ଆତଙ୍କିତ ନ ହୋଇ ଏସିଡ୍‌ ଆଟାକ୍‌ର କରନ୍ତୁ ଏଭଳି ଉପଚାର, ଜ୍ୱଳନ ହେବ କମ୍‌

ରାଗର ବଶବର୍ତ୍ତୀ ହୋଇ ମଣିଷ ବେଳେ ବେଳେ ଏଭଳି ପଦକ୍ଷେପ ନିଏ ଯାହା ଦ୍ୱାରା ନିଜର କ୍ଷତି ହେବା ସହ ଅନ୍ୟମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଆଜିକାଲି କେହି କାହା ଉପରେ ରାଗ ରଖିଲେ ବା ଶତ୍ରୁତା ରଖିଲେ ହାଣିବା ମାରିବା ଯାଏଁ କଥା ଯାଉଛି। କିଛି ଉପାୟ ନ ପାଇଲେ ଲୋକମାନେ ଏସିଡ୍‌ ଫିଙ୍ଗି ପ୍ରତିଶୋଧ ନେଉଛନ୍ତି। ଅଧିକାଂଶ ପ୍ରେମଜନିତ ଘଟଣାରେ ଏହି ଏସିଡ୍‌ ଆଟାକ୍‌ ହୋଇଥାଏ।

ସରକାରୀ ସୂଚନାନୁଯାୟୀ, ଭାରତରେ ବର୍ଷକୁ ପ୍ରାୟ ୩୦୦ରୁ ୪୦୦ଟି ଏସିଡ୍‌ ଆଟାକ୍‌ ହେଉଛି। କିନ୍ତୁ ଉପସ୍ଥିତି ବୁଦ୍ଧିର ଅଭାବ ଓ ଏସିଡ୍‌ ବିଷୟରେ କମ୍‌ ଜ୍ଞାନ ଥିବାରୁ ଘଟଣାସ୍ଥଳରେ କେଉଁ ପ୍ରାଥମିକ ଚିକିତ୍ସା କରିବା ଆବଶ୍ୟକ, ତାହା ଅଧିକାଂଶ ଲୋକ ଜାଣି ପାରିନଥାନ୍ତି। ଫଳରେ ଶରୀରର ଅଙ୍ଗପ୍ରତ୍ୟଙ୍ଗ ସବୁଦିନ ପାଇଁ ନଷ୍ଟ ହୋଇଯାଏ। କେତେକ ସହଜ ଓ ସରଳ ଉପାୟରେ ମଧ୍ୟ ଆପଣ ଏସିଡ୍‌ ଆଟାକ୍‌ ପୀଡ଼ିତଙ୍କୁ ରକ୍ଷା କରିପାରିବେ। ଆସନ୍ତୁ ଜାଣିବା ଏସିଡ୍‌ ଆଟାକ୍‌ ପୀଡ଼ିତଙ୍କୁ ବଞ୍ଚାଇବା ଉପାୟ…

  • ଏଡିସ୍‌ ଆଟାକ୍‌ ହୋଇଥିବା ବ୍ୟକ୍ତିଙ୍କ ଶରୀରକୁ ତୁରନ୍ତ ଥଣ୍ଡା ପାଣି ବା ସାଲାଇନ୍‌ରେ ଧୋଇ ଦିଅନ୍ତୁ। ଯେମିତିକି ଏସିଡ୍‌ ଶରୀରରୁ ଧୋଇଯିବ। ଘା’କୁ ଥଣ୍ଡା କରିବା ପାଇଁ ସେହି ସ୍ଥାନରେ ଓଦା କପଡ଼ା ବାନ୍ଧିଦିଅନ୍ତୁ।
  • ଏସିଡ୍‌ ପଡ଼ିଥିବା ଜାଗାରେ ପୋଡ଼ା ନ କମିଲା ପର୍ଯ୍ୟନ୍ତ ଥଣ୍ଡା ପାଣି ଢାଳନ୍ତୁ। ଏଥିପାଇଁ ଘଣ୍ଟାଏ ସମୟ ଲାଗିପାରେ।
  • ଏସିଡ୍‌ ପଡ଼ିଥିବା ସ୍ଥାନରେ କୌଣସି ଗହଣା ବା ଡ୍ରେସ୍‌ ଥିଲେ, ତାହାକୁ ତୁରନ୍ତ ଓହ୍ଲାଇ ଦିଅନ୍ତୁ। ଯଦି ସମ୍ଭବ ସଫା କପଡ଼ାକୁ କ୍ଷତର ଚାରିପଟେ ଢିଲା କରି ବାନ୍ଧିଦିଅନ୍ତୁ। ଏଭଳି କରିବା ଦ୍ୱାରା ଇନ୍‌ଫେକସନ୍‌ର ଭୟ ନଥାଏ।

  • ଯଦି କୌଣସି ଏସିଡ୍‌ ପୀଡ଼ିତକୁ ଦେଖୁଛନ୍ତି, ତାଙ୍କୁ ସାହାଯ୍ୟ କରିବା ପାଇଁ ହାତରେ ଏସିଡ୍‌କୁ ଛୁଅଁନ୍ତୁ ନାହିଁ। ଏଭଳି କଲେ ଆପଣଙ୍କ ହାତ ମଧ୍ୟ ଜଳିଯିବା ଆଶଙ୍କା ରହିଛି।
  • ଯଦି ପାଉଡର ମାଧ୍ୟମରେ କାହାକୁ ଏସିଡ୍‌ ଆଟାକ୍‌ ହୋଇଛି ତେବେ ଶୁଖିଲା କପଡ଼ାରେ ତାଙ୍କ ଶରୀରକୁ ସଫା କରନ୍ତୁ।
  • ଏସିଡ୍‌ ଆଟାକ୍‌ ପରେ ଜଣେ ଡରିଯିବା ସ୍ୱାଭାବିକ। ଏଭଳି ସ୍ଥିତିରେ ସୁସ୍ଥ ହେବା ପରେ ପୀଡ଼ିତଙ୍କୁ କାଉନ୍‌ସିଲ୍‌ ପାଇଁ ଡାକ୍ତରଙ୍କ ପାଖକୁ ନିଅନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.