ମେକ୍ସିକୋର ଏହି ଗଳିକୁ ଆଜି ବି ଆସନ୍ତି ଶତାଧିକ କପଲ, ଏଠି ଛିଡ଼ାହୋଇ ପରସ୍ପରକୁ କିସ କରିବା ପଛରେ ରହିଛି ଏକ ଦୁଃଖଦ କାହାଣୀ

ଦୁନିଆରେ ଏମିତି ଅନେକ ଜାଗା ଅଛି, ଯାହା ‘ଲଭର୍ସ ପଏଣ୍ଟ’ ନାଁରେ ଜଣାଶୁଣା। ଏଠାରେ ପ୍ରେମୀ ଜୋଡା ଏକାନ୍ତରେ ସମୟ ବିତାଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ କିଛି ଜାଗା ଏମିତି ବି ଅଛି, ଯେଉଁଠି ପ୍ରେମିକ, ପ୍ରେମିକା ଖୁଲମଖୁଲା କିସ କରିଥାନ୍ତି। ତେବେ ଏହି ଜାଗା ରହିଛି ମେକ୍ସିକୋରେ, ଯେଉଁଠି କପଲ କିସ କରିବା ପାଇଁ ଲମ୍ବା ଲାଇନରେ ଛିଡ଼ା ହୋଇଥାନ୍ତି ଏବଂ ନିଜ ପାଳି ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିଥାନ୍ତି।

ଏପରି କରିବା ପଛରେ ଏକ ମାନ୍ୟତା ରହିଛି। ତାହା ହେଲା, ଏଠାକୁ ଆସି କିସ କଲେ ଦମ୍ପତି ଆଗାମୀ ୧୫ ବର୍ଷ ପର୍ଯ୍ୟନ୍ତ ଖୁସିରେ ରହିବେ। ସେହିପରି ଦୁଇ ଲଭର୍ସଙ୍କ କାହାଣୀ ମଧ୍ୟ ଏଥିରେ ଜଡ଼ିତ ରହିଛି। ବାସ୍ତବରେ ଏହି ଜାଗାଟି ବହୁତ ପତଳା ଗଳି, ଯାହାର ନାଁ ‘El Callejon del Basso’। ‘El Callejon del Basso’ର ଅର୍ଥ ହେଉଛି ‘କିସର ଗଳି’।

fgg

କିମ୍ବଦନ୍ତୀ ଅନୁସାରେ, ଏଠାରେ ବାଲକୋନିରେ ବସି ଦୁଇଜଣ ଲଭର୍ସ ପରସ୍ପରକୁ କିସ କରୁଥିଲେ। ପ୍ରେମିକା ଡୋନା ଧନୀ ପରିବାରର ହୋଇଥିବା ବେଳେ ପ୍ରେମିକ ଲୁଇସ ଗରିବ ପରିବାରର ଥିଲେ। ତେଣୁ ଡୋନାଙ୍କ ବାପା ସେମାନଙ୍କୁ ପ୍ରେମ କରିବାକୁ ଅନୁମତି ଦେଇ ନ ଥିଲେ। ତାଙ୍କୁ ସେମାନଙ୍କ ମିଳାମିଶା ପସନ୍ଦ ନ ଥିଲା। ଏଥିପାଇଁ ସେ ନିଜ ଝିଅର ବାହାରକୁ ଯିବା ଉପରେ କଟକଣା ଲଗାଇ ଦେଇଥିଲେ।

ହେଲେ ଲୁଇସ ଡୋନାଙ୍କୁ ଭେଟିବା ପାଇଁ ଅଲଗା ରାସ୍ତା ବାହାର କରିଥିଲେ। ସେ ଡୋନାଙ୍କ ଘର ସାମ୍ନା ଏକ ପତଳା ଗଳିରେ ଏକ ରୁମ ଭଡ଼ା ଆକାରରେ ନେଇଥିଲେ। କିନ୍ତୁ ଏ ବିଷୟରେ ଯେତେବେଳେ ଡୋନାଙ୍କ ବାପା ଜାଣିବାକୁ ପାଇଥିଲେ, ସେ ରାଗରେ ତାଙ୍କ ଝିଅକୁ ମାରିଦେଇଥିଲେ। ଏକ ଧାରୁଆ ଅସ୍ତ୍ରରେ ଝିଅର ଛାତିକୁ ଆକ୍ରମଣ କରିଥିଲେ।

dfs

କିଛି ଲୋକ କୁହନ୍ତି, ଲୁଇସ, ଡୋନାଙ୍କୁ ବଞ୍ଚାଇବା ପାଇଁ ତାଙ୍କ ରୁମ ବାଲକୋନିରୁ କୁଦିଥିଲେ, ତଳେ ପଡ଼ିଯିବାରୁ ତାଙ୍କ ବେକ ଭାଙ୍ଗିଯାଇଥିଲା। ଯେଉଁ ଘରେ ଡୋନା ରହୁଥିଲେ, ବର୍ତ୍ତମାନ ସେଠି ଏକ ଗିଫ୍ଟ ଦୋକାନ ହୋଇଛି। ଏବେ କପଲମାନେ ସେହି ବାଲକୋନିକୁ ଆସି ନିଜ ନାଁ ଏବଂ କିଛି ବାର୍ତ୍ତା ଲେଖିଥାନ୍ତି। ଏପରିକି ଝରକାରେ ତାଲା ମଧ୍ୟ ଝୁଲାଇଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.