ହୋଲିର ଅଜବ ପରମ୍ପରା…ଏଠି କୁଆଁରୀ ଝିଅକୁ ରଙ୍ଗ ଲଗାଇଲେ ବାହା ହେବାକୁ ବାଧ୍ୟ! ନ ମାନିଲେ ମିଳିଥାଏ ଏମିତି ଦଣ୍ଡ

ଦେଶର କୋଣ ଅନୁକୋଣରେ ରଙ୍ଗର ପର୍ବ ହୋଲି ବଡ଼ ଧୁମ୍‌ଧାମରେ ପାଳିତ ହୋଇଥାଏ। କିନ୍ତୁ କ’ଣ ଆପଣ ଜାଣନ୍ତି, ଝାଡ଼ଖଣ୍ଡର ସାନ୍ତାଳୀ ଆଦିବାସୀ ସମାଜ ୧୫ ଦିନ ପୂର୍ବରୁ ହିଁ ଏହି ଉତ୍ସବ ପାଳନ କରିବାକୁ ଲାଗି ଥାଆନ୍ତି। ଏହି ସମାଜ ପାଣି ଓ ଫୁଲରେ ହୋଲି ଖେଳନ୍ତି। ସେମାନେ ଏହାକୁ ‘ବାହା ପର୍ବ’ ରୂପେ ପାଳନ କରି ଥାଆନ୍ତି। ଏଠାକାର ପରମ୍ପରାରେ ରଙ୍ଗ ପକାଇବାର ଅନୁମତି ନାହିଁ। ଏଥିସହ ଏକ ନିୟମ ଏମିତି ବି ରହିଛି, ଯାହାଠୁ ସମସ୍ତେ ଦୂରେଇ ରହିବାକୁ ଚାହାଁନ୍ତି।

ହୋଲି ୧୫ ଦିନ ପର୍ଯ୍ୟନ୍ତ କୌଣସି ଯୁବକ କୌଣସି ଯୁବତୀଙ୍କ ଉପରେ ରଙ୍ଗ ପକାଇ ପାରିବେ ନାହିଁ। ଯଦି କେହି କୌଣସି କୁଆଁରୀ ଝିଅ ଉପରେ ରଙ୍ଗ ପକାଇ ଦିଏ, ତ ସମାଜ ତାକୁ ସେହି ଝିଅ ସହିତ ବାହା କରେଇ ଦେଇଥାଏ। ଆଉ ଯଦି ଝିଅଟି ବିବାହ ପ୍ରସ୍ତାବରେ ରାଜି ନ ହୁଏ, ତେବେ ରଙ୍ଗ ପକାଇବା ଅଭିଯୋଗରେ ଆଦିବାସୀ ସମାଜ ସମ୍ପୃକ୍ତ ଯୁବକଙ୍କ ସବୁ ସମ୍ପତ୍ତି ଝିଅ ନାଁରେ କରିବାର ଦଣ୍ଡ ଶୁଣାଇଥାଏ। ଏହି ନିୟମ ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମିରୁ ଆରମ୍ଭ କରି ପଶ୍ଚିମବଙ୍ଗର ଜଲପାଇଗୁଡ଼ି ପର୍ଯ୍ୟନ୍ତ ଅଞ୍ଚଳରେ ପ୍ରଚଳିତ ରହିଛି। ବିବାହ ଡରରେ କୌଣସି ବି ଯୁବକ ଝିଅମାନଙ୍କ ସହିତ ରଙ୍ଗ ଖେଳନ୍ତି ନାହିଁ। ପରମ୍ପରା ମୁତାବକ, ପୁରୁଷ କେବଳ ପୁରୁଷଙ୍କ ସହିତ ହିଁ ହୋଲି ଖେଳି ପାରିବେ।

ସାନ୍ତାଳୀ ସମାଜର ଲୋକେ କୁହନ୍ତି, ଆମ ସମାଜରେ ପ୍ରକୃତି ପୂଜାର ନିୟମ ରହିଛି। ବାହା ପର୍ବରେ ଶାଳ ଫୁଲ ଏବଂ ପତ୍ରକୁ ଲୋକେ କାନରେ ଲଗାଇ ଥାଆନ୍ତି। ଏହାର ଅର୍ଥ ହେଲା, ଯେପରି ପତ୍ରର ରଙ୍ଗ ବଦଳେ ନାହିଁ, ସେପରି ସମାଜ ମଧ୍ୟ ଅବିରତ ଭାବେ ନିଜ ପରମ୍ପରା ନିର୍ବାହ କରି ଚାଲିଥିବ। ବାହା ପର୍ବରେ ପୂଜା କରୁଥିବା ବ୍ୟକ୍ତି ନାୟକୀ ବାବା ରୂପେ ଜଣାଯାଇ ଥାଆନ୍ତି। ପୂଜା ପରେ ସେ ଶାଳ ଫୁଲ ବାଣ୍ଟନ୍ତି। ଏହି ପୂଜା ସହିତ ହିଁ ସାନ୍ତାଳୀ ସମାଜରେ ବିବାହ ପ୍ରକ୍ରିୟା ଆରମ୍ଭ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.