ହାଡ଼କୁ ମଜବୁତ କରିବା ସହିତ ଶରୀରକୁ ସୁସ୍ଥ ରଖେ ପ୍ଲମ ଫ୍ରୁଟ, ନିୟମିତ ଖାଆନ୍ତୁ

ଅଙ୍ଗୁର ଭଳି ଦେଖାଯାଉଥିବା ଫଳ ଯାହାକୁ ପ୍ଲମସ୍‌ କୁହାଯାଏ। ଏହା ଶରୀର ପାଇଁ ଖୁବ ଲାଭବାନ ହୋଇଥାଏ। ଏହାକୁ ଖାଇବା ଦ୍ୱାରା ଶରୀରରେ ବିଭିନ୍ନ ପ୍ରକାର ଫାଇଦା ମିଳିଥାଏ। ଓଜନ କମିବାଠୁ ଆରମ୍ଭ କରି ଆଖି ପର୍ଯ୍ୟନ୍ତ ସବୁଥିପାଇଁ ଏହା ଖୁବ ଲାଭକାରୀ ହୋଇଥାଏ।

ଆଜି ଆମେ ଆପଣଙ୍କୁ ପ୍ଲମସ୍‌ ର ଫାଇଦା ସମ୍ପର୍କରେ କହିବୁ। ଯାହା ଦେଖିବାକୁ ଏକଦମ ଅଙ୍ଗୁର କୋଳି ଭଳି। ଏଥିରେ କମ କ୍ୟାଲୋରୀ ରହିଥାଏ। ଏହି ଫଳରେ ଫାଇବର, ଭିଟାମିନ, କପର, ମାଙ୍ଗାନିଜ, ଫସଫରସ୍‌ ଏବଂ ମାଗ୍ନେସିୟମ ଭଳି ପୋଷକ ତତ୍ତ୍ୱ ଭରି ରହିଥାଏ। ଏହା ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି ଇନଫ୍ଲେମେଟୋରୀ ଗୁଣ ରହିଛି। ଏହାଦ୍ୱାରା ହୃଦୟ ଓ ପାଚନ ତନ୍ତ୍ର ସୁସ୍ଥ ରହିଥାଏ। ସ୍ୱାଦରେ ଏହା ଖଟ୍ଟା ମିଠା ଲାଗିଥାଏ, ଯାହାକୁ ଆପଣ ଖରାଦିନରେ ଭଲ ଭାବେ ଖାଇପାରିବେ।

ପ୍ଲମସ୍‌ ରେ କ୍ୟାଲସିୟମ, ମାଗ୍ନେସିୟମ, ଫସଫରସ, ପୋଟାସିୟମ, ଫୋଲେଟ ଓ ଭିଟାମିନ ଏ, ସି ଏବଂ କେ ଭରି ରହିଛି। ଯାହା ଅନେକ ସ୍ୱାସ୍ଥ୍ୟପୋଯୋଗୀ ଲାଭ ଦେଇଥାଏ। ଶରୀରର ପ୍ରତ୍ୟେକ ଅଙ୍ଗକୁ ସୁଚାର ରୂପେ କାମ କରିବା ସହିତ ପାଚନ କ୍ରିୟାକୁ ଠିକ କରିବା ପାଇଁ ହେଲେ ଏହାକୁ ଖାଆନ୍ତୁ ।

plum fruit
pc: ndtv.com

ଏବେ ଜାଣନ୍ତୁ ଏହାର ବିଭିନ୍ନ ଫାଇଦା ସମ୍ପର୍କରେ:
-ଓଜନ କମାଇବାରେ ଏହା ସହାୟକ ହୋଇଥାଏ। ୧୦୦ ଗ୍ରାମ ପ୍ଲମରେ ୪୬ କିଲୋଗ୍ରାମ କ୍ୟାଲୋରୀ ରହିଥାଏ। ଏଥିରେ ଅନ୍ୟ ଫଳ ଅପେକ୍ଷା କମ କ୍ୟାଲୋରୀ ମିଳିଥାଏ। ଏଥିପାଇଁ ଓଜନ ନିୟନ୍ତ୍ରିତ ହୋଇଥାଏ।

-ଏଥିରେ ଥିବା ଭିଟାମିନ ସି ଆଖିକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ରୋଗପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ।

-ଏହା କୋଲେଷ୍ଟ୍ରଲ ମାତ୍ରାକୁ କମ କରିଥାଏ। ଏଥିରେ ଓମେଗା ୩ ଭରପୂର ରହିଛି। ଏହା ହୃଦୟ ସହ ଜଡ଼ିତ ସମସ୍ୟାକୁ ଦୂର କରିଥାଏ। ଏହାକୁ ଖାଇବା ଦ୍ୱାରା ହାର୍ଟ ଆଟାକ ସମସ୍ୟା ଦୂର ହୁଏ।

-ହାଡ଼କୁ ଏହା ମଜବୁତ କରିଥାଏ। ଏହା ଅଷ୍ଟିଓପୋରୋସିସ୍‌ ଏବଂ ଅଷ୍ଟିଓପିନିୟା ଭଳି ହାଡର ସମସ୍ୟାକୁ ଦୂର କରିଥାଏ।

-ଏହା ତ୍ୱଚା ସମେତ ମସ୍ତିଷ୍କକୁ ମଧ୍ୟ ସୁସ୍ଥ ରଖିଥାଏ। ଏହା ଆପଣଙ୍କ ଚିନ୍ତାକୁ ଦୂର କରିବାରେ ସହାୟକ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.