ମହିଳାଙ୍କ ପାଇଁ ଦିନଟିଏ, ଆଜି ଅନ୍ତର୍ଜାତୀୟ ମହିଳା ଦିବସ

ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ମହିଳାଙ୍କ ପାଇଁ ଦିନଟିଏ । ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବରେ ପାଳନ କରାଯାଉଛି । ଏବର୍ଷର ଥିମ୍‌ ରହିଛି, I am Generation Equality: Realizing Women’s Rights । ସମଗ୍ର ବିଶ୍ୱରେ ମହିଳାଙ୍କ ପ୍ରତି ସମ୍ମାନ ଓ ଭଲ ପାଇବା ଜଣାଇବା ପାଇଁ ପାଳନ କରାଯାଏ ଏହି ଦିବସ । ମହିଳାଙ୍କୁ ସମ୍ମାନ ଜଣାଇବା ସହ ସେମାନଙ୍କ ତ୍ୟାଗ ଓ ପରିଶ୍ରମକୁ ସ୍ୱୀକୃତି ପ୍ରଦାନ କରାଯାଇଥାଏ । କେବଳ ଭାତ ନୁହେଁ, ବିଦେଶରେ ମଧ୍ୟ ମହିଳା ଦିବସ ବେଶ ଧୁମଧାମରେ ପାଳନ କରାଯାଇଥାଏ । ପ୍ରଥମ ଥର ପାଇଁ ମହିଳା ଦିବସ ନ୍ୟୁୟର୍କ ସହରରେ ୧୯୦୯ ମସିହା ମାର୍ଚ୍ଚ ୮ ତାରିଖରେ ପାଳନ କରାଯାଇଥିଲା । ପୁରୁଷ ପ୍ରାଧ୍ୟାନ୍ୟ ସମାଜରେ ମହିଳାଙ୍କ ସମାନ ଅଧିକାର ଦେବା ଅନ୍ତର୍ଜାତୀୟ ମହିଳା ଦିବସ ପାଳନରେ ବାର୍ତ୍ତା ଦେଉଛି । ସେମାନଙ୍କର ମଧ୍ୟ ସମାଜରେ ପୁରୁଷଙ୍କ ଭଳି ମୁଣ୍ଡ ଟେକି ସମ୍ମାନର ସହ ବଞ୍ଚିବାର ଅଧିକାର ରହିଛି ।

Leave A Reply

Your email address will not be published.