ଏ ହେଉଛି ନିଆରା ରେଷ୍ଟୁରାଣ୍ଟ, ଯେଉଁଠି ପ୍ଲେଟ ନୁହେଁ, ଆଇପ୍ୟାଡରେ ପରସା ଯାଇଥାଏ ଖାଦ୍ୟ !

ଆପଣ ଏ ପର୍ଯ୍ୟନ୍ତ ଯେତେ ବି ହୋଟେଲ କିମ୍ବା ରେଷ୍ଟୁରାଣ୍ଟ ଯାଇଥିବେ, ସେଠି ଆପଣଙ୍କୁ ପ୍ଲେଟରେ ଖାଦ୍ୟ ପରସା ଯାଇଥିବ। କିନ୍ତୁ ଏକ ରେଷ୍ଟୁରାଣ୍ଟ ଏମିତି ବି ଅଛି, ଯେଉଁଠି ଆଇପ୍ୟାଡରେ ଖାଦ୍ୟ ପରସା ଯାଇଥାଏ। ପ୍ରକୃତ କଥା ହେଲା, ସାନ ଫ୍ରାନ୍ସିସ୍କୋର ଏକ ରେଷ୍ଟୁରାଣ୍ଟରେ ଏକ ଖାସ ଡିସ ରହିଛି, ଯାହାକୁ ପରସାଯିବା ପାଇଁ ଆଇପ୍ୟାଡକୁ ପ୍ଲେଟ ଭଳି ବ୍ୟବହାର କରାଯାଇଥାଏ।

dish

ଏହି ଡିସର ନାଁ ‘A dog in search of gold’। ଏହାକୁ ପରସାଯିବା ବେଳେ ଆଇପ୍ୟାଡ ଉପରେ ଏକ ଭିଡିଓ ଚଲାଯାଇଥାଏ। ଏଭଳି ନିଆରା ରେଷ୍ଟୁରାଣ୍ଟର ନାଁ ‘କ୍ୱିନ୍ସ’। ଏହି ରେଷ୍ଟୁରାଣ୍ଟ ପାଖରେ ୨୦ଟି ଆଇପ୍ୟାଡ ରହିଛି। ଯେଉଁ ଡିସ ଆଇପ୍ୟାଡ ଉପରେ ପରସା ଯାଇଥାଏ ତା’ର ଦାମ ପାଖାପାଖି ୨୦୦ ଡଲାର।

dish2

ଏଠି ଆଇପ୍ୟାଡକୁ ଏକ ସ୍ୱତନ୍ତ୍ର ଧରଣର ବାକ୍ସରେ ରଖାଯାଇଥାଏ। କାହିଁକି ନା, ଯେପରି ଖାଦ୍ୟ ଏବଂ ଆଇପ୍ୟାଡ ପରସ୍ପରକୁ ସ୍ପର୍ଶ ନ କରିବ। ତେବେ ଆଇପ୍ୟାଡରେ ଖାଦ୍ୟ ପରସୁଥିବା ଏହା ପ୍ରଥମ ରେଷ୍ଟୁରାଣ୍ଟ ନୁହେଁ, ୟୁକେରେ ମଧ୍ୟ ଏମିତି ଏକ ରେଷ୍ଟୁରାଣ୍ଟ ଅଛି। କିନ୍ତୁ ଏଠି ଖାଦ୍ୟ ଏବଂ ଆଇପ୍ୟାଡ ମଧ୍ୟରେ କୌଣସି ଲେୟାର ରଖାଯାଏ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.