‘ବାହୁବଲୀ’ ନିର୍ଦ୍ଦେଶକ ରାଜାମୌଲୀଙ୍କ ଫିଲ୍ମ ‘RRR’ରେ ନଜର ଆସିବେ ଅଜୟ ଦେବଗନ ଏବଂ ଆଲିଆ ଭଟ୍ଟ

ବଲିଉଡର ଦୁଇ ଲୋକପ୍ରିୟ ତାରକା ଏବେ ‘ବାହୁବଲୀ’ ଫେମ୍ ନିର୍ଦ୍ଦେଶକ ଏସ ଏସ୍ ରାଜାମୌଲିଙ୍କ ଆଗାମୀ ସିନେମାରେ କାମ କରିବେ ବୋଲି ଜଣାଯାଇଛି। ଏ ସଂପର୍କରେ ବିଧିବଦ୍ଧଭାବେ ଘୋଷଣା କରିଛନ୍ତି ରାଜମୌଲି। ନିଜେ ନିର୍ଦ୍ଦେଶକ କହିଛନ୍ତି ଯେ ତାଙ୍କ ନିର୍ଦ୍ଦେଶିତ ପିରିଅଡିକ୍ ଫିଲ୍ମ ‘ଆରଆରଆର’ରେ ନାୟିକା ଭୂମିକାରେ ନଜର ଆସିବେ ଆଲିଆ ଭଟ୍ଟ। ଅପରପକ୍ଷରେ ଏହି ସିନେମାରେ ଅଜୟ ଦେବଗନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ।

ରିପୋର୍ଟ ଅନୁଯାୟୀ ଏସଏସ୍ ରାଜମୌଲି ଆହୁରି ମଧ୍ୟ କହିଛନ୍ତି ଯେ ‘ଆରଆରଆର୍’ର କଥାବସ୍ତୁ ସ୍ୱାଧୀନତା ପୂର୍ବବର୍ତ୍ତୀ-୧୯୨୦ ସମୟର ଘଟଣା ଉପରେ ଆଧାରିତ। ଦୁଇ ଜଣ ସ୍ୱାଧୀନତା ସଂଗ୍ରାମୀ ଆଲୁରି ସୀତାରମ୍ମା ରାଜୁ ଓ କୋମରାମ୍ ଭୀମ୍ ଙ୍କ ଉପରେ ଏହା ପର୍ଯ୍ୟବେସିତ। ଏହି ଫିଲ୍ମର ବଜେଟ ରହିଛି ୩୦୦ କୋଟି।

alia ajayaଏହି ସିନେମାରେ ଜୁନିଅର ଏନ୍ଟି ଆର୍, କୋରାମ୍ ଭୀମ୍ ଏବଂ ରାମ ଚରଣ, ଆଲୁରି ସୀତାରମ୍ମା ରାଜୁ ଭୂମିକାରେ ଅଭିନୟ କରିବେ ବୋଲି କହିଛନ୍ତି। ଫିଲ୍ମ ‘ଆରଆରଆର’ ଟ୍ବିଟର ହ୍ୟାଣ୍ଡେଲରେ ଦୁଇଟି ଲୁକ ସେୟାର କରାଯାଇଛି ଯେଉଁଥିରେ ଅଜୟ ଦେବଗନ ଏବଂ ଆଲିୟା ଭଟ୍ଟଙ୍କ ସେୟାର କରାଯାଇଛି। ଏହି ସିନେମା ୨୦୨୦ ଜୁଲାଇ ୩୦ ତାରିଖରେ ଦଶଟି ଭାରତୀୟ ଭାଷାରେ ରିଲିଜ୍ ହେବ ବୋଲି ମଧ୍ୟ ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.