ମିଳୁ ନାହିଁ ସ୍ୱାମୀଙ୍କ ପ୍ରେମ? ଶାଶୁଘରୁ ସମ୍ମାନ ପାଉ ନାହାନ୍ତି? ତା’ ହେଲେ ହଳଦୀର ଏହି ପ୍ରତିକାର ନିଶ୍ଚୟ ଆପଣାନ୍ତୁ

ସବୁ ମଣିଷଙ୍କର ଇଚ୍ଛା ଥାଏ କି, ସେମାନେ ଏକ ଆରାମଦାୟକ, ସୁଖୀ ତଥା ପ୍ରେମଭରା ଜୀବନ ଜିଅଁନ୍ତୁ। ପ୍ରତ୍ୟେକ ମହିଳା ନିଜ ସ୍ୱାମୀଙ୍କ ପାଖରୁ ପ୍ରେମ ଏବଂ ସମ୍ମାନ ଚାହାନ୍ତି। କିନ୍ତୁ ଅନେକ ବାର ଏମିତି ହୋଇଥାଏ, ଯେତେବେଳେ ସବୁ କିଛି ହେବା ସତ୍ତ୍ୱେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀଙ୍କଠାରୁ ପର୍ଯ୍ୟାପ୍ତ ପ୍ରେମ ମିଳି ପାରେ ନାହିଁ। ଯଦି ଆପଣ ମଧ୍ୟ ଏମିତି ବିବାହ ସମ୍ବନ୍ଧୀୟ ସମସ୍ୟା ସହ ଜୁଝି ହେଉଛନ୍ତି, ତା’ ହେଲେ ଆଜି ଆମେ ଆପଣଙ୍କୁ ଏହି ସମସ୍ୟାର ସମାଧାନ ବିଷୟରେ କହିବୁ। ଆପଣ ଚାହିଁଲେ ହଳଦୀର କିଛି ପ୍ରତିକାର କରି ପାରିବେ, ଯଦ୍ଦ୍ଵାରା ଆପଣଙ୍କ ପରିବାର ଏବଂ ଦାମ୍ପତ୍ୟ ଜୀବନରେ ଚାଲିଥିବା ସମସ୍ୟାଗୁଡ଼ିକ ଦୂର ହେବାରେ ସାହାଯ୍ୟ ମିଳି ପାରିବ।

-ଯଦି ଆପଣଙ୍କୁ ବି ଆପଣଙ୍କ ସ୍ୱାମୀଙ୍କ ପ୍ରେମ ମିଳି ପାରୁ ନାହିଁ କିମ୍ବା ଆପଣ ଦୁହିଁଙ୍କ ମଧ୍ୟରେ ଝଗଡ଼ା ଆଦି ଚାଲୁଛି, ତା’ ହେଲେ ଆପଣ ଗୁରୁବାର ଦିନ ହଳଦିଆ ରଙ୍ଗର ପୋଷାକ ପିନ୍ଧନ୍ତୁ। ଏକ ହଳଦୀ ଖଣ୍ଡ ରଖି ‘ଓଁ ରତ୍ୟେ କାମଦେବାୟଃ ନମଃ’ ମନ୍ତ୍ରକୁ ଅତି କମ୍ରେ ଗୋଟିଏ ମାଳା ଜପ କରନ୍ତୁ। ଏହାପରେ ସନ୍ଧ୍ୟା ସମୟରେ ବେସନରେ ପ୍ରସ୍ତୁତ ଯେ କୌଣସି ଖାଦ୍ୟ ଖାଆନ୍ତୁ।

-ଯଦି ଆପଣ ମଧ୍ୟ ଏହି ଅଭିଯୋଗ କରୁଛନ୍ତି କି, ଶାଶୁଘର ଲୋକଙ୍କ ପକ୍ଷରୁ ଆପଣଙ୍କୁ ପର୍ଯ୍ୟାପ୍ତ ପ୍ରେମ କିମ୍ବା ସମ୍ମାନ ମିଳୁ ନାହିଁ, ତା’ ହେଲେ ଏହି ପ୍ରତିକାର ଆପଣଙ୍କ ପାଇଁ ଉପଯୁକ୍ତ ହେବ। ଶାଶୁଘର ଘର ଯିବା ବେଳେ ହାତରେ ୭ ଖଣ୍ଡ ହଳଦୀ, ଏକ ପିତ୍ତଳ ଖଣ୍ଡ ଓ ଗୁଡ଼ ରଖି ସେଗୁଡ଼ିକୁ ଶାଶୁଘର ଆଡ଼କୁ ଫିଙ୍ଗି ଦିଅନ୍ତୁ।

-ଘରର ନକାରାତ୍ମକ ଶକ୍ତିଗୁଡ଼ିକୁ ହ୍ରାସ କରିବା ପାଇଁ ଘରର ମୁଖ୍ୟ କବାଟ କିମ୍ବା ପାଚେରୀ କାନ୍ଥରେ ହଳଦୀର ରେଖା ତିଆରି କରନ୍ତୁ। ଏହାଦ୍ୱାରା କୌଣସି ବି ପ୍ରକାରର ନକାରାତ୍ମକ ଶକ୍ତି ଘର ଭିତରକୁ ପ୍ରବେଶ କରି ପାରି ନ ଥାଏ।

-ଯଦି ଆପଣଙ୍କ ସ୍ୱାମୀଙ୍କର ମଦ୍ୟପାନ କରିବାର ଅଭ୍ୟାସ ଅଛି ଏବଂ ଏହାଦ୍ୱାରା ଆପଣଙ୍କୁ ନାନା ପ୍ରକାର ହଇରାଣ ହରକତ ହେବାକୁ ପଡ଼ୁଛି, ତା’ ହେଲେ ଆପଣଙ୍କୁ ଏହାର ପ୍ରତିକାର କରିବାକୁ ପଡ଼ିବ। ଏହା ଆପଣଙ୍କ ପାଇଁ ବେଶ୍‌ ସହାୟକ ହୋଇପାରେ। ଶୁକ୍ଳ ପକ୍ଷର ପ୍ରଥମ ଶନିବାର ସନ୍ଧ୍ୟା ସମୟରେ ୧୧ଟି ହଳଦୀ ଗଣ୍ଠି ନେଇ ତାହାକୁ ମୋଲୀ ସୂତାରେ ବାନ୍ଧି ଦିଅନ୍ତୁ। ଏହାପରେ ସ୍ୱାମୀଙ୍କ ଉପରୁ ୭ ଥର ବୁଲାଇ ପ୍ରବାହିତ ଜଳରେ ବୁହାଇ ଦିଅନ୍ତୁ। ଏହି ପ୍ରତିକାର ୮ ଶନିବାର କ୍ରମାଗତ ଭାବରେ କରନ୍ତୁ। ଦେଖିବେ ଧୀରେ ଧୀରେ ଏହାର ଭଲ ପ୍ରଭାବ ପଡ଼ିବାକୁ ଲାଗିବ।

-ଯଦି ଆପଣ ମଧ୍ୟ ନିଜ ଘରେ ସୁଖ, ଶାନ୍ତି ଆଣିବାକୁ ଚାହୁଁଛନ୍ତି, ତା’ ହେଲେ ଏହି ପ୍ରତିକାରକୁ ଗ୍ରହଣ କରି ପାରିବେ। ଚାନ୍ଦିର ନାଗ-ନାଗୁଣୀ, ରୂପା ପ୍ଲେଟ, ଛୋଟ ଛୋଟ ୫ଟି ଗୁଆ, ୭ଟି ହଳଦୀ ଖଣ୍ଡ ନିଅନ୍ତୁ ଏବଂ ଏ ସବୁକୁ ତମ୍ବା ଲୋଟାରେ ପାଣି ଭର୍ତ୍ତି କରି ସେଥିରେ ରଖି ଦିଅନ୍ତୁ। ଏହାପରେ ସେହି ଲୋଟାକୁ ଉପରୁ ଘୋଡାଇ ଦିଅନ୍ତୁ ଏବଂ ଏହାକୁ ଆପଣଙ୍କ ଘରର ପଶ୍ଚିମ କୋଣରେ ରଖନ୍ତୁ। ଯଦି ଆପଣ ନିଜ ନୂଆ ଘରକୁ ସିଫ୍ଟ କରିବାକୁ ଯାଉଛନ୍ତି, ତା’ ହେଲେ ଏହି ବିଧି ସେହି ଘରେ ମଧ୍ୟ ପ୍ରୟୋଗ କରନ୍ତୁ। ଘରେ ଆପଣ ରହିବା ପୂର୍ବରୁ ହିଁ ସେଠାରେ ସୁଖ ଏବଂ ସକାରାତ୍ମକତା ମାହୋଲ ସୃଷ୍ଟି ହୋଇଥିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.