ରହସ୍ୟମୟ ଓଭରଟନ୍‌ ବ୍ରିଜ୍‌, ଯେଉଁଠୁ କୁଦି ହଜାର ହଜାର କୁକୁର କରିସାରିଲେଣି ଆତ୍ମହତ୍ୟା!

ସ୍କଟଲ୍ୟାଣ୍ଡର ଡମ୍ବାର୍ଟନ ନିକଟସ୍ଥ ଏକ ଗାଁ ମିଲ୍‌ଟନ। ଏଠାରେ ଏକ ବ୍ରିଜ୍‌ ରହିଛି, ଯାହାକି କୁକୁରକୁ ଆତ୍ମହତ୍ୟା କରିବା ପାଇଁ ନିଜ ଆଡ଼କୁ ଆକର୍ଷିତ କରିଥାଏ। ୬୦ ଦଶକରୁ ଆଜି ପଯ୍ୟର୍ନ୍ତ ଏହି ବ୍ରିଜ୍‌ରୁ କୁଦି ପାଖାପାଖି ୬୦୦ କୁକୁର ଆତ୍ମହତ୍ୟା କରିସାରିଲେଣି। ୧୮୫୯ରେ ତିଆରି ହୋଇଥିବା ଏହି ବ୍ରିଜ୍‌ର ନାଁ ‘ଓଭରଟନ୍‌ ବ୍ରିଜ୍‌’। ୧୯୫୦ରୁ ୧୯୬୦ ଦଶକରେ ଏଠାରେ ପ୍ରଥମ ଥର କୁକୁରଙ୍କ ଆତ୍ମହତ୍ୟାକୁ ନେଇ ନୋଟିସ୍‌ ଲଗାଯାଇଥିଲା।

ଏହାସହ ପଢ଼ନ୍ତୁ: ତଣ୍ଟି କଣା କରି ଜିଅନ୍ତା ପଶୁର ରକ୍ତ ପିଅନ୍ତିି ଏହି ଜନଜାତି, ଜାଣିଲେ ଆପଣ ବି ଭୟଭୀତ ହୋଇଯିବେ

as

ଏହି ବ୍ରିଜ୍‌ରୁ କୁକୁରମାନେ ବିନା କୌଣସି କାରଣରେ ହଠାତ୍‌ କୁଦି ପଡ଼ନ୍ତି। ୫୦ ଫୁଟ୍‌ ଉଚ୍ଚରୁ ତଳକୁ ପଡ଼ିବା ପରେ ସେମାନଙ୍କ ମୃତ୍ୟୁ ହୋଇଯାଏ। କିଛି ଘଟଣାରେ ଦେଖାଯାଇଛି, ଯଦି ଥରେ କୁଦିଥିବା କୁକୁରଟି କୌଣସି କାରଣରୁ ବଞ୍ଚିଯାଏ, ତା’ହେଲେ ସେ ପୁନର୍ବାର ବ୍ରିଜ୍‌ ଉପରକୁ ଆସି ଆତ୍ମହତ୍ୟା କରେ। ଲଗାତାର କୁକୁରମାନେ ଆତ୍ମହତ୍ୟା କରିବା ପରେ ବ୍ରିଜ୍‌ରେ ଏକ ନୋଟିସ୍‌ ମରାଯାଇ ଲୋକଙ୍କୁ ଚେତାବନୀ ଦିଆଯାଇଛି।

ଏହାସହ ପଢ଼ନ୍ତୁ: ‘କଳା ଆମ୍ବ’ ଗଛକୁ କାଟିଲେ ବାହାରୁଥିଲା ରକ୍ତ, ଜାଣନ୍ତୁ ଏଭଳି ନାମକରଣ ପଛରେ କ’ଣ ରହିଛି କାରଣ

asf

ସବୁଠାରୁ ଚକିତ କଲା ଭଳି କଥା ହେଲା, ଯେତେ ବି କୁକୁର ଆତ୍ମହତ୍ୟା କରିଛନ୍ତି, ସମସ୍ତେ ରହସ୍ୟମୟ ଥିଲେ। କାରଣ, ସବୁ କୁୁକୁର ବ୍ରିଜ୍‌ର ଗୋଟିଏ ପାର୍ଶ୍ୱକୁ ଚାଲିଯାଉଥିଲେ ଏବଂ ସେଠାରେ ଏକ ନିର୍ଦ୍ଦିଷ୍ଟ ସ୍ପଟ୍‌ରେ ଛିଡ଼ାହୋଇ ତଳକୁ ଡେଇଁ ପଡ଼ୁଥିଲେ। ବ୍ରିଜ୍‌ ଉପରକୁ ଆସିବା କ୍ଷଣି ହିଁ କୁକୁରମାନେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଥିଲେ। ତେବେ ଏହି ପଥର ନିର୍ମିତ ବ୍ରିଜ୍‌ରେ କ’ଣ ରହସ୍ୟ ଅଛି, ତାହା ଆଜି ପଯ୍ୟର୍ନ୍ତ କେହି ଜାଣିପାରିନାହାନ୍ତି।

ଏହାସହ ପଢ଼ନ୍ତୁ: ଗାର୍ଲଫ୍ରେଣ୍ଡ ପାଇବା ପାଇଁ ଏଠାରେ ଛାତ୍ରମାନେ କରନ୍ତି ‘ଭର୍ଜିନିଟି ଟ୍ରି’ର ପୂଜା, ନିଆଯାଏ ଦମଦମୀ ମାଇଙ୍କ ଆଳତି

ass

କିଛି ଲୋକଙ୍କ କହିବା ହେଲା, ଏହି ବ୍ରିଜ୍‌ରେ ଦୁଷ୍ଟ ଆତ୍ମା ଘୁରି ବୁଲୁଛି। ୧୯୯୪ରେ ଜଣେ ବ୍ୟକ୍ତି ନିଜ ଛୁଆକୁ ବ୍ରିଜ୍‌ରୁ ତଳକୁ ଫିଙ୍ଗିଦେଇଥିଲେ ଏବଂ କହିଥିଲେ, ଏହି ଛୁଆ ଆଣ୍ଟି-ଖ୍ରୀଷ୍ଟ ଅଟେ। ତେବେ ଏହାର କିଛି ମାସ ପରେ ସେହି ବ୍ୟକ୍ତି ଜଣକ ନିଜେ ହିଁ ବ୍ରିଜ୍‌ରୁ କୁଦି ଆତ୍ମହତ୍ୟା କରିଥିଲେ।

aaa

ଏହାସହ ପଢ଼ନ୍ତୁ: ଶହ ଶହ ବର୍ଷ ଧରି ସୁନା ବାହାର କରୁଛି ଓଡ଼ିଶାର ଏହି ଜଣାଶୁଣା ନଦୀ, ହେଲେ ଆଜି ପର୍ଯ୍ୟନ୍ତ କେହି ଜାଣିପାରିନାହାନ୍ତି…

ଆଉ ଏକ ଲୋକକଥା ଅନୁସାରେ, ଓଭରଟନ୍‌ ବ୍ରିଜ୍‌ ଏମିତି ଏକ ଜାଗା, ଯେଉଁଠି ମୃତ ଏବଂ ଜୀବିତ ଲୋକଙ୍କ ଦୁନିଆ ମିଳିଥାଏ। ଅନେକ ସମୟରେ କିଛି ଶକ୍ତି କ୍ରସ୍‌ କରିଯାଏ। ବିଶ୍ୱାସ କରାଯାଏ, କୁକୁର ଦୃଶ୍ୟମାନ ହେଉ ନ ଥିବା ଜିନିଷକୁ ବହୁତ ଭଲ ଭାବେ ଦେଖିପାରିଥାଏ। ତେଣୁ ଏହି ସବୁ ଘଟଣାକୁ ଦୃଷ୍ଟିରେ ରଖି ବ୍ରିଜ୍‌ ଉପରେ ଏକ ବୋର୍ଡ ଲଗାଯାଇଛି। ଏଠାରେ ନିଜ କୁକୁରକୁ ସାବଧାନତାର ସହ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.