Below header

ଓମିକ୍ରନକୁ ନେଇ ଡରି ଯାଆନ୍ତୁ ନାହିଁ ଡାଇବେଟିସ୍‌ ରୋଗୀ, ଏମିତି ଉପାୟରେ ରହି ପାରିବେ ସୁରକ୍ଷିତ; ଜାଣି ରଖନ୍ତୁ ଅତି ଜରୁରୀ କଥା

କରୋନା ଭାଇରସର ଓମିକ୍ରନ୍ ଭାରିଆଣ୍ଟ ମାମଲା ଦ୍ରୁତ ଗତିରେ ବଢ଼ି ଚାଲିଛି। ଏପରି ସ୍ଥିତିରେ ଡାଇବେଟିସ୍ ରୋଗୀଙ୍କ ପାଇଁ ଜରୁରୀ କି, ସେମାନେ କୋଭିଡ୍-୧୯ରୁ ରକ୍ଷା ପାଇବା ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ କଥାକୁ ଅନୁସରଣ କରନ୍ତୁ। ବିଶେଷଜ୍ଞଙ୍କ ମୁତାବକ, ଡାଇବେଟିସ୍‌ ରୋଗୀ ନିୟମିତ ରୂପେ ବ୍ୟାୟାମ କରି ଏବଂ ଆଣ୍ଟି ଅକ୍ସିଡାଣ୍ଟରେ ଭରପୂର ଖାଦ୍ୟ ଗ୍ରହଣ କରି ନିଜର ରୋଗ ପ୍ରତିରୋଧକ କ୍ଷମତାକୁ ମଜଭୁତ ରଖି ପାରିବେ। ଏହା ସଂକ୍ରମଣକୁ ରୋକିବାରେ ସାହାଯ୍ୟ କରିବ।

ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୁତ ରଖିଥାଏ ଏହି ଜିନିଷ

ବିଶେଷଜ୍ଞଙ୍କ ମୁତାବକ, କୋଭିଡ୍-୧୯ ଟିକା ଆପଣଙ୍କ ଟି-ସେଲ୍ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ। ସେହି ସମୟରେ ପୋଷକ ତତ୍ତ୍ୱରେ ଭରପୂର ଖାଦ୍ୟ ଖାଇବା ଦ୍ୱାରା ଆପଣଙ୍କର ପ୍ରାକୃତିକ ରୋଗ ପ୍ରତିରୋଧକ ଶକ୍ତି ବୁଷ୍ଟ କରିଥାଏ।

ମେଦବହୁଳତା ହୋଇପାରେ ଏକ ବଡ଼ ସମସ୍ୟା

ଡାଇବେଟିସ୍‌ ରୋଗୀଙ୍କ ରୋଗ ପ୍ରତିରୋଧକ ସ୍ତର କମ୍ ହୋଇ ଯାଇଥାଏ, ତେଣୁ ଜରୁରୀ କି, ସେମାନେ ଖାଦ୍ୟପେୟ ଏବଂ ଜୀବନଶୈଳୀ ସହିତ ଜଡିତ ଅଭ୍ୟାସଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତୁ। ଏଥି ସହିତ ସୁଗାର ସ୍ତରକୁ ସର୍ବଦା ନିୟନ୍ତ୍ରଣରେ ରଖନ୍ତୁ। ଏଥିପାଇଁ ଡାକ୍ତରଙ୍କ ପରାମର୍ଶକ୍ରମେ ଇନସୁଲିନ୍ ନିଅନ୍ତୁ ଏବଂ ନିଜକୁ ଭ୍ୟାକ୍ସିନେଟେଡ୍‌ ରଖନ୍ତୁ। ଡାଇବେଟିସ୍‌ ରୋଗୀଙ୍କ ପାଇଁ ସେମାନଙ୍କ ଓଜନ ନିୟନ୍ତ୍ରଣରେ ରଖିବା ଏବଂ ନିୟମିତ ଭାବରେ ବ୍ୟାୟାମ କରିବା ଅତ୍ୟନ୍ତ ଜରୁରୀ। ଯଦି ଆପଣଙ୍କଠାରେ ମୋଟାପଣର ସମସ୍ୟା ରହିଛି, ତା’ ହେଲେ କୋଭିଡ୍‌ ହେଲେ ରୋଗ ଏକ ଗୁରୁତର ରୂପ ନେଇପାରେ। ଅତ୍ୟଧିକ ଓଜନ କୋଭିଡ ହେବାର ଆଶଙ୍କାକୁ ବଢ଼ାଇ ଦେଇଥାଏ। ମୋଟାପଣ ସହିତ ଡାଇବେଟିସ୍‌ର ସମସ୍ୟା ଆପଣଙ୍କ ପାଇଁ ବିପଜ୍ଜନକ ହୋଇପାରେ।

ଆଣ୍ଟି ଅକ୍ସିଡାଣ୍ଟରେ ଭରପୂର ଖାଦ୍ୟ ଖାଆନ୍ତୁ

ସନ୍ତୁଳିତ ଖାଦ୍ୟ ଆପଣଙ୍କୁ କୌଣସି ବି ପ୍ରକାର ସଂକ୍ରମଣ ଏବଂ ରୋଗରୁ ରକ୍ଷା କରିଥାଏ। ଆଣ୍ଟି ଅକ୍ସିଡାଣ୍ଟରେ ଭରପୂର ଖାଦ୍ୟ ଜିନିଷ ଖାଇବା ଦ୍ୱାରା ଆପଣ ଜୀବାଣୁଠାରୁ ଦୂରେଇ ରହିବେ। ତେଣୁ ଯେତେ ସମ୍ଭବ ଖାଦ୍ୟରେ ବାଦାମ, ଫଳ ଏବଂ ସାଲାଡ ଆଦି ଅନ୍ତର୍ଭୁକ୍ତ କରନ୍ତୁ। ଆଣ୍ଟି ଅକ୍ସିଡାଣ୍ଟଗୁଡିକ ଆପଣଙ୍କ ଡିଏନ୍‌ଏକୁ କୌଣସି ବି ନୂଆ ପ୍ରକାରର କ୍ଷତିରୁ ବଞ୍ଚାଇଥାଏ। ଏହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୁତ କରିବାରେ ସହାୟକ ହୋଇଥାଏ। ପ୍ରତିଦିନ ଗୋଟିଏ ମୁଠା ବାଦାମ ଅର୍ଥାତ୍‌ ପାଖାପାଖି ୩୦ ଗ୍ରାମ ବାଦାମ ସେବନ କରନ୍ତୁ। ବାଦାମ ଖାଇବା ଦ୍ୱାରା ଆପଣ ସଂକ୍ରମଣ ଏବଂ ରୋଗରୁ ରକ୍ଷା ପାଇ ପାରିବେ। ଆପଣ ଆପଣଙ୍କ ସ୍ୱାସ୍ଥ୍ୟ ଅବସ୍ଥାର ଯତ୍ନ ନିଅନ୍ତୁ। ଯଦି ଆପଣ ଇନହେଲର୍, ଇନସୁଲିନ୍ ନେଉଛନ୍ତି, ତା’ ହେଲେ ଠିକ୍ ସମୟରେ ଏହାକୁ ନିଅନ୍ତୁ। ଯଦି ଆପଣ କୌଣସି ଚିକିତ୍ସାରେ ଅଛନ୍ତି, ତେବେ ନିୟମିତ ଭାବରେ ଡାକ୍ତରଙ୍କ ପରାମର୍ଶରେ ରୁହନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.