ଦିନେ ଭୋକିଲା ପେଟରେ ଜମିରେ କରୁଥିଲେ ହାଡ଼ଭଙ୍ଗା ଖଟଣି, ଏବେ ଶକ୍ତିଶାଳୀ ଚୀନ୍‌ର ରାଷ୍ଟ୍ରପତି, ଜାଣନ୍ତୁ ଜିନ୍‌ପିଙ୍ଗଙ୍କ ସମ୍ପର୍କରେ

ଦୁନିଆରେ ବର୍ତ୍ତମାନ ଯେଉଁ ଦେଶ ସବୁଠୁ ଚର୍ଚ୍ଚାରେ ଅଛି, ତାହା ହେଉଛି ଚୀନ। ଚୀନରୁ ହିଁ କରୋନା ଭାଇରସ ଆରମ୍ଭ ହୋଇଥିଲା, ଯାହାକି ପାଖାପାଖି ୨ ବର୍ଷ ହେବ ସାରା ବିଶ୍ୱରେ ଧ୍ବଂସର ତାଣ୍ଡବ ଲୀଳା ରଚି ଚାଲିଛି। ଯଦି ଅନ୍ୟ କୌଣସି ଦେଶ ହୋଇଥାନ୍ତା, ତ ଏ ପର୍ଯ୍ୟନ୍ତ ଗଭୀର ଚାପରେ ଥାନ୍ତା, କିନ୍ତୁ ଚୀନରେ ଏହାକୁ ନେଇ କୌଣସି ବି ଦୁଃଖ ନାହିଁ କି ଅବଶୋଷ ନାହିଁ, ଯାହାର କାରଣ ହେଉଛି ସେଠାକାର ରାଷ୍ଟ୍ରପତି ଶି ଜିନପିଙ୍ଗ।

ଜିନପିଙ୍ଗଙ୍କର ଆଜି ହେଉଛି ଜନ୍ମଦିନ। ୬୮ ବର୍ଷୀୟ ଏହି ନେତା ଜଣେ ଚାଷୀରୁ ଚୀନ ରାଜନୀତିରେ କେମିତି ଚର୍ଚ୍ଚିତ ଚେହେରା ହୋଇପାରିଥିଲେ, ତାହାର କାହାଣୀ ବହୁତ ରୋମାଞ୍ଚକର। ଜିନପିଙ୍ଗଙ୍କ ବାପା ଶି ଝୋଙ୍ଗଶୁଅନ ଜଣେ କ୍ରାନ୍ତିକାରୀ କମ୍ୟୁନିଷ୍ଟ ନେତା ଥିଲେ। ସେପଟେ ତାଙ୍କ ମାଆ ପେଙ୍ଗ ଲିୟୁଆନ ଥିଲେ ଜଣେ ଗାୟିକା। ୧୯୫୩ ମସିହା ୧୫ ଜୁନରେ ଜନ୍ମିତ ଜିନପିଙ୍ଗ ଜୀବନ ଆରମ୍ଭରୁ ହିଁ ଦୁଇଟି ଜିନିଷ ଦେଖିଥିଲେ। ତାହା ହେଲା, କୃଷି କାମ ଏବଂ ବିପ୍ଳବ।

ଷାଠିଏ ଦଶକରେ ଚୀନରେ ସାଂସ୍କୃତିକ ଏବଂ ଔଦ୍ୟୋଗିକ ବିପ୍ଳବ ମୁଣ୍ଡ ଟେକିଥିଲା। ସେତେବେଳେ ଜିନପିଙ୍ଗଙ୍କ ବୟସ ୧୫ ବର୍ଷ ଥିଲା। ଶ୍ରମିକ ନେତା ଥିବା ତାଙ୍କ ବାପା ତାଙ୍କୁ କ୍ଷେତବାଡ଼ି କାମ ସମୟରେ ସ୍ଥାନୀୟ ଲୋକଙ୍କ ସହିତ ମିଶିବାକୁ ଲିୟାଙ୍ଗଜିଆହେ ପଠାଇ ଦେଇଥିଲେ। ଏଥିପାଇଁ ତାଙ୍କଠୁ ସ୍କୁଲ ଶିକ୍ଷା ଛଡାଇ ନିଆଯାଇଥିଲା। ସେଠାକାର ହଳଦିଆ ମାଟିରେ କାମ କରି ଜିନପିଙ୍ଗ ଜଲଦି ହିଁ ସ୍ଥାନୀୟ ଅଞ୍ଚଳରେ ନିଜର ଜାଗା ବନାଇ ନେଇଥିଲେ।

ଦେଶର ସର୍ବୋଚ୍ଚ ନେତା ହେବା ପରେ ଜିନପିଙ୍ଗ ପ୍ରାୟତଃ ସବୁବେଳେ ସେହି ସମୟର ନିଜ ସ୍ମୃତିକୁ ମନେ ପକାଇ ଥାଆନ୍ତି। ସେ କୁହନ୍ତି, ତାଙ୍କୁ ଯିଏ ବି କିଛି ବନେଇଛି, ତାହା ଲିୟାଙ୍ଗଜିଆହେର ସେହି ଅତୀତ ସମୟ ହିଁ ବନେଇଛି। ସେ ନିଜକୁ ସେହି ଜାଗାର ହଳଦିଆ ମାଟିର ପୁଅ ମଧ୍ୟ କହୁଥିବାର ଶୁଣିବାକୁ ମିଳିଥାଏ।

jinping
photo credit: TheNational

ଏମିତି ପହଞ୍ଚିଥିଲେ ସକ୍ରିୟ ରାଜନୀତିରେ

ଗାଁରୁ ରାଜନୀତିରେ ପାଦ ଥାପିବାକୁ ଯାଇ ଜିନପିଙ୍ଗ ୧୯୭୪ରେ ୮ ଥରର ବିଫଳତା ପରେ କମ୍ୟୁନିଷ୍ଟ ପାର୍ଟିର ସଦସ୍ୟ ହୋଇଥିଲେ। ତାଙ୍କୁ ବିଭିନ୍ନ ଗ୍ରାମୀଣ ଏବଂ ସହରୀ ଅଞ୍ଚଳର ପ୍ରମୁଖ କରାଯାଇଥିଲା। ୨୦୦୮ରେ ସେ ଦେଶର ଉପ ରାଷ୍ଟ୍ରପତି ହୋଇଥିଲେ। ଏହାପରଠୁ ଜିନପିଙ୍ଗ କେବେ ବି ପଛକୁ ଫେରି ଦେଖି ନ ଥିଲେ। ୨୦୧୨ରେ କମ୍ୟୁନିଷ୍ଟ ପାର୍ଟିର ସବୁଠାରୁ ଶକ୍ତିଶାଳୀ ପଦ ଅର୍ଥାତ ଜେନେରାଲ ସେକ୍ରେଟାରୀର ପଦ ସମ୍ଭାଳିଥିଲେ। ୨୦୧୩ରେ ସେ ଚୀନର ରାଷ୍ଟ୍ରପତି ହୋଇଥିଲେ ଏବଂ ଏବେ ତାଙ୍କର ରାଷ୍ଟ୍ରପତି ରୂପେ ଦ୍ଵିତୀୟ କାର୍ଯ୍ୟକାଳ ଚାଲିଛି।

ଆମେରିକା ଜିନପିଙ୍ଗଙ୍କୁ କହିଛି ଜେନେରାଲ ସେକ୍ରେଟାରୀ

୨୦୨୦ରେ ଯେତେବେଳେ କରୋନା ଯୋଗୁ ଆମେରିକା ଓ ଚୀନ ମଧ୍ୟରେ ବିବାଦ ଦେଖା ଦେଇଥିଲା, ସେହି ସମୟରେ ଆମେରିକା ରିପବ୍ଲିକାନ ପାର୍ଟିର ସାଂସଦ ସ୍କଟ ପ୍ୟାରୀ କହିଥିଲେ କି, ଜିନପିଙ୍ଗଙ୍କୁ ଚୀନର ଜନତା ଗଣତାନ୍ତ୍ରିକ ପଦ୍ଧତିରେ ବାଛି ନାହାନ୍ତି। ତେଣୁ ସେ ରାଷ୍ଟ୍ରପତି ନୁହନ୍ତି। ବର୍ତ୍ତମାନ ଜିନପିଙ୍ଗଙ୍କ ପାଖରେ ୩ଟି ଉପାଧି ଅଛି। ତାହା ହେଲା, ଏକ ଷ୍ଟେଟ ଚେୟାରମ୍ୟାନ ପଦ, ଦ୍ୱିତୀୟରେ କେନ୍ଦ୍ରୀୟ ସୈନ୍ୟ ଆୟୋଗର ଅଧ୍ୟକ୍ଷ ପଦ ଏବଂ ତୃତୀୟଟି କମ୍ୟୁନିଷ୍ଟ ପାର୍ଟିର ମହାସଚିବ। ଏଗୁଡ଼ିକ ଭିତରୁ କୌଣସି ବି ଉପାଧି ରାଷ୍ଟ୍ରପତିଙ୍କ ସମକକ୍ଷ ନୁହେଁ। ଏପରିକି, ଖୋଦ ଚୀନର ମିଡିଆ ଜିନପିଙ୍ଗଙ୍କୁ ତାଙ୍କ ପାର୍ଟିର ଲିଡର ନାମରେ ସମ୍ବୋଧିତ କରିଥାଏ। ତେବେ ସେ ଯାହା ବି ପଦ ହେଉ, ବର୍ତ୍ତମାନ ଜିନପିଙ୍ଗଙ୍କୁ ଚୀନର ରାଷ୍ଟ୍ରପତି ରୂପେ ହିଁ ଚିହ୍ନା ଯାଇଥାଏ।

ଜିନପିଙ୍ଗ ବହୁତ ଶକ୍ତିଶାଳୀ ରାଷ୍ଟ୍ରପତି। କିନ୍ତୁ ସେ ଜନନେତା ଭଳି ଚୀନର ଗଳିକନ୍ଦି ବୁଲିଥାନ୍ତି ଏବଂ ଲୋକାଲ ଫୁଡ ଖାଇଥାନ୍ତି। ଏପରିକି, ସେ ସେହିଭଳି କଥା ମଧ୍ୟ ହୋଇଥାନ୍ତି। ସେ ସବୁବେଳେ ପ୍ରାୟତଃ ଗାଁର ଲୋକମାନଙ୍କ ସହିତ ମିଶିବା ପାଇଁ ଯାଇଥାନ୍ତି। ଜିନପିଙ୍ଗ ନିଜକୁ କମ୍ୟୁନିଷ୍ଟ ପାର୍ଟିର ଧନୀ ଏବଂ ଭ୍ରଷ୍ଟାଚାରୀ ନେତାଙ୍କଠାରୁ ଦୂରେଇ ରଖିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.