ମହିଳାଙ୍କୁ ଜୋରସେ ଧକ୍କା ଦେଲା ଟ୍ରକ, ମାତ୍ର କେଇ ମିନିଟରେ ଘଟିଗଲା ଅବିଶ୍ୱସନୀୟ ଘଟଣା ଦେଖନ୍ତୁ ଭିଡିଓ

କଥାରେ ଅଛି ଯାହାକୁ ସ୍ୱୟଂ ଭଗବାନ ରକ୍ଷା କରନ୍ତି ତାକୁ କେହିବି ମାରିପାରିବେନି। ଆଉ ଏହାର ଜ୍ୱଳନ୍ତ ଉଦାହରଣ ଏହି ଭିଡିଓ ଦେଖିଲେ ହିଁ ଜଣାପଡୁଛି। ଜଣେ ମହିଳା କେମିତି ନିଶ୍ଚିତ ମରଣ ମୁହଁରୁ ବଞ୍ଚି ଯାଉଛନ୍ତି ତାହା ଏହି ଭିଡିଓ ଦେଖିଲେ ହିଁ ଆପଣ ଜାଣିପାରିବେ। ଆକ୍ସିଡେଣ୍ଟର ଏହି ଭୟଙ୍କର ଚିତ୍ର ଦେଖିଲେ ଆପଣଙ୍କ ଲୋମ ବି ଟାଙ୍କୁରୀ ଉଠିବ। ଜଣେ ସ୍କୁଟି ଚଲାଉଥିବା ମହିଳା ରୋଡ କ୍ରସ୍‌ କରିବା ସମୟରେ ହୋସ୍‌ ଉଡାଇବା ଭଳି ଏକ ଅଘଟଣ ଘଟିଗଲା।

ଗତ ସପ୍ତାହ ମହଙ୍ଗଳବାର ଦିନ ମଣିପାଲ ପାଖରେ ଏକ ମିନି ଟ୍ରକ ଚକା ତଳକୁ ଆସିଗଲେ ଜଣେ ସ୍କୁଟି ଚାଳକ ମହିଳା। କିନ୍ତୁ ସୌଭାଗ୍ୟବସତଃ ମହିଳା ଜଣଙ୍କର ଏତେ ବଡ ଆକ୍ସିଡେଣ୍ଟ ଘଟିଲା ହେଲେ ତାଙ୍କର ଏତିକି ଟିଏ ବି ଆଞ୍ଛୁଡା ହୋଇନି। ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ଏହି ଘଟଣାର ଫୁଟେଜ୍‌ ଏବେ ଚାରିଆଡେ ଜୋରସୋରରେ ଭାଇରାଲ ହେଉଛି। ପେରମପଲ୍ଲୀ ଇଲାକାରେ ଜଣେ ମହିଳା ସ୍କୁଟି ଧରି ରାସ୍ତା ପାର ହେଉଥିଲେ। ଆଉ ଠିକ୍‌ ଏହି ସମୟରେ କ୍ଷୀର ଦେଇ ଯାଉଥିବା ଏକ ମିନି ଟ୍ରକ ତାଙ୍କୁ ଏତେ ଜୋରରେ ପିଟିଲା ଯେ ଦେଖିଲେ ଆପଣଙ୍କ ଦେହ ଶିହରୀ ଯିବ।

ଟ୍ରକଟି ମହିଳାଙ୍କୁ ଏତେ ଜୋରସେ ଧକ୍କା ଦେବା ପରେ ମହିଳା ଜଣଙ୍କ ପିଟି ହୋଇ ଆସି ରାସ୍ତା ଉପରେ ପଡିଗଲେ। ଆଖପାଖର ଲୋକ ଯେତେବେଳେ ଏହି ଆକ୍ସିଡେଣ୍ଟ ଦେଖିଲେ ତ ସେମାନଙ୍କ ଛାତି ବି ଥରିଉଠିଲା। ତେବେ ରାସ୍ତା ପଡିଥିବା ଏହି ମହିଳାଙ୍କୁ ଆସି ସ୍ଥାନୀୟ ଲୋକେ ଉଠାଇ ଆଣିଲେ।

ଏହି ଭିଡିଓ ଦେଖିଲେ ଲାଗୁଛି ମହିଳାଙ୍କ ଜୀବନ ମଧ୍ୟ କ୍ଷଣିକରେ ଚାଲିଯାଇଥାନ୍ତା। କିନ୍ତୁ ସୌଭାଗ୍ୟବସତଃ ମହିଳାଙ୍କର ସାମାନ୍ୟ ଆଘାତ ଲାଗିଛି। ତେବେ ମହିଳା ଜଣଙ୍କ କେବଳ ଏତିକି ଭୁଲ କରିଛନ୍ତି ରାସ୍ତା ପାର ହେଉଥିବା ସମୟରେ ଡାହାଣ ପାଖକୁ ଦେଖିନାହାଁନ୍ତି , କେଉଁ ଗାଡି ଆସୁଛି କି ନାହିଁ ଦେଖିନାହାଁନ୍ତି ଆଉ ସ୍କୁଟିକୁ ଆଗକୁ ନେଇ ରୋଡ କ୍ରସ୍‌ କରିବାକୁ ଲାଗିଲେ। ଆଉ ଠିକ ଏହି ସମୟରେ ଡାହାଣ ପଟୁ ଆସି ମହିଳାଙ୍କୁ ଜୋରସୋରରେ ଧକ୍କା ଦେଇଦେଲା। ତେବେ ସୌଭାଗ୍ୟବସତଃ ଏତେ ବଡ ଦୁର୍ଘଟଣା ପରେ ମଧ୍ୟ ମହିଳାଙ୍କ ଜୀବନ ରକ୍ଷା ହୋଇଗଳା।

କିନ୍ତୁ ସବୁବେଳେ ସମୟ ଭଲ ନଥାଏ। ଆପଣ ଏମିତି ନିଜ ଜୀବନ ସହ ଖେଳନ୍ତୁନି। ଆପଣଙ୍କ ଜୀବନ ବହୁତ ମୂଲ୍ୟବାନ, ଥରେ ଚାଲିଗଲେ ଆଉ ଫେରିବନି। ତେଣୁ ଆପଣ ନିହାତି ଭାବେ ଏହାର ଯତ୍ନ ନିଅନ୍ତୁ।

 

View this post on Instagram

 

A post shared by Zee News (@zeenews)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.