ମିଆମିରେ ଦୁଇ କ୍ୱିଣ୍ଟାଲ୍‌ ଓଜନ ଗରିଲାର ଚାଲିଛି କରୋନା ଟେଷ୍ଟ, ଭିଡିଓ ଭାଇରାଲ୍‌

କିଛି ମାସ ଧରି କରୋନା ରୋଗୀ ଓ କରୋନା ହସ୍‌ପିଟାଲ୍‌ ସମ୍ପର୍କୀୟ ବିଭିନ୍ନ ଫଟୋ ଦେଖିବାକୁ ମିଳୁଛି । କେଉଁଠି ଡାକ୍ତର ରୋଗୀଙ୍କ ଠାରୁ ସ୍ୱାବ ନେଉଛନ୍ତି ତ କେଉଁଠି କରୋନା ରୋଗୀଙ୍କ ମୃତ ଦେହ ନେଉଥିବାର ଫଟୋ ଦେଖିବାକୁ ମିଳିଛି ।

gorilla-1

ହେଲେ ଏହିସବୁ ଫଟୋ ଏବେ ସାଧାରଣ ହୋଇଯାଇଛି ସାରା ବିଶ୍ୱରେ । କିନ୍ତୁ ନିକଟରେ ମିଆମିରେ ଏମିତି ଏକ ରୋଗୀର କରୋନା ଭାଇରସ୍‌ ଟେଷ୍ଟ ଚାଲିଛି ଯାହାର ଭିଡିଓ ସାରା ବିଶ୍ୱରେ ଭାଇରାଲ୍‌ ହୋଇଛି ।  ଏହି ରୋଗୀଟି ହେଉଛି  ‘ସାଙ୍ଗୋ’ ନାମକ  ଏକ ଗରିଲା ।

‘ସାଙ୍ଗୋ’ର ଓଜନ ରହିଛି ୧୯୬ କିଲୋଗ୍ରାମ । ମିଆମିର ଦାଦେ ଜୁଲୋଜିକାଲ ପାର୍କରେ ରହିଥିବା ଏହି ଗରିଲାର ବୟସ ୩୧ ବର୍ଷ । ତା’ର ଭାଇ ସହ ମାଡ଼ଗୋଳ କରି ଜଖମ ହେବା ପରେ ତା’ର ଚିକିତ୍ସା ପାଇଁ ହସ୍‌ପିଟାଲକୁ ଅଣାଯାଇଛି ।

gorilla -2

ସେଠାରେ ତା’ର ଏକ୍ସ ରେ, ଅଲ୍‌ଟ୍ରାସାଉଣ୍ଡ, ଟିବି ଓ କରୋନା ଟେଷ୍ଟ କରାଯାଇଛି । ‘ସାଙ୍ଗୋ’ ନାମକ ଏହି ଗରିଲା କରୋନାମୁକ୍ତ ଥିବା ଜଣାଯାଇଛି । ସାଙ୍ଗୋ ର ଫଟୋ ଭାଇରାଲ୍‌ ହେବା ପରେ ୟୁଜର୍ସଙ୍କ ତରଫରୁ ବହୁତ କମେଣ୍ଟ ମିଳୁଛି ।

ଚିକିତ୍ସା ପରେ ସାଙ୍ଗୋ କୁ ମିଆମି ଚିଡିଆଖାନାକୁ ପଠାଇ ଦିଆଯାଇଛି । ଏବେ ତା’ ଉପରେ ନଜର ରଖାଯାଇଛି ବୋଲି ଚିଡିଆଖାନା ପକ୍ଷରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.