ଚୈତ୍ର ମାସରେ ପାଳିତ ହେଉଥିବା ପନ୍ଥେଇ ପୂଜା ବା ବାଟ ଓଷାର ଜାଣନ୍ତୁ ପୈାରାଣିକ ମାନ୍ୟତା

ଚୈତ୍ରମାସର ପ୍ରତ୍ୟେକ ମଙ୍ଗଳବାର ଦିନ ମହିଳା ଶ୍ରଦ୍ଧାଳୁ ମାନେ ଗାଁ ଦାଣ୍ଡରେ ମଙ୍ଗଳାଙ୍କ ସ୍ୱରୂପଭାବରେ ପନ୍ଥେଇ ପୂଜା କରିଥାନ୍ତି । ଏହି ପନ୍ଥେଇକୁ ମାଟି ଉପରେ ପ୍ରସ୍ତୁତ କରିଥାନ୍ତି । ଯାଉଥିବା ବାଟରେ ଏହାକୁ ତିଆରି କରାଯାଉଥିବାରୁ ଏହାକୁ ବାଟ ଓଷା ବୋଲି ମଧ୍ୟ କୁହାଯାଏ। ମାଟିରେ ନିର୍ମିତ୍ତ ଏହି ପନ୍ଥେଇ ପୂଜାରେ ଗୁଆ ନଡିଆ ଥୋଇ ବିିଭିନ୍ନ ଫୁଲ ସଜାଇ ସେଥିରେ ଧୂପ ,ଦୀପ ,ସିନ୍ଦୁର, ଚନ୍ଦନ ଦେଇ ମା ମଙ୍ଗଳାଙ୍କୁ ଆବାହନ କରିଥାନ୍ତି।

ଆଜି ଚୈତ୍ର ମାସର ପ୍ରଥମ ମଙ୍ଗଳବାର । କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ପୀଠ ଆଜି ଚଳଚଂଚଳ । ଆଜି ହେଇଛି ମାଆଙ୍କର ଜନ୍ମଉତ୍ସବ ବା ପ୍ରସିଦ୍ଧ ନେତ୍ରୋତ୍ସବ । ପରମ୍ପରା ଅନୁଯାୟୀ ମାଆଙ୍କ ନୂତନ ନେତ ମନ୍ଦିର ଚୂଳରେ ବନ୍ଧା ହେବାର ବିଧି ରହିଛି। ରାତି ୨ଟାରୁ ଦ୍ୱାର ଫିଟା ନୀତି ଆରମ୍ଭ ହୋଇ ମାଆଙ୍କ ଆଳତି କରାଯାଇଥିଲା। ଆଜି ମା ରାଜରାଜେଶ୍ୱରୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି । ସେପଟେ ଚଳଚଞ୍ଚଳ ହୋଇଉଠିଛି ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ତାରାତାରିଣୀଙ୍କ ପୀଠ । ଚଳିତ ମାସରେ ଚାରୋଟି ମଙ୍ଗଳବାର ରହିଥିବା ବେଳେ ଆଜି ପ୍ରଥମ ମଙ୍ଗଳବାର ଠାରୁ ହିଁ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ମନ୍ଦିର ପ୍ରତିଷ୍ଠା ହେବା ପରେ ଚଳିତ ଥର ହେଉଛି ମା’ଙ୍କ ପ୍ରଥମ ଚୈତ୍ର ଯାତ୍ରା ।

ମାଙ୍କ ନିକଟରେ ଯାହା ମନସ୍କାମନା କଲେ ତାହା ପୂରଣ ହୁଏ । ଆଉ ଏଥିପାଇଁ ଦୀର୍ଘ ବର୍ଷ ହେଲା ଚୈତ୍ର ଯାତ୍ରା ସମୟରେ ମା’ଙ୍କୁ ଦର୍ଶନ କରିଥାଉ ବୋଲି କହିଛନ୍ତି ଭକ୍ତ । ଏହାଛଡା ମାଁଙ୍କ ମନ୍ଦିର ତଳେ ମୁଣ୍ଡନ ବ୍ୟବସ୍ଥା କରାଯାଇଥିବା ବେଳେ ଭକ୍ତ ମାନେ ନିଜ ମାନସିକ ଅନୁଯାୟୀ ମୁଣ୍ଡନ କରିଛନ୍ତି । ନିଜର ପ୍ରଥମ ପିଲାର ଚୁଟି ମା’ଙ୍କ ପୀଠରେ କାଟିଲେ ସମ୍ପୃକ୍ତ ଭକ୍ତ ସହ ପରିବାରର ମଙ୍ଗଳ ହୋଇଥାଏ ବୋଲି ଭକ୍ତଙ୍କ ଅତୁଟ ବିଶ୍ବାସ ରହିଛି ।ପ୍ରଥମ ମଙ୍ଗଳବାରରେ ମା’ଙ୍କ ମହାକାଳୀ ବେଶ, ଦ୍ବିତୀୟ ମଙ୍ଗଳବାରରେ ମାଁ ମହା ସରସ୍ଵତୀ, ତୃତୀୟ ମଙ୍ଗଳବାରରେ ମହା ଲକ୍ଷ୍ମୀ ଓ ଶେଷ ମଙ୍ଗଳବାରରେ ମାଁ ମହିଷାମର୍ଦ୍ଧିନୀ ବେଶରେ ମାଁ ଭକ୍ତଙ୍କୁ ଦର୍ଶନ ଦେବେ ବୋଲି ସୂଚନା ଦେଇଛନ୍ତି ମାଙ୍କ ସେବାୟତ ।

 

ଏହିଦିନକୁ ପ୍ରତେକ ସଧବା ମହିଳାମାନେ ଶ୍ରଦ୍ଧା ଓ ଭକ୍ତିର ସହକାରେ ପାଳନ କରିଥାନ୍ତି | ବିଶ୍ଵାସ ରହିଛି ମା’ ଙ୍କ ଏହି ବ୍ରତ ଉପାସନା କରିଲେ ପରିବାରର ମଙ୍ଗଳ ହେବା ସହ ନିସନ୍ତାନଙ୍କୁ ସନ୍ତାନ ପ୍ରାପ୍ତ ହୋଇଥାଏ | ସେଥିପାଇଁ ରାଜ୍ଯର ପ୍ରତେକ ହିନ୍ଦୁ ପରିବାରର ମହିଳାମାନେ ଏହି ଚୈତ୍ର ମାସ ମଙ୍ଗଳବାର ଓଷାକୁ ଭକ୍ତି ଓ ନିଷ୍ଠା ସହକାରେ ପାଳନ କରିଥାନ୍ତି |

 

ପ୍ରତିବର୍ଷ ଚୈତ୍ରମାସରେ ମା’ ମଙ୍ଗଳାଙ୍କ ଝାମୁଜାତ୍ରା ଅନୁଷ୍ଠିତ ହୋଇଥାଏ । କେହି କେହି ଏହାକୁ ଚୈତ୍ର ମଙ୍ଗଳବାର ଓଷା କହିଥିବା ବେଳେ କେହି କେହି ଏହାକୁ ମା ମଙ୍ଗଳାଙ୍କ ପ୍ରସିଦ୍ଧ ପନ୍ଥେଇ ପୂଜା ଅବା ବାଟ ଓଷା କହିଥାନ୍ତି ଯାହା ମାଆଙ୍କ ନିକଟରେ ଝାମୁଯାତ୍ରା ରୂପେ ପାଳନ କରାଯାଏ। ମା’ ମଙ୍ଗଳାଙ୍କ ଉପରେ ଶ୍ରଦ୍ଧାଳୁ ମାନଙ୍କର ରହିଛି ଅଗାଢ ବିଶ୍ୱାସ | ବିପଦ ସମୟରେ ମା’ ମଙ୍ଗଳାଙ୍କ ଶରଣ ପଶିଲେ ମା ମହା ବିପଦରୁ ଉଧାର କରିଥାନ୍ତି ବୋଲି ଭକ୍ତ ମାନଙ୍କର ବିଶ୍ଵାସ ରହିଛି |

ଏହି ଚୈତ୍ରମାସର ପ୍ରତ୍ୟେକ ମଙ୍ଗଳବାର ଦିନ ମହିଳା ଶ୍ରଦ୍ଧାଳୁ ମାନେ ଗାଁ ଦାଣ୍ଡରେ ମଙ୍ଗଳାଙ୍କ ସ୍ୱରୂପଭାବରେ ପନ୍ଥେଇ ପୂଜା କରିଥାନ୍ତି | ଏହି ପନ୍ଥେଇକୁ ମାଟି ଉପରେ ପ୍ରସ୍ତୁତ କରିଥାନ୍ତି | ଯାଉଥିବା ବାଟରେ ଏହାକୁ ତିଆରି କରାଯାଉଥିବାରୁ ଏହାକୁ ବାଟ ଓଷା ବୋଲି ମଧ୍ୟକୁହାଯାଏ। ମାଟିରେ ନିର୍ମିତ୍ତ ଏହି ପନ୍ଥେଇ ପୂଜାରେ ଗୁଆ ନଡିଆ ଥୋଇ ବିିଭିନ୍ନ ଫୁଲ ସଜାଇ ସେଥିରେ ଧୂପ ,ଦୀପ ,ସିନ୍ଦୁର, ଚନ୍ଦନ ଦେଇ ମା ମଙ୍ଗଳାଙ୍କୁ ଆବାହନ କରିଥାନ୍ତି | ପନ୍ଥେଇ ସଜେଇ ସାରି ପାଖରେ ବିର୍ଭିଣ୍ଣ ସୁସ୍‌ାଦୁ ଦ୍ରବ୍ଯକୁ ପ୍ରସାଦ ଭାବରେ ଭୋଗ ଲଗାଇଥାନ୍ତି |

 

ଏହାପରେ ମଙ୍ଗଳାଙ୍କ ପୁରାଣ ପାଠ କରିଥାନ୍ତି | ପୁରାଣ ପାଠ କରିସାରିବା ପରେ ପନ୍ଥେଇ ଉପରେ ପଣା ଅର୍ପଣ କରି ଦୂବ,ଫୁଲ ଦେଇ ବନ୍ଦାପନା କରି ଧୂପ ଦୀପ ଦ୍‌ାରା ଆଳତି କରିଥାନ୍ତି | ଏହାପରେ ମହିଳା ଶ୍ରଦ୍ଧାଳୁ ମାନେ ମୁଣ୍ଡିଆ ମାରି ମାଙ୍କ କୃପାଭିକ୍ଷା କରିଥାନ୍ତି | ଏହି ପନ୍ଥେଇ ପୂଜା କରି ଯାହା ମାନସିକ କରାଯାଇଥାଏ ତାହାକୁ ମା’ ମଙ୍ଗଳା ପୁରଣ କରିଥାନ୍ତି ବୋଲି ବିଶ୍ଵାସ ରହିଛି | ଏହି ପରମ୍ପରା କାହିଁ କେଉଁ ଆବାହମାନ କାଳରୁ ଚାଲିଆସିଛି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.