ଏହି ରାଧାକୃଷ୍ଣ ମନ୍ଦିରକୁ ପ୍ରତିଦିନ ଆଳତି ପାଇଁ ଆସିଥାଏ ହାତୀ , ଜାଣନ୍ତୁ କେଉଁଠି ଅଛି ଏହି ମନ୍ଦିର

ଆମ ଭାରତୀୟ ପରମ୍ପରା ସଂସ୍କୃତି ଅନନ୍ୟ । ଭାରତୀୟ ମାନେ ବହୁଳ ଭାବେ ଇଶ୍ବର ବିଶ୍ବାସୀ । ତେଣୁ ଆମ ଦେଶରେ ବିଭିନ୍ନ କୋଣରେ ଭିନ୍ନ ଭିନ୍ନ ପରମ୍ପରା କହିଛି । ସବୁସ୍ଥାନରେ ଭଗବାନଙ୍କ ବହୁ ପ୍ରତିଷ୍ଠିତ ମନ୍ଦିର ଗୁଡିକ ଶୋଭାପାଉଛି । ଯାହାକୁ ଦେଖିବାକୁ ଦେଶ ତଥା ବିଦେଶରୁ ବହୁ ପର୍ଯ୍ୟଟକଙ୍କ ଭିଡ ଜମିଥାଏ । ଏସବୁ ଭିତରେ ମଥୁରାର ଏମିତି ଏକ ମନ୍ଦିର ବିଷୟରେ ଆମେ ଆଲୋଚନା କରିବା ଯେଉଁଠାରେ ଶ୍ରଦ୍ଧାଳୁଙ୍କ ସମେତ ଏମିତି ଭକ୍ତ ଆସି ଭଗବାନଙ୍କୁ ନିତିଦିନ ଦର୍ଶନ କରିଥାଏ ଯାହା ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ ।

radhaଆଜ୍ଞା ହଁ ଆମେ କଥା ହେଉଛେ ମଥୁରାର ଗୋକୁଳରେ ରହିଥିବା ରମଣ ରେବତୀ ମନ୍ଦିର ବିଷୟରେ । ଯେଉଁଠାରେ ଭଗବାନ ଶ୍ରୀକୃଷ୍ଣ ଓ ମାତା ରାଧିକା ନିଜ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଏଠାକୁ ଭଗବାନଙ୍କ ଦର୍ଶନ ପାଇଁ ନିତିଦିନ ଆଳତି ସମୟରେ ଆସିଥାଏ ଏକ ମାଈ ହାତୀ । ଆହୁରି ଖୁସିର କଥା ହେଉଛି ଏହି ହାତୀଟିର ମାହୁନ୍ତ ହେଉଛନ୍ତି ସଲିମ ଖାଁ ଏବଂ ଅମଜାଦ ଖାଁ ଯିଏକି ମୁସଲମାନ ହୋଇଥିଲେ ମଧ୍ୟ ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟା ସମୟରେ ରାଧା ନାମକ ଏହି ହାତୀଟିକୁ ମନ୍ଦିରକୁ ଆଣିଥାନ୍ତି । ଏହି ସମୟରେ ଭକ୍ତମାନେ ରାଧାର ପାଦ ଛୁଇଁ ତାକୁ ଦକ୍ଷିଣା ଦେଇଥାନ୍ତି । ଭଗବାନଙ୍କ ଆଳତିରେ ସାମିଲ ହେବା ସହ ମନ୍ଦିର ପରିକ୍ରମା କରିଥାଏ ରାଧା । ଏହି ସମୟରେ ରାଧାକୁ ମିଳୁଥିବା ସମସ୍ତ ଦକ୍ଷିଣା ସେ ତାର ମାହୁନ୍ତକୁ ଦେଇ ଦେଇଥାଏ ।

RadheKrishnaତେବେ ଏହି ରମଣ ରେବତୀ ମନ୍ଦିରରେ ପୂର୍ବପୁରୁଷରୁ ପରମ୍ପରା ରହିଛି କି ଏଠାରେ କେବଳ ହାତୀ ହିଁ ଭଗବାନଙ୍କ ଆଳତି କରିବ । ଯେଉଁଥି ପାଇଁ ଦୀର୍ଘ ୧୦ବର୍ଷ ତଳେ ଏହି ମାଈ ହାତୀ ରାଧା ସହିତ ଆଉ ଏକ ଅଣ୍ଡିରା ହାତୀ ମାଦବକୁ ଅଣାଯାଥିଲା । ହେଲେ ୫ବର୍ଷ ତଳେ ମାଧବର ଅସୁସ୍ଥତା କାରଣରୁ ମୃତ୍ୟୁବରଣ କରିଥିବାବେଳେ ଏବେ ରାଧା ଏହି ଆଳତ କାର୍ଯ୍ୟକ୍ରମରେ ସାମିଲ ହୋଇ ପରମ୍ପରା ବଜାୟୀ ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.