ଭିଜିଲାନ୍ସ ଜାଲରେ ଜଗତସିଂହପୁର ତିର୍ତ୍ତୋଲ କୋର୍ଟରେ କାର୍ଯ୍ୟରତ ପୋଲିସ ଏଏସ୍‌ଆଇ, ୩ଟି ସ୍ଥାନରେ ଏକକାଳୀନ ଚାଲିଛି ରେଡ୍‌

ଜଗତସିଂହପୁର: ଭିଜିଲାନ୍ସ ଜାଲରେ ପୋଲିସ ବାବୁ। ପୋଲିସ ଏଏସ୍‌ଆଇଙ୍କ ଘରେ ଭିଜିଲାନ୍ସ ଚଢାଉ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଗତସିଂହପୁର ତିର୍ତ୍ତୋଲ କୋର୍ଟରେ କାର୍ଯ୍ୟରତ ପୋଲିସ ଏଏସ୍‌ଆଇ ରବୀନ୍ଦ୍ର ନାଥ ସେନାପତିଙ୍କ ଘରେ ଚଢାଉ ଚାଲିଛି।

ତାଙ୍କ ବାସଭବନ ସମେତ ଏରସମାର ପୈତୃକ ଘର ଗଡବିଶନପୁର, ଭୁବନେଶ୍ୱର ହଂସପାଳ ସ୍ଥିତ ଫ୍ଲାଟ ଓ ତିର୍ତ୍ତୋଲ କୋର୍ଟ କାର୍ଯ୍ୟାଳୟରେ ଚଢାଉ ଚାଲିଛି। କଟକ ସ୍ପେଶାଲ୍‌ ଭିଜିଲାନ୍‌ସ ଟିମ୍‌ ପକ୍ଷରୁ ୩ଟି ସ୍ଥାନରେ ଏକକାଳୀନ ରେଡ୍‌ ଚାଲିଛି। ବର୍ତ୍ତମାନ ସୁଦ୍ଧା ବ୍ୟାଙ୍କ ଲହର, ପାସବୁକ୍‌ ଓ ସୁନାଗହଣା ଜବତ ହୋଇଛି।

Leave A Reply

Your email address will not be published.