ମିଠା ଖାଇବାକୁ ଇଚ୍ଛା ହେଲେ ଚିନି ଖାଇବା ପସନ୍ଦ ନୁହେଁ, ତେବେ ଏହି ଜିନିଷକୁ ଡାଏଟରେ କରନ୍ତୁ ସାମିଲ

ମିଠା ଖାଇବାକୁ ଇଚ୍ଛା ହେଲେ ଖାଇପାରୁନାହାନ୍ତି। ଚିନି ଖାଇବାକୁ ଇଚ୍ଛା ନାହିଁ। ଯଦି ଆପଣଙ୍କର ମିଠା ଖାଇବାକୁ ଇଚ୍ଛା ରଖିଥାନ୍ତି, ତେବେ ଏମିତି କିଛି ଜିନିଷ ରହିଛି ଯାହାକୁ ଆପଣ ନିଜ ଡାଏଟରେ ସାମିଲ କରିପାରିବେ। ଚିନି ବଦଳରେ ଏହାକୁ ଆପଣ ଖାଇପାରିବେ। ଆବଶ୍ୟକତା ଠାରୁ ଅଧିକ ଚିନି ଖାଇବା ସ୍ୱାସ୍ଥ୍ୟପାଇଁ କ୍ଷତିକାରକ ହୋଇଥାଏ। ଏହିସବୁ ଜିନିଷ ଖାଇଲେ ଆପଣଙ୍କ ଶରୀରକୁ କୌଣସି କ୍ଷତି ପହଞ୍ଚିନଥାଏ। ଏହାଦ୍ୱାରା ଆପଣ ମୋଟାପଣ ଏବଂ ଓଜନ ବୃଦ୍ଧି ସମସ୍ୟାରୁ ମଧ୍ୟ ବଞ୍ଚିପାରିବେ। ତେବେ ଏମିତି କେତେକ ଜିନିଷ ରହିଛି, ଯାହାକୁ ଆପଣ ଚିନି ପରିବର୍ତ୍ତେ ଖାଇପାରିବେ। ତେବେ ଜାଣନ୍ତୁ କ’ଣ :

ମିଶ୍ରି:

ଚିନି ଖାଇବାକୁ ଇଚ୍ଛା ନଥିଲେ ଆପଣ ଏହା ବଦଳରେ ମିଶ୍ରିକୁ ବ୍ୟବହାର କରିପାରିବେ। ଚିନି ତୁଳନାରେ ମିଶ୍ରିରେ ଥିବା ସୁଗାର ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ନୁହେଁ। ତେଣୁ ଏହାକୁ ସୀମିତ ମାତ୍ରାରେ ଖାଇପାରିବେ।

guda

ଗୁଡ:

ଚିନି ବଦଳରେ ନିଜ ଡାଏଟରେ ଗୁଡକୁ ସାମିଲ କରିପାରିବେ। ଗୁଡରେ ଆଇରନ, କ୍ୟାଲସିଅମ, ପୋଟାସିଅମ, ମାଙ୍ଗାନିଜ, ମ୍ୟାଗ୍ନେସିଅମ ଭଳି ପୋଷକ ତତ୍ତ୍ୱ ମିଳିଥାଏ। ଯାହାର ଫାଇଦା ମଧ୍ୟ ଅଧିକ ରହିଥାଏ। ତେବେ ପ୍ରତିଦିନ ଚା’ କିମ୍ବା ମିଠା ଜାତୀୟ ଖାଦ୍ୟରେ ଗୁଡକୁ ବ୍ୟବହାର କରନ୍ତୁ। ଏହାକୁ ସୀମିତ ମାତ୍ରାରେ ବ୍ୟବହାର କରିବା ଉଚିତ। ଅଧିକ ଖାଇବା ଉଚିତ ନୁହେଁ।

ଆମ ଦେଶରେ ଅଧିକାଂଶ ଲୋକ ଚା’ ସୌକିନ ଥାନ୍ତି । ଏହାଛଡ଼ା ଅଧିକାଂଶ ଲୋକ କାମ କରିବା ବେଳେ ମଧ୍ୟ ଚା’ ପିଇଥାନ୍ତି । କୁହାଯାଏ ଚା’ ପିଇଲେ ଶରୀରକୁ ସ୍ଫୁର୍ତ୍ତି ମିଳିଥାଏ । ଅଧିକାଂଶ ଲୋକେ ଚା’ରେ ଚିନି ନେଇଥାନ୍ତି । ହେଲେ ଚିନି ଅପେକ୍ଷା ଚା’ରେ ଗୁଡ଼ ନେଲେ ଏହା ସ୍ୱାସ୍ଥ୍ୟ ପାଇଁ ଅଧିକ ହିତକର ହୋଇଥାଏ । ଓଜନ କମାଇବାରେ ଗୁଡ଼ ଚା’ ଆପଣଙ୍କ ପାଇଁ ବହୁତ ଲାଭକାରୀ ହୋଇଥାଏ । ଗୁଡ଼ ଚା’ ପିଇବା ଦ୍ୱାରା ଆପଣଙ୍କ ଶରୀରରେ ଚିନି ମାତ୍ରା କମ୍‌ ରହିଥାଏ । ଶରୀର ଫିଟ ରହିଥାଏ ।

honey
photo credit: Women’s Health

ମହୁ:

ପୋଷକ ତତ୍ତ୍ୱରେ ଭରପୂର ପ୍ରାକୃତିକ ମିଠା ହେଉଛି ମହୁ। ଏହାର ବ୍ୟବହାର ଆପଣ ଚିନି ବଦଳରେ କରିପାରିବେ। ମହୁରେ ଭିଟାମିନ ସି ଏବଂ ବି ସହିତ ଆଣ୍ଟି ଅକ୍ସିଡାଣ୍ଟ ଗୁଣ ଭରପୁର ମାତ୍ରାରେ ରହିଥାଏ। ଯାହାର ଫାଇଦା ଜବରଦସ୍ତ ମିଳିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.