ଦୁଇ ହଜାର ଜିଅନ୍ତା ଲୋକଙ୍କୁ ମାରି ଏହି କୄର ଶାସକ ବନାଇଥିଲେ ମିନାର, ଜାଣନ୍ତୁ କଣ ଥିଲା ଏହା ପଛର କାରଣ

ଲୋକତାନ୍ତ୍ରିକ ବ୍ୟବସ୍ଥା ପୂର୍ବରୁ ରାଜତନ୍ତ୍ର ବ୍ୟବସ୍ଥା ରହଥିଲା। ରାଜା ଲୋକମାନେ ମଧ୍ୟ ନିଜର ସର୍ବୋଚ୍ଚତା ରଖିବା ପାଇଁ ଅନେକ କିଛି କରିଥାନ୍ତି। କିଛି ଲୋକମାନେ ଶାନ୍ତି ରଖିବା ପାଇଁ ହୁକୁମ୍‌ ଦେବାକୁ ଚାହୁଁଥିଲେ ତ କିଛି ଲୋକମାନେ ଏଥିପାଇଁ କ୍ରୋଧର ସବୁ ସୀମା ପାର କରିସାରିଥିଲେ। ଆଜି ଆମେ ଆପଣଙ୍କୁ ଏଭଳି ଏକ କୄର ଶାସକଙ୍କ ବିଷୟରେ କହିବାକୁ ଯାଉଛୁ , ଯାହାଙ୍କୁ ଶାସକ ନୁହେଁ ବରଂ ଶାନ୍ତି ଏବଂ ମଣିଷତ୍ୱର ଶତ୍ରୁ କହିବା ଉଚିତ।

ଆମେ ଆପଣଙ୍କୁ କହିବାକୁ ଯାଉଛୁ ୧୪ତମ ଶତାଦ୍ଧୀର ଶାସକ ତୈମୁର ଲଂଗଙ୍କ ବିଷୟରେ। ୧୩୬୯ ମସିହାରେ ସମରକଂଦର ଧନୀ ରୂପେ ନିଜର ପିତାଙ୍କ ସିଂହାସନରେ ବସିବା ପରେ ତୈମୁର ବିଶ୍ୱ ବିଜୟ ପାଇଁ ବାହାରିଥିଲେ। ଅନେକ ଦେଶକୁ ଜିତି ଯିବା ପରେ ତୈମୁର ୧୩୯୮ ମସିହାରେ ଭାରତରେ ଆକ୍ରମଣ କରି ଦିଲ୍ଲୀ ପର୍ଯ୍ୟନ୍ତ ଆସିଥିଲେ। ଇତିହାସ ମୁତାବକ ସେ ଦିଲ୍ଲୀରେ କେବଳ ୧୫ ଦିନ ପର୍ଯ୍ୟନ୍ତ ରହିଥିଲେ। ସେଠାରେ ସେ ସୈନିକମାନଙ୍କ ସହ ମିଶି ଲୁଟ୍‌ କରିବା ସହ ସମସ୍ତ ଜିନିେ ନେଇ ନିଜ ରାଜ୍ୟକୁ ଫେରିଯାଇଥିଲେ।

taimurତୈମୁର ଲଂଗ ଚଂଗେଜ ଖାଁଙ୍କ ପଦ୍ଧତିକୁ ନିଜର କରି ରଖିଥିଲେ। କିନ୍ତୁ କ୍ରୋଧ ଏବଂ ନିଷ୍ଠୁରତାରେ ସେ ଚଂଗେଜ ଖାଁଙ୍କ ଠାରୁ ଗୋଟେ ପାଦ ଆଗରେ ଥିଲେ। ଇତିହାସରେ ତୈମୁର ଲଂଗଙ୍କୁ ଜଣେ ଖୁନୀ ଯୋଦ୍ଧାର ପରିଚୟ ଦିଆଯାଇଥିଲା। ତୈମୁର ଯେବେ ଜଂଗଙ୍କ ପାଇଁ ମଇଦାନକୁ ଓହ୍ଲାଉଥିଲେ ସେତେବେଳେ ସେ ଲୋକମାନଙ୍କୁ ବଡ ଧରଣର ଚାବୁକ୍‌ ମାଡ ମାରିବା ସହ ଦୁଇ ହଜାର ଲୋକଙ୍କୁ ମଧ୍ୟ ଜୀବିତ ଅବସ୍ଥାରେ କାନ୍ଥରେ ସମାଧୀ ଦେଇଥିଲେ।

ଭାରତ ପୂର୍ବରୁ ହିଁ ନିଜର ସମୃଦ୍ଧି ଏବଂ ବୈଭବ ପାଇଁ ବିଶ୍ୱରେ ଲୋକପ୍ରିୟ ଥିଲା। ଏହିକାରଣରୁ ଭାରତ ସର୍ବଦା ଆକ୍ରମଣକାରୀମାନଙ୍କର ଲକ୍ଷ୍ୟରେ ରହିଥିଲା। ତୈମୁର ଲଂଗ ମଧ୍ୟ ଭାରତ ବିଷୟରେ ଅନେକ କିଛି ଶୁଣିଥିଲେ। ଏହିକାରଣରୁ ଭାରତର ସମ୍ପତି ଲୁଟ୍‌ କରିବା ପାଇଁ ସେ ଆକ୍ରମଣ କରିବାର ଯୋଜନା କରିଥିଲେ।

ଏହାସହ ପଢନ୍ତୁ: ଜାଣନ୍ତୁ କାହିଁକି ପ୍ରତି ବର୍ଷ ନଭେମ୍ବର ୧୪ରେ ପାଳନ କରାଯାଏ ଶିଶୁ ଦିବସ

temurତୈମୁର ରୁ ତୈମୁର ଲଂଗ ହେବାର କାହାଣୀ:

ତୈମୁର ଲଂଗଙ୍କ ନାଁ ପ୍ରଥମେ କେବଳ ତୈମୁର ରହିଥିଲା। ନାଁ ପଉରେ ଲଂଗ ଯୋଡି ହେବାର କାହାଣୀ ତାଙ୍କ ଜୀବନର ଏକ ମହତ୍ୱପୂର୍ଣ୍ଣ ଘଟଣା। ଐତିହାସିକ ତଥ୍ୟ ଅନୁଯାୟୀ ଯୁବାବସ୍ଥାରେ ତୈମୁର ଏକ ଉଚ୍ଚ କର୍ମଚାରୀ ପଦବୀରେ କାମ କରୁଥିଲେ। ସେହି ସମୟରେ ଏକ ଦୁର୍ଘଟଣାରେ ତୈମୁରଙ୍କର ଡାହାଣ ପଟ ଅଂଶ ଖରାପ ହୋଇଯାଇଥିଲା। ତୈମୁରଙ୍କୁ ଐତିହାସିକ ରାୟ ମଧ୍ୟ ଭିନ୍ନ ଭିନ୍ନ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.