ଜାଣନ୍ତୁ କେତେ ମେଗା ପିକ୍ସେଲର ହୋଇଥାଏ ମଣିଷର ଆଖି

ଆପଣ କ୍ୟାମେରା ଏବଂ ମୋବାଇଲ୍ ଫୋନର କ୍ୟାମେରା ବିଷୟରେ ତ ଶୁଣିଥିବେ। କିନ୍ତୁ ଆପଣ ଜାଣିଛନ୍ତି କି ମନୁଷ୍ୟଙ୍କ ଆଖି କେତେ ମେଗା ପିକ୍ସେଲର ହୋଇଥାଏ, ଆମେ କେତେ ଦୂର ଯାଏଁ ଦେଖିପାରିବା ? ଆଜି ଆମେ ବିଜ୍ଞାନ ଅନୁସାରେ ଏହା ଜାଣିବା ଯେ ମନୁଷ୍ୟଙ୍କ ଆଖି କେତେ ମେଗାପିକ୍ସେଲ୍ ହୋଇଥାଏ ।

Related image

ମନୁଷ୍ୟର ଦୁଇଟି ଆଖି ମିଶି ଚତୁର୍ଦ୍ଦିଗର ଦୃଶ୍ୟର ଛବି ମସ୍ତିଷ୍କକୁ ପହଞ୍ଚାଇଥାଏ ଏବଂ ଏହା ସବୁ ମିଶାଇ ଏକ ବହୁତ ବଡ଼ କ୍ଷେତ୍ରର ଛବି କରିଥାଏ। ବୈଜ୍ଞାନିକଙ୍କ ଗବେଷଣା ଅନୁଯାୟୀ ଏକ ସାଧାରଣ ମନୁଷ୍ୟର ଆଖିରେ ୨୪ହଜାର ଗୁଣ ଅର୍ଥାତ୍ ୨୪ହଜାର ପିକ୍ସେଲ୍ ହୋଇଥାଏ ଯାହା ୫୭୬ମେଗାପିକ୍ସେଲ୍ ସହ ସମାନ ହୋଇଥାଏ। ଏହା ଦ୍ବାରା ଆପଣ ଅନୁମାନ ଲଗାଇ ପାରିବେ ଯେ ମନୁଷ୍ୟର ଆଖି କେତେ ଦୂର ଯାଏଁ ବସ୍ତୁକୁ ଦେଖି ପାରିବ।

Image result for human eye megapixel

 

ଏହାସହ ପଢନ୍ତୁ ଅନ୍ତରୀକ୍ଷକୁ ଯିବାପରେ ମହାକାଶଚାରୀଙ୍କ ଶରୀରରେ ଦେଖାଦିଏ ଏଭଳି ଅସ୍ୱାଭାବିକ ପରିବର୍ତ୍ତନ

ବୈଜ୍ଞାନିକଙ୍କ କହିବା ଅନୁସାରେ ଯେତେବେଳେ ଆଲୋକ କୌଣସି ଜିନିଷ ସହ ଧକ୍କା ହୋଇ ଆମ ଆଖିର ରେଟିନା ଉପରେ ପଡ଼ିଥାଏ ସେତେବେଳେ ଏହି ଜିନିଷର ପ୍ରତିବିମ୍ବ ଆଖିର ରେଟିନା ଉପରେ ସୃଷ୍ଟି ହୋଇଥାଏ। ରେଟିନା ଉପରେ ସୃଷ୍ଟି ହେଉଥିବା ପ୍ରତିବିମ୍ବ ସମ୍ବେଦନା ଦ୍ବାରା ଆମ ମସ୍ତିଷ୍କକୁ ପହଞ୍ଚାଇଥାଏ। ଯାହା ଫଳରେ ଆମେ ଯେକୌଣସି ଜିନିଷ ଦେଖି ପାରିଥାଉ ଏବଂ ମନ୍ତିଷ୍କ ସେହି ଜିନିଷକୁ ଦେଖିବାର ଅନୁଭବ କରିଥାଏ। ଆଖିର କାର୍ଯ୍ୟପ୍ରଣାଳୀକୁ ଦେଖି ବୈଜ୍ଞାନିକମାନେ କ୍ୟାମେରାର ଆବିଷ୍କାର କରିଥିଲେ। ମନୁଷ୍ୟର ଆଖି ଯେପରି କାମ କରିଥାଏ କ୍ୟାମେରା ମଧ୍ୟ ଠିକ୍ ସେହିପରି କାମ କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.