ୍କୁ ଖୁବ ଭକ୍ତି କରିଥାନ୍ତି । ସେହିପରି କିଛି ଲୋକ ଅଛନ୍ତି ଯିଏ ଇଶ୍ୱରଙ୍କ ଉପରେ ଅଧିକା ବିଶ୍ୱାସ କରନ୍ତି ନାହିଁ। ଏହି ଦୁନିଆରେ, ଭଗବାନଙ୍କ ଆଦେଶରେ ସବୁକିଛି ଚାଲିଥାଏ । ଆଜି ଆମେ ଆପଣଙ୍କୁ ଏପରି ଚମତ୍କାର ହନୁମାନ ମନ୍ଦିର ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ଚାଲୁଥିବା ଟ୍ରେନର ଗତି ହଠାତ୍ ମନ୍ଥର ହୋଇଯାଏ। ଏସବୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ଲୋକମାନେ ଏହାକୁ ଦେଖିବା ପାଇଁ ଦୂରଦୂରାନ୍ତରୁ ଆସଥାନ୍ତି। ତେବେ ଆସନ୍ତୁ ଜାଣିବା କଣ ରହିଛି ଏହା ପଛର ରହସ୍ୟ ।

ମଧ୍ୟପ୍ରଦେଶର ଶଜାପୁର ଜିଲ୍ଲାର ବୋଲାଇ ଗ୍ରାମରେ ରହିଛି ଏହି ଅଦ୍ଭୁତ। ଯାହା ଶ୍ରୀ ସିଦ୍ଧବୀର ଖେଡାପତି ହନୁମାନ ମନ୍ଦିର ଭାବରେ ଜଣାଶୁଣା । ଲୋକମାନେ କୁହନ୍ତି ଯେ ଏହି ମନ୍ଦିର ବହୁତ ପ୍ରାଚୀନ ଅଟେ। ଏଠାରେ ବିଶ୍ୱାସ ରହିଛି ଯେ ଯଦି ଆପଣ ହୃଦୟରୁ କିଛି ମାଗନ୍ତି, ତେବେ ଏହା ନିଶ୍ଚିତ ଭାବରେ ପୂରଣ ହୋଇଥାଏ। ଏହି ମନ୍ଦିରରେ ଭକ୍ତଙ୍କ ବିଶ୍ୱାସ ଅତ୍ୟନ୍ତ ଶକ୍ତିଶାଳୀ।

ଏହି ମନ୍ଦିର ପ୍ରତି ଏପରି ବିଶ୍ୱାସ ଅଛି ଯେ ହନୁମାନଜୀ ଲୋକଙ୍କ ଭବିଷ୍ୟତ ବିଷୟରେ କୁହନ୍ତି। ହଁ, ଯାହାଫଳରେ ଲୋକଙ୍କ ଉପରେ ଆସୁଥିବା ସଙ୍କଟ ଦୂର ହୋଇଯାଏ । ମଧ୍ୟପ୍ରଦେଶର ଶ୍ରୀ ସିଦ୍ଧ ବୀର ଖେଡାପତି ହନୁମାନ ମନ୍ଦିରକୁ ଅତ୍ୟନ୍ତ ଚମତ୍କାର ବୋଲି ବର୍ଣ୍ଣନା କରାଯାଇଛି। ସ୍ଥାନୀୟ ଲୋକ କହିଛନ୍ତି ଯେ ଏହି ମନ୍ଦିର ପରିଦର୍ଶନ କରିବାକୁ ଆସୁଥିବା ଭକ୍ତ ଭବିଷ୍ୟତର ଅସୁବିଧାକୁ ଜାଣି ନିଜକୁ ରକ୍ଷା କରନ୍ତି । କୁହାଯାଏ ଏହି ମନ୍ଦିର ପ୍ରାୟ ୩୦୦ ବର୍ଷ ପୁରୁଣା । ଏଠାରେ ହନୁମାନ ଭଗବାନ ଗଣେଶଙ୍କ ସହିତ ବିରାଜମାନ କରିଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଏହି ମନ୍ଦିରର ନିର୍ମାଣ ଠା.ଦେବୀସିଂ ନିର୍ମାଣ କରିଥିଲେ ।

ଶ୍ରୀ ସିଦ୍ଧବୀର ଖେଡାପତି ହନୁମାନ ମନ୍ଦିର ଚମତ୍କାରରେ ପରିପୂର୍ଣ୍ଣ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ମନ୍ଦିର ଦେଇ ଯାଉଥିବା ଟ୍ରେନର ଗତି ହଠାତ୍ କମିଯାଏ ।ଲୋକମାନେ କୁହନ୍ତି ଯେ ଏହା ମହାବଲି ହନୁମାନ ଜୀଙ୍କର ଏକ ଅଦ୍ଭୁତ ଚମତ୍କାର। ଆଜ୍ଞା ହଁ ଆଜି ପର୍ଯ୍ୟନ୍ତ ଏହା ଘଟିନାହିଁ ଯେ, ମନ୍ଦିର ନିକଟକୁ ଆସିବା ମାତ୍ରେ କୌଣସି ଟ୍ରେନର ଗତି ହ୍ରାସ ପାଇ ନାହିଁ।

ଏହି ମନ୍ଦିରର ପୁରୋହିତ କହିଛନ୍ତି ଯେ କିଛି ବର୍ଷ ପୂର୍ବେ ଦୁଇଟି ମାଲଗାଡି ଟ୍ରେନ୍ ଧକ୍କା ହୋଇଥିଲା। ଯେତେବେଳେ ମାଲଗାଡିର ମୋଟରମ୍ୟାନ୍ ଙ୍କୁ ଏହି ବିଷୟରେ ପଚରାଗଲା ତେବେ ଦୁହେଁ କହିଲେ କି ଟକ୍କର ହେବା ପୁର୍ବରୁ ତାଙ୍କୁ ଦୁହେଁଙ୍କୁ ଏହି ବିଷୟରେ ଆଭାଷ ମିଳିସାରିଥିଲା। ଏମିତି ଲାଗୁଥିଲା କି ତାଙ୍କୁ କିଏ ମାଲଗାଡିର ବେଗ କମ୍ କରିବାକୁ କହୁଛି। ତାପରେ ସେ ସେ ମାଲଗାଡିର ବେଗ କମ୍ କରିଦେଇଥିଲେ। ଯାହାର କାରଣରୁ ଏହି ଦୁର୍ଘଟଣାରେ କିଛି ବିଶେଷ କ୍ଷତି ହୋଇନଥିଲା ଓ ଦୁହେଁଙ୍କ ଜୀବନ ବଞ୍ଚିଗଲା। ଆପଣ ମାନଙ୍କ ମଧ୍ୟରେ ବହୁତ ଲୋକ ଏମିତି ଥିବେ ଯିଏ ଏହି କାହାଣୀ ଏକ କାଳ୍ପନିକ ବୁଝିଥିବେ। କିନ୍ତୁ ସତ ଏହା କି ହନୁମାନଜୀଙ୍କ ଏହି ମନ୍ଦିର ଦେଇ ଯାଉଥିବା ଟ୍ରେନ୍ ଗୁଡିକର ସ୍ପିଡ୍ ଆପେ ଆପ୍ କମିଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.