ଜନ୍ମଦିନରେ କେକ୍‌ ନମିଳିବାରୁ ବରଫର କେକ୍‌ କାଟିଲେ ଯବାନ, ଦେଖନ୍ତୁ ଏହି ହୃଦୟସ୍ପର୍ଶୀ ଭିଡ଼ିଓ

ଆପଣ ନିଜ ଘରେ ଏବେ କମ୍ବଳ ଭିତରେ ପଶି ଥଣ୍ଡାର ଉପଭୋଗ କରୁଥିବେ। କିନ୍ତୁ ଅନ୍ୟପଟେ ସର୍ବନିମ୍ନ ତାପମାତ୍ରାରେ ସେନାର ଯବାନମାନେ ସୀମାରେ ଦେଶକୁ ସୁରକ୍ଷା ଦେଉଛନ୍ତି। ଏହି ସମୟରେ ସେମାନଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ଏତେ ଭୟଙ୍କର ଥଣ୍ଡାରେ ଯବାନମାନଙ୍କୁ ଚାରିଆଡେ କେବଳ ବରଫ ବ୍ୟତୀତ ଆଉ କିଛି ଦେଖାଯାଇନଥାଏ। କିନ୍ତୁ ଏଭଳି ପରିସ୍ଥିତିରେ ମଧ୍ୟ ସେମାନେ ଦେଶର ସେବା ପାଇଁ ନିଜ ଜୀବନକୁ ବାଜି ଲଗାଇଦେଇଥାନ୍ତି।

ଏସବୁ ମଧ୍ୟରେ ସେନାର ଯବାନମାନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ସେନାର ଜଣେ ଯବାନ ବରଫର କେକ୍‌ କାଟୁଥିବାରୁ ଦେଖିବାକୁ ମିଳିଛି। ସାଧାରଣତଃ ଜନ୍ମଦିନ ଆସିଲେ ଆମେମାନେ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରିଥାଉ। ଏହାବ୍ୟତୀତ କେକ୍‌ ମଧ୍ୟ ଅର୍ଡର କରିଥାଉ କିନ୍ତୁ ଏହି ଭିଡିରେ ଜଣେ ସେନାର ଯବାନ ନିଜର ଜନ୍ମଦିନରେ ଚକଲେଟ୍‌ ର କେକ୍‌ ନୁହେଁ ବରଂ ବରଫର କେକ୍‌ କାଟୁଥିବାର ନଜର ଆସିଛନ୍ତି।

ice-cakeବାସ୍ତବରେ ସୀମାରେ କେକ୍‌ ପାଇବା ବହୁତ କଷ୍ଟ। ସୀମାରେ ଯବାନମାନଙ୍କ ପାଇଁ ଆବଶ୍ୟକୀୟ ଜିନିଷ ଏବଂ ଖାଦ୍ୟ ମିଳିବା ବହୁତ ବଡ। ଏହିକାରଣରୁ ଯେତେବେଳେ ଜଣେ ଯବାନଙ୍କ ଜନ୍ମଦିନ ଆସିଥିଲା ସେହିସମୟରେ କେକ୍‌ ନମିଳିବାରୁ ଯବାନ୍‌ ଜଣଙ୍କ ବରଫର କେକ୍‌ କାଟିଛନ୍ତି।

ସୂଚନା ମୁତାବକ ଏହି ଭିଡିଓକୁ ପୂର୍ବ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସହବାଗ୍‌ କିଛି ମାସ ପୂର୍ବରୁ ନିଜର ଅଫିସିଆଲ୍‌ ଟ୍ଵିଟର ଆକାଉଣ୍ଟରୁ ସେୟାର କରିଥିଲେ। ୧୪ ସେକେଣ୍ଡର ଏହି ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୧ ଲକ୍ଷରୁ ଅଧିକ ଲୋକ ଦେଖିସାରିଛନ୍ତି। ବୀରେନ୍ଦ୍ର ସହବାଗ୍‌ ଏହି ଭିଡିଓ ପୋଷ୍ଟ କରି ଯବାନମାନଙ୍କୁ ସ୍ୟାଲୁଟ୍‌ କରିବା ସହ ଲେଖିଛନ୍ତି, ‘‘ଭାରତୀୟ ସେନାର ଯବାନମାନେ ନିଜର ଜନ୍ମଦିନ ପାଳନ କରୁଛନ୍ତି। ବରଫ କେକ୍‌ ର ସୁନ୍ଦରତା ଜଣେ ସୈନିକ ହିଁ ଜାଣିପାରିବ। ସେନାର ବଳିଦାନ ବିଷୟରେ କହିବା ପାଇଁ କୌଣସି ଶଦ୍ଧ ନାହିଁ। ଏହାକୁ ପରିଭାଷିତ କରାଯାଇପାରିବ ନାହିଁ।’’

Leave A Reply

Your email address will not be published.