ଏହି କଥା ପାଇଁ ପତ୍ନୀଙ୍କ ଇସାରାରେ ନାଚିଥାନ୍ତି ପତି, ସାରା ଜୀବନ ହୋଇଯାଇଥାନ୍ତି ଜୋରୁ କା ଗୁଲାମ

ଆଚାର୍ଯ୍ୟ ଚାଣକ୍ୟ ନୀତିଶାସ୍ତ୍ରରେ ବୈବାହିକ ଜୀବନ ସହ ଜଡିତ କିଛି କଥା ଉଲ୍ଲେଖ କରିଛନ୍ତି । ସ୍ତ୍ରୀ ଙ୍କର ଏପରି କିଛି ଗୁଣ ସମ୍ପର୍କରେ କୁହାଯାଇଛି, ଯାହାଦ୍ୱାରା ସେ ପରିବାର ଓ ପତିଙ୍କୁ ନିୟନ୍ତ୍ରଣରେ ରଖିଥାନ୍ତି । ଆସନ୍ତୁ ଜାଣିବା କ’ଣ ସେହି ଗୁଣ ।

ଧାର୍ମିକ ମହିଳା

ଚାଣକ୍ୟ ନୀତି ଅନୁସାରେ, ଯଦି ସ୍ତ୍ରୀ ଧାର୍ମିକ ଅଟନ୍ତି ଏବଂ ଭଗବାନଙ୍କ ପୂଜା କରୁଥାନ୍ତି, ତେବେ ଘର ପରିବାରରେ ଖୁସୀ ଜାରି ରହିଥାଏ । ସେ ପରିବାରର ବିଶ୍ୱାସକୁ ମଜବୁତ କରିଥାନ୍ତି । ଏମିତି ସ୍ତ୍ରୀ ଭଲ-ମନ୍ଦ ସମୟରେ ପରିବାର ସହ ଛିଡା ହୋଇଥାଏ ଓ ଭଗବାନଙ୍କ ସହାୟତାରେ ପରିବାର ସଦସ୍ୟଙ୍କୁ ସାହାଯ୍ୟ କରିଥାଏ । ଏମିତି ସ୍ତ୍ରୀଙ୍କ ପ୍ରକୃତି ସକରାତ୍ମକ ହୋଇଥାଏ ଓ ପୁରୁଷଙ୍କୁ ବି ଆଧ୍ୟତ୍ମିକତା ଆଡକୁ ନେଇଯାଇଥାଏ । ଯିଏ କି ମାନସିକ ଭାବେ ଶାନ୍ତି ଦେବା ବାଲା ହୋଇଥାନ୍ତି ।

ମଧୁର କଥା କହୁଥିବା ମହିଳା

ଏମିତି ସ୍ତ୍ରୀ ଯିଏ ସଫା ଓ ମିଠା କଥା କୁହନ୍ତି, ତାଙ୍କ କଥା ଯେପରି କାହାକୁ କଷ୍ଟ ନଦେଉ, ଏହା ଉପରେ ଦୃଷ୍ଟି ଦେଇଥାନ୍ତି, ସେ ଜଣେ ଭଲ ପତ୍ନୀ ହୋଇଥାନ୍ତି । ଏମିତି ସ୍ତ୍ରୀ ପରିବାରର ସୁଖ ଶାନ୍ତିର କାରକ ହୋଇଥାନ୍ତି । ପୁରୁଷଙ୍କୁ ବି ପରିବାର ପ୍ରତି ସମର୍ପିତ କରିବାର ଶକ୍ତି ରଖିଥାନ୍ତି । ଏମିତି ସ୍ତ୍ରୀଙ୍କ ପରିବାର ସର୍ବଦା ଯୋଡି ହୋଇ ରହିଥାଏ । ଯେଉଁଠି କୌଣସି ଗଣ୍ଡଗୋଳ ହୋଇ ନଥାଏ, ଘରର ସମୃଦ୍ଧି ହୋଇଥାଏ । ଏମିତି ସ୍ତ୍ରୀ ପାଇ ପୁରୁଷ ଭାବନାତ୍ମକ ଭାବେ ମଜବୁତ ହୋଇଥାନ୍ତି । ପତ୍ନୀଙ୍କ ସବୁ କଥା ମଧ୍ୟ ମାନିଥାନ୍ତି ।

ଭାବିଚିନ୍ତି ଖର୍ଚ୍ଚ କରିବା ସ୍ତ୍ରୀ

ଏମିତି ସ୍ତ୍ରୀ ଯିଏ ସଂଚୟ କରିଥାନ୍ତି, ସର୍ବଦା ଧନ ସଂଚୟ ପ୍ରତି ଦୃଷ୍ଟି ଦେଇଥାନ୍ତି । ଏମିତି ସ୍ତ୍ରୀ ପରିବାର ପାଇଁ ଲୁଚାଇ ରଖିଥିବା ସମ୍ପତ୍ତି ପରି । ଯିଏ ଖରାପ ସମୟରେ ତାଙ୍କର ସଂଚୟରେ ଘର ଚଳାଇଥାନ୍ତି । ଏମିତି ସ୍ତ୍ରୀଙ୍କ ନିକଟରେ ପୁରୁଷ ସର୍ବଦା ନରମୀ ଯାଆନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.