ନଦୀରେ ତିଆରି ହେଉଛି ଭାସମାନ ହୋଟେଲ, ୨୦୨୦ ପାଇଁ ଏବେଠୁ ବୁକିଂ କରୁଛନ୍ତି ଲୋକେ, ଦେଖନ୍ତୁ ୫ ଫଟୋ

ନଦୀରେ ଭାସମାନ ହୋଟେଲ। କଥାଟା ଟିକିଏ ଆଶ୍ଚର୍ଯ୍ୟ ଲାଗୁଥିବ। କିନ୍ତୁ ଏଥିରେ ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ। ଏଭଳି ହୋଟେଲ ଏବେ ନଦୀରେ ତିଆରି ହେଉଛି, ଯାହାକି ଆପଣଙ୍କୁ ଏକ ଭିନ୍ନ ଅନୁଭବ ପ୍ରଦାନ କରିବ। ତେବେ ଆସନ୍ତୁ ଜାଣିବା, କେଉଁଠି ତିଆରି ଚାଲିଛି ଏଭଳି ଆକର୍ଷଣୀୟ ଭାସମାନ ହୋଟେଲ।

room room

ଆପଣ ହୋଟେଲରେ ଅନେକ ସମୟରେ ରହିଥିବେ। କିନ୍ତୁ ଥରେ ଭାବନ୍ତୁ ତ ଯଦି ସେହି ହୋଟେଲ ନଦୀରେ ଭାସୁଥିବ, ତା’ହେଲେ ଆପଣଙ୍କୁ କିପଭି ଦିଶିବ ? ଲୋକଙ୍କୁ ଏଭଳି ଏକ ଭିନ୍ନ ହୋଟେଲ ଭେଟି ଦେବାକୁ ଯାଇ ସ୍ବିଡେନର ଲେପଲ୍ୟାଣ୍ଡ କ୍ଷେତ୍ରରେ ତିଆରି କରାଯାଉଛି ‘ହୋଟେଲ ଏବଂ ସ୍ପା ଦ ଆର୍କିଟିକ୍ ବାଥ୍’।

hotel room book

ଲ୍ୟୁଲ ନଦୀ ଉପରେ ତିଆରି ଚାଲିଥିବା ଏହି ହୋଟେଲରେ ରହିବା ପାଇଁ ଏବେଠୁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି। ଆଗାମୀ ୨୦୨୦ ଏବଂ ୨୦୨୧ ପାଇଁ ହୋଟେଲରେ ବୁକିଂ ଆରମ୍ଭ ହୋଇଗଲାଣି। ଏଠାରେ ରହିବା ଲାଗି ଦିନକୁ ପାଖାପାଖି ୮୧୫ ପାଉଣ୍ଡ ଦେବାକୁ ପଡ଼ିବ, ଯାହାକି ଭାରତୀୟ ମୁଦ୍ରାରେ ଦିନକ ପିଛା ଖର୍ଚ୍ଚ ହେବ ୭୫ ହଜାର ଟଙ୍କା।

river hotel

ହୋଟେଲର ଖାସ୍ କଥା ହେଲା ଗରମ ଦିନରେ ଏହା ନଦୀରେ ଭାସୁଥିବାର ଦେଖାଯିବ। କିନ୍ତୁ ଶୀତ ଦିନେ ସ୍ଥିର ରହିଯିବ ବା ବସିଯିବ। ବାସ୍ତବରେ ଶୀତ ଦିନେ ହିଁ ଲ୍ୟୁଲ୍ ନଦୀର ପାଣି ବସିଯାଇଥାଏ। ତେଣୁ ଭାସମାନ ହୋଟେଲ ମଧ୍ୟ ଏହି ସମୟରେ ସ୍ଥିର ରହିବ।

ଏହାସହ ପଢ଼ନ୍ତୁ: ଏହି ଜାଗାକୁ କୁହନ୍ତି ‘ଏଲିଅନ୍ ଆଇଲ୍ୟାଣ୍ଡ’, ଅଲଗା ଗ୍ରହର ଭ୍ରମ ସ୍‌ଷ୍ଟି କରେ, ଜାଣନ୍ତୁ କ’ଣ ରହିଛି ଏଠାରେ

river river

ସେହିପରି ଏଠାରେ ଥିବା ସ୍ପା ସେଣ୍ଟର ୱାଲନେସ୍ ଥିମ୍ ଉପରେ ଆଧାରିତ। ହୋଟେଲରେ ଗ୍ରାହକମାନଙ୍କୁ ନ୍ୟୁଟ୍ରିଶନ, ବ୍ୟାୟାମ, ଯୋଗ ଏବଂ ମନର ଶାନ୍ତି ପାଇଁ ସ୍ବତନ୍ତ୍ର ଥେରାପି ଦିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.