କାହିଁକି ଏବଂ କିପରି ଜନ୍ମ ହୁଅନ୍ତି ଯାଆଁଳା ଛୁଆ? ଜାଣନ୍ତୁ ଗର୍ଭରେ ପୁଅ ଓ ଝିଅରେ ପରିବର୍ତ୍ତନ ହେଉଥିବାର ବୈଜ୍ଞାନିକ କାରଣ

ସାଧାରଣତଃ ଆପଣ ଦେଖିଥିବେ ଯେ କିଛି ମହିଳା ଡେଲିଭେରୀ ସମୟରେ ଏକାସାଙ୍ଗରେ ଦୁଇଟି କିମ୍ବା ତିନିଟି ଛୁଆ ଜନ୍ମ କରନ୍ତି । କେବେ କେବେ ଏହାଠାରୁ ବି ଅଧିକ ହୋଇଥାଏ। କିନ୍ତୁ ମେଡିକାଲ୍ ସାଇନ୍ସ କୁହେ ଯେ, ଗୋଟିଏ ସ୍ପର୍ମରେ କେବଳ ଗୋଟିଏ ଛୁଆ ହିଁ ଜନ୍ମ ହୋଇପାରିବ । ଯଦି ଏହି କଥା ସତ ତାହେଲେ ପୁଣି କେମିତି ଯାଆଁଳା ଛୁଆ ଜନ୍ମ ହେଉଛନ୍ତି। ତେବେ କଣ ଯାଆଁଳା ଛୁଆ ଜନ୍ମ ପଛରେ ଦୁଇଟି ସ୍ପର୍ମ ରହିଥାଏ? ନାଁ ସେମିତି ଆଦୌ ହୋଇନଥାଏ । ପ୍ରକୃତରେ ଯେତେବେଳେ ପ୍ରଥମ ସ୍ପର୍ମ ଭିତରକୁ ଯାଇଥାଏ ସେତେବେଳେ ଅଣ୍ଡା ତାକୁ ଗୋଟେ ପ୍ରକାର ଯେମିତି ସିଲ୍ କରିଦେଇଥାଏ । ତେଣୁ ସେହି ସ୍ଥାନରେ ଆଉ ଗୋଟିଏ ସ୍ପର୍ମ ପଶିପାରିବ ନାହିଁ । କିନ୍ତୁ ଏଇଠି ପ୍ରଶ୍ନ ଆସୁଛି ଯେ ତାହେଲେ କିପରି ହୁଅନ୍ତି ଯାଆଁଳା ଛୁଆ? ଆଜି ଆମେ ଆପଣଙ୍କୁ ଏହାର କାରଣ ଜଣାଇବାକୁ ଯାଉଛୁ। ଯାହାଦ୍ୱାରା ଯାଆଁଳା ଛୁଆ କାହିଁକି ହୁଅନ୍ତି ଏହାର କାରଣ ସହଜରେ ଆପଣ ଜାଣିପାରିବେ।

ପ୍ରଥମତଃ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଯାଆଁଳା ଛୁଆ ଦୁଇପ୍ରକାରର । ଗୋଟିଏ ହେଉଛି ଆଇଡେଣ୍ଟିକାଲ୍ ଓ ଅନ୍ୟଟି ନନ୍ ଆଇଡେଣ୍ଟିକାଲ୍। ମେଡିକାଲ୍ ଭାଷାରେ ଏହାକୁ ମୋନୋଜାଇଗୋଟିକ୍ ଓ ଡାୟଜାଇଗୋଟିକ୍ କୁହାଯାଇଥାଏ । ବାସ୍ତବରେ ମହିଳାଙ୍କ ଶରୀରରେ ଗୋଟିଏ ଅଣ୍ଡା ରହିଥାଏ, ଯାହା ସ୍ପର୍ମ ସହିତ ମିଶି ଏକ ଭ୍ରୁଣ ତିଆରି କରିଥାଏ । ହେଲେ ଅନେକ ଥର ଏହାର ଫର୍ଟିଲାଇଜେସନ୍ ପ୍ରକ୍ରିୟାରେ ଗୋଟିଏ ନୁହେଁ ଦୁଇଟି ଛୁଆ ତିଆରି ହୋଇଯାଇଥାନ୍ତି ।

imageଯେହେତୁ ଏହି ଫର୍ଟିଲାଇଜେସନ୍ ସମାନ ଅଣ୍ଡାରୁ ପ୍ରସ୍ତୁତ ହୋଇଥାଏ । ତେଣୁ ଏହାର ପ୍ଲେସେଣ୍ଟା ମଧ୍ୟ ଗୋଟିଏ ହିଁ ହୋଇଥାଏ । ଏହି ପ୍ରକ୍ରିୟାରେ ଦୁଇ ପୁଅ ଜନ୍ମ ହୁଅନ୍ତି କିମ୍ବା ଦୁଇ ଝିଅ । ଏ ସ୍ଥଳରେ ସେମାନେ ଦେଖିବାକୁ ଏକାପ୍ରକାରର ହିଁ ହୋଇଥାନ୍ତି । ଏମାନଙ୍କର ଡିଏନଏ ମଧ୍ୟ ପାଖାପାଖି ସମାନ ହୋଇଥାଏ । ଯଦିଓ ସେମାନଙ୍କର ଫିଙ୍ଗର୍ ପ୍ରିଣ୍ଟ ଅଲଗା ରହିଥାଏ । ଏହିପରି ପିଲାମାନଙ୍କୁ ମୋନୋଜାଇଗୋଟିକ୍ ଯାଆଁଳା କୁହାଯାଏ ।

କିନ୍ତୁ ବେଳେବେଳେ ଏହା ମଧ୍ୟ ଘଟେ ଯେ ମହିଳାଙ୍କ ଶରୀରରେ ଥରକରେ ଦୁଇଟି ଅଣ୍ଡା ସୃଷ୍ଟି ହୁଏ, ଯାହା ଫର୍ଟିଲାଇଜେସନ୍ କରିବାକୁ ଦୁଇଟି ଶୁକ୍ରାଣୁ ଆବଶ୍ୟକ କରେ । ଏଥିରେ ଦୁଇଟି ପୃଥକ ଭ୍ରୁଣ ପ୍ରସ୍ତୁତ ହୋଇଥାଏ । ଏହି ଅବସ୍ଥାରେ ଜନ୍ମ ହୋଇଥିବା ଶିଶୁମାନଙ୍କର ନିଜସ୍ୱ ପ୍ଲେସେଣ୍ଟା ଥାଏ । ଏଥିରେ ଏକ ପୁଅ କିମ୍ବା ଝିଅ ରହିଥାଏ । କିମ୍ବା ଦୁଇଟି ପୁଆ ଅବା ଦୁଇଟି ଝିଅରହିଥାଏ। ଏବଂ ଏମାନେ ଦେଖିବାକୁ ଅଲଗା ଅଲଗା ହୋଇଥାନ୍ତି ଏବଂ ଏମାନଙ୍କର ଚାଲି ଚଳଣ ସ୍ୱଭାବ ମଧ୍ୟ ଭିନ୍ନ ହୋଇଥାଏ। ଏମାନଙ୍କୁ ଡିଜାଇଗୋଟିକ୍ କୁହାଯାଏ ।

ପରିସଂଖ୍ୟାନ ଅନୁଯାୟୀ, ପ୍ରତି ୪୦ ପ୍ରସବ ମଧ୍ୟରୁ ଗୋଟିଏରେ ଯାଆଁଳା ଶିଶୁ ଜନ୍ମ ହୁଅନ୍ତି । ଏଥିମଧ୍ୟରୁ ଏକ ତୃତୀୟାଂଶ ମୋନୋଜାଇଗୋଟିକ୍ ଏବଂ ଦୁଇ ତୃତୀୟାଂଶ ଡିଜାଇଗୋଟିକ୍ । ଅଧ୍ୟୟନରୁ ଜଣାପଡିଛି ଯେ ଗତ ଦୁଇ ଦଶନ୍ଧି ମଧ୍ୟରେ ଯାଆଁଳା ଶିଶୁଙ୍କ ଜନ୍ମ ଏକ ସାଧାରଣ କଥା ହୋଇଯାଇଛି।

twinତେବେ କାହିଁକି ବଢ଼ୁଛି ଯାଆଁଳା ଶିଶୁ ସଂଖ୍ୟା ତାବିଷୟରେ ବି ଆଜି ଆମେ ଜାଣିବା

ବିଶେଷଜ୍ଞଙ୍କ କହିବା ମୁତାବକ, ପୂର୍ବ ତୁଳନାରେ ଏବେ ମହିଳା ମାନେ ବିଳମ୍ବରେ ଗର୍ଭବତୀ ହେଉଛନ୍ତି । ଖାସ୍ କରି ୩୦ ବର୍ଷ ପରେ ଏହା ଦେଖିବାକୁ ମିଳୁଛି । ଦ୍ୱିତୀୟ କଥା ହେଉଛି ଆଇଭିଏଫ୍ ଅର୍ଥାତ୍ ଆର୍ଟିଫିସିଆଲ୍ ଇନସେମିନେସନ୍ ଭଳି ଟେକ୍ନୋଲୋଜିର ବ୍ୟବହାର ଏବେ ଅଧିକ ହେଉଛି। ତେଣୁ ଏଥିରେ ବି ଏକରୁ ଅଧିକ ଛୁଆ ଜନ୍ମ ହୁଅନ୍ତି ।

ତେବେ ଏହା ଆନୁବଂଶିକ ବି ହୋଇଥାଏ। ଯଦି ଆପଣଙ୍କ ପରିବାରରେ ପୂର୍ବରୁ ମଧ୍ୟ ଯାଆଁଳା ଶିଶୁ ଜନ୍ମ ହୋଇସାରିଛନ୍ତି, ତାହେଲେ ମଧ୍ୟ ଯାଆଁଳା ଶିଶୁ ଜନ୍ମ ହେବାର ସମ୍ଭାବନା ରହିଥାଏ। କେବଳ ଏତିକି ନୁହେଁ ଯଦି ଆପଣ ବି ନିଜ ଭାଇ କିମ୍ବା ଭଉଣୀଙ୍କ ସହ ଯାଆଁଳା ତାହେଲେ ମଧ୍ୟ ଯାଆଁଳା ଶିଶୁ ଜନ୍ମ ନେବାର ସମ୍ଭାବନା ରହିଥାଏ।

ଗର୍ଭରେ ଯାଆଁଳା ଶିଶୁ ଥିଲେ ସବୁ ଲକ୍ଷଣ କଣ ଥାଏ?

  • ଅଧିକ ଭୋକ ଲାଗିଥାଏ। ଯଦି କୌଣସି ମହିଳାଙ୍କ ଗର୍ଭରେ ଯାଆଁଳା ଶିଶୁ ରହିଥାଏ ତାହେଲେ ସେମାନଙ୍କୁ ଅଧିକ ଭୋକ ଲାଗିଥାଏ।
  • ଏହାବ୍ୟତୀତ ଯେଉଁ ମହିଳାଙ୍କର ଯାଆଁଳା ଶିଶୁ ଗର୍ଭରେ ଥାଏ ସେମାନଙ୍କର ସ୍ପୋଟିଙ୍ଗ୍‌ ଏବଂ ବ୍ଲିଡିଙ୍ଗ୍‌ ହେବାର ସମ୍ଭାବନା ଅଧିକ ରହିଥାଏ।
  • ମର୍ଣ୍ଣିଙ୍ଗ୍‌ ସିକନେସ୍‌। ଯାଆଁଳା ଶିଶୁ ସହିତ ଗର୍ଭବତୀ ଥିବା ମହିଳାଙ୍କ ପ୍ରାରମ୍ଭିକ ଲକ୍ଷଣରେ ମର୍ଣ୍ଣିଙ୍ଗ୍‌ ସିକନେସ୍‌ ବହୁତ ଅଧିକ ହୋଇଥାଏ।
  • ଓଜନ ବଢ଼ିବା। ଗର୍ଭରେ ଯାଆଁଳା ଶିଶୁ ଥିଲେ, ସାମାନ୍ୟ ଗର୍ଭ ତୁଳନାରେ ଓଜନ ଅଧିକ ରହିଥାଏ। କାହିଁକିନା ଦୁଇଟି ଶିଶୁ ଦୁଇଟି ପ୍ଲାସେଣ୍ଟା ଏବଂ ଅଧିକ ଏମନିୟୋଟେକ ଦ୍ରବ ସହିତ ରହିଥାଏ। ସାଧାରଣତଃ ଗର୍ଭାବସ୍ଥାରେ ମହିଳାଙ୍କ ଓଜନ ୨୫ ପାଉଣ୍ଡ ରହିଥାଏ କିନ୍ତୁ ଯାଆଁଳା ଶିଶୁଙ୍କ କ୍ଷେତ୍ରରେ ଏହି ଓଜନ ୩୦ ରୁ ୩୫ ପାଉଣ୍ଡ ଭିତରେ ରହିପାରେ।
  • ଗର୍ଭରେ ଯାଆଁଳା ଶିଶୁ ଥିଲେ ମହିଳାଙ୍କର ସମୟ ପୂର୍ବରୁ ଡେଲିଭରୀ ହେବାର ଅଧିକ ସମ୍ଭାବନା ରହିଥାଏ। ଲେବର ପେନ୍‌ ଗର୍ଭାବସ୍ଥାର ୩୬ କିମ୍ବା ୩୭ ସପ୍ତାହ ଭିତରେ ହୋଇପାରେ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.