ଟିମ୍ ଇଣ୍ଡିଆ ପାଇଁ ଖୁସି ଖବର, ମେଲବର୍ଣ୍ଣରେ ପହଞ୍ଚିଲେ ରୋହିତ ଶର୍ମା

ଟିମ୍ ଇଣ୍ଡିଆ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଏବେ ଟେଷ୍ଟ ସିରିଜ ଚାଲିଛି। କିନ୍ତୁ ଟିମ ଇଣ୍ଡିଆକୁ ଏଯାଏଁ ମଜବୁତ ଓପନିଂ ଯୋଡି ମିଳିପାରିନାହିଁ । ତା’ ପୂର୍ବରୁ ତୃତୀୟ ଟେଷ୍ଟ ପୂର୍ବରୁ ଦଳ ପାଇଁ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ଭାରତୀୟ ଷ୍ଟାର ବ୍ୟାଟସମ୍ୟାନ୍ ରୋହିତ ଶର୍ମା ଆଜି ଭାରତୀୟ ଦଳ ସହ ସାମିଲ ହେଉଛନ୍ତି । ଆଇପିଏଲରେ ଆହତ ହୋଇଥିବା ରୋହିତ ଏନସିଏରେ ଫିଟନେସ୍ ଟେଷ୍ଟ ଦେଇଥିଲେ । ପରେ ସେ ଗତ ୧୬ ତାରିଖରେ ଅଷ୍ଟ୍ରେଲିଆରେ ପହଁଚିଥିଲେ । ଏହାସହ ୧୪ ଦିନ କ୍ୱାରେଣ୍ଟାଇନରେ ରହିଥିଲେ ।

ବିସିସିଆଇର ସୂତ୍ରାନୁସାରେ, ଆଜି ରୋହିତ ମେଲବର୍ଣ୍ଣରେ ପହଞ୍ଚି ଷ୍ଟାଡିୟମରେ ଖେଳାଳିଙ୍କ ସହ ଅଭ୍ୟାସ କରିଛନ୍ତି। ଏହାସହ ତୃତୀୟ ଟେଷ୍ଟ ମଧ୍ୟ ମେଲବର୍ଣ୍ଣରେ ଖେଳାଯିବ ବୋଲି ସ୍ପଷ୍ଟ ହୋଇଛି । କାରଣ ତୃତୀୟ ମ୍ୟାଚ୍ ସିଡନୀରେ ଖେଳାଯାଇଥାନ୍ତା । କିନ୍ତୁ କରୋନା ମାମଲା ବଢିବା ପରେ ଏଥିରେ ପରିବର୍ତ୍ତନ କରାଯାଇଛି ।

rohit sharma

ସିଡନୀରେ କରୋନା ମାମଲା ପାଇଁ ତୃତୀୟ ଟେଷ୍ଟର ଆୟୋଜନ ମେଲବର୍ଣ୍ଣରେ ହେବ । ଜାନୁଆରୀ ୭ରୁ ୧୧ ମଧ୍ୟରେ ତୃତୀୟ ଟେଷ୍ଟ ଖେଳାଯିବ । ବିସିସିଆଇ ମଧ୍ୟ ରୋହିତଙ୍କୁ କ୍ୱାରେଣ୍ଟାଇନ ପୂରଣ ପାଇଁ ଅନୁମତି ଦେବାକୁ କ୍ରିକେଟ ଅଷ୍ଟ୍ରେଲିଆକୁ ଅନୁରୋଧ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.