ୟୁନିକ୍‌ ଷ୍ଟାଇଲରେ ଟ୍ରାଫିକ ସଚେତନ କରୁଛନ୍ତି ଇମତିଆଜ୍‌: ଦେଖନ୍ତୁ ଭିଡିଓ, ଆପଣ ବି କରନ୍ତୁ ପ୍ରଶଂସା

ନିକଟରେ ଦେଶରେ ନୂଆ ମୋଟର ଯାନ ସଂଶୋଧନ ଆଇନ ପ୍ରଣୟନ ହେବା ପରେ ଅନେକ ଲୋକଙ୍କର ଚାଲାଣ କଟିଥିଲା। ଏହି ଚାଲାଣ କାଟିବା ଭୟରେ ଲୋକେ ଘରୁ ଗାଡି ବାହାର କରିବାକୁ ମଧ୍ୟ ଡରୁଥିଲେ। ବିନା ଲାଇସେନ୍ସରେ ଗାଡି ଚଲାଇବା, ହେଲମେଟ ନପିନ୍ଧିବା, ସିଟ୍‌ ବେଲ୍ଟ ନ ବାନ୍ଧିବା, ଗାଡି ଚଳାଇବା ପରେ ମୋବାଇଲରେ ଗପିବା, ମଦ୍ୟପାନ କରି ଗାଡି ଚଲାଇବା ଏଭଳି ସବୁ ନିୟମର ଉଲ୍ଲଙ୍ଘନ କରି ଅନେକ ଚାଲାଣ ଦେଇଛନ୍ତି। ସମଗ୍ର ଦେଶରେ ଏହାକୁ ନେଇ ବିଭିନ୍ନ ପ୍ରକାର ଘଟଣା ଦେଖିବାକୁ ମିଳିଛି।

କିନ୍ତୁ ନିକଟରେ ସୋସିଆଲ ମିଡିଆରେ ଏକ ଟ୍ରାଫିକ ପୋଲିସଙ୍କ ଭିଡିଓ ଭାଇରାଲ ହୋଇଛି। ଯାହା ଦେଖିଲେ ଆପଣ ମଧ୍ୟ ନିଜ କାନ କିମ୍ବା ଆଖିକୁ ବିଶ୍ୱାସ କରିପାରିବେ ନାହିଁ। କଥାଟି ଶୁଣି ଆପଣ କିଛି ବୁଝିପାରୁନଥିବେ ନିଶ୍ଚିତ। ଟ୍ରାଫିକ ପୋଲିସକୁ ଦେଖିଲେ ଏଭଳି ସବୁ ଭୁଲ କରୁଥିବା ବ୍ୟକ୍ତି ଡରିଯାଉଥିବା ବେଳେ ଏହି ଟ୍ରାଫିକ ପୋଲିସଙ୍କ ଭିଡିଓ ଦେଖି ଆପଣଙ୍କ ସବୁ ଅନୁମାନ ଭୁଲ ପ୍ରମାଣିତ ହେବ। ଭିଡିଓରେ ଜଣେ ଟ୍ରାଫିକ ଏଏସଆଇ ଇମତିଆଜି ରାସ୍ତାରେ ଏପରି କିଛି କାର୍ଯ୍ୟ କରୁଛନ୍ତି ଯାହା ଆପଣ ବି ଦେଖିଲେ ବିଶ୍ୱାସ କରିପାରିବେ ନାହିଁ। ସେ ରାସ୍ତାରେ ଯାଉଥିବା ବିନା ହେଲମେଟ ଯାତ୍ରୀଙ୍କୁ ଚାଲାଣ ନ କାଟି ହେଲମେଟ ପିନ୍ଧିବାକୁ ଅତି ବିନ୍ରମର ସହିତ କହିବା ସହିତ ସିଟ୍‌ ବେଲ୍ଟ ବାନ୍ଧିନଥିବା ଗାଡି ଡ୍ରାଇଭିଂ କରୁଥିବା ଲୋକଙ୍କୁ ମଧ୍ୟ ବେଲ୍ଟ ବାନ୍ଧିବା ପାଇଁ ଅନୁରୋଧ କରୁଛନ୍ତି। ଟ୍ରାଫିକ ପୋଲିସଙ୍କର ଏଭଳି କାର୍ଯ୍ୟ ଦେଖି ସମସ୍ତେ ତାଙ୍କୁ ସାଲ୍ୟୁଟ ମାରୁଛନ୍ତି। ଭିଡିଓକୁ ଦେଖିଲେ ଆପଣ ନିଶ୍ଚିତ ଭାବେ ଅନୁମାନ କରିପାରିବେ।

video courtsy :  samaa.tv

https://www.facebook.com/darshan.chauhan.967/videos/2997494690278948/UzpfSTEwMDAwNzAwNzQ3MTc0NzoyNDA1NTM0NjQ2MzU2NzYx/

ଇମତିଆଜଙ୍କ ଏପରି କାର୍ଯ୍ୟ ଦେଖି ଆଡିସିନାଲ ଆଇଜି ତାଙ୍କୁ ୫୦୦୦ ଟଙ୍କା ପୁରସ୍କାର ଦେବା ସହ କାମକୁ ସାଧୁବାଦ ଜଣାଇଥିଲେ। ଯୁବକମାନଙ୍କୁ ପୁଅ ବୋଲି ସମ୍ବୋଧନ କରି ଅନ୍ୟ ଲୋକଙ୍କୁ ବନ୍ଧୁ ଭଳି ଟ୍ରାଫିକ ନିୟମ ବିଷୟରେ ଜଣାଇବା ନିଶ୍ଚିତ ପ୍ରଶଂସନୀୟ କାମ। ଭିଡିଓଟି କେଉଁ ସ୍ଥାନର ଏପର୍ଯ୍ୟନ୍ତ ଜଣାପଡିନାହିଁ। କିନ୍ତୁ ଭିଡିଓକୁ ସୋସିଆଲ ମିଡିଆରେ ଅନେକ ଲୋକ ଦେଖିସାରିଲେଣି ଆଉ ସେୟାର ମଧ୍ୟ କରିସାରିଲେଣି।