କୌଣସି ମହିଳା ନୁହେଁ ବରଂ କୁକରକୁ ବିବାହ କଲେ ଯୁବକ, ଦେଖନ୍ତୁ ଫଟୋ

କୁକରକୁ ବିବାହ କଲେ ଯୁବକ। ବିଶ୍ୱାସ ଲାଗୁନଥିଲେ ବି ଏହା ସତ। ଲୋକମାନେ ସାଧାରଣତଃ ନିଜକୁ ବୁଝିପାରୁଥିବା ଭଳି ଜଣେ ପାର୍ଟନରକୁ ବାହା ହେବାକୁ ପସନ୍ଦ କରୁଥିବା ବେଳେ ଏହି ବ୍ୟକ୍ତି କିନ୍ତୁ ଏକ ରାଇସ୍‌ କୁକରକୁ ବିବାହ କରିଛନ୍ତି। ଇଣ୍ଡୋନେସିଆର ଏହି ବ୍ୟକ୍ତିଙ୍କ ନାମ ଖୋଇରୁଲ ଅନାମ୍‌ ବୋଲି ଜଣାଯାଇଛି।

ଖୋଇରୁଲ ନିଜ ଫେସ୍‌ବୁକ୍‌ ଆକାଉଣ୍ଟରେ ବିବାହ ବେଳର ଫଟୋ ସେୟାର କରିଛନ୍ତି। ଫଟୋରେ ସେ କୁକରକୁ ବୋହୂ ବେଶରେ ସଜାଇଛନ୍ତି ଓ ନିଜେ ସେରଓ୍ଵାନି ପିନ୍ଧିଥିବା ଦେଖାଯାଇଛି। ସେ ହାତରେ କୁକରକୁ ଧରି ପୋଜ୍‌ ଦେଇ ଫଟୋ ସେୟାର କରିଛନ୍ତି।


ଏହି ଫଟୋ ସୋସିଆଲ ମିଡିଆରେ ସେୟାର ହେବା ପରେ ଲୋକମାନେ ବହୁ ମଜାଳିଆ କମେଣ୍ଟ କରୁଛନ୍ତି। କିଏ କହୁଛି ଅଟକିଯାଅ ତ ଆଉ କିଏ କହୁଛି ଖୁବ୍‌ ବଢ଼ିଆ। ଆଉ କିଛି ଲୋକ ବ୍ୟକ୍ତିଙ୍କର ଏହା ପାଗଳାମୀ ବୋଲି କହି ଟ୍ରୋଲ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.