ଭାରତର ମିଠା ନୁହେଁ ଜିଲାପି, ଜାଣନ୍ତୁ ଏହା କେଉଁଠୁ ଆସିଛି

ଜିଲାପିର ନାମ ଶୁଣିବା ମାତ୍ରେ ଅନେକଙ୍କ ମୁହଁରେ ପାଣି ଆସିଯାଇଥାଏ । ଆଉ କେହି ଯଦି ଆମକୁ ଏହି ଜିଲାପି ଖାଇବାକୁ ଅଫର କରେ ତେବେ କିଏ ବା ମନା କରିବ । ବର୍ଷା ଦିନ ହେଉ କିମ୍ବା ଶୀତ ଦିନର ସମୟ ହେଉ ଗରମ ଗରମ ଜିଲାପି ଖାଇବାର ମଜା  କିଛି ନିଆରା ହିଁ ଥାଏ । ଏମିତିକି ଭାରତର ପରମ୍ପରାରେ ଝିଅ ବିଦା ବେଳେ  ମିଠା ଭାରରେ ଜିଲାପିକୁ ମଧ୍ୟ ସାମିଲ କରାଯାଏ । ଯେହେତୁ ଅନେକ ଦିନ ହେବ ଏହି ଜିଲାପି ଭରତରେ ମିଠା ଭିତରେ ଗୋଟିଏ ସ୍ବତନ୍ତ୍ର ସ୍ଥାନ ନେଇଛି ତେଣୁ କେହି କେହି ଏହାକୁ ଭାରତର ମିଠା ବୋଲି ଦାବି କରନ୍ତି । କିନ୍ତୁ ବାସ୍ତବରେ ଏହା ଭାରତର ନୁହେଁ ବରଂ ପର୍ଶିୟା ଦେଶରୁ ଆସିଛି ।

ଜିଲାପିର ଆରମ୍ଭ

ଆରବିକ ଶଦ୍ଦ ଓ ଫରାସୀ ଶଦ୍ଦ ‘ଜଲିବିୟା’ରୁ ଏହି ଜିଲାପି ଶଦ୍ଧ ଆସିଛି । ମଧ୍ୟକାଳୀନ ପୁସ୍ତକ ‘କିତାବ-ଅଲ-ତବିକ’ରେ ‘ଜଳବିୟା’ ନାମକ ମିଠା ଦ୍ରବ୍ୟର ବିଷୟରେ ଉଲ୍ଲେଖ ରହିଛି ଯାହାର ଉତ୍ପତ୍ତି ପଶ୍ଚିମ ଏସିଆରେ ହୋଇଥିଲା । ଇରାନରେ ଏହା ଜୁଲାବିୟା ଓ ଜୁଲୁବିୟା ନାମରେ ମିଳିଥାଏ । ଦଶମ ଶତାଦ୍ଧିରେ ଆରବିକ୍ ଖାଦ୍ୟ ପ୍ରସ୍ତୁତ ପୁସ୍ତକରେ ‘ଜୁଲୁବିୟା’ ତିଆରି କରିବାର ପଦ୍ଧତିକୁ ଲେଖାଯାଇଥିବାର ଦେଖିବାକୁ ମିଳିଛି । ୧୭ଶହ ଶତାଦ୍ଧି ବେଳକୁ ‘ଭେଜନକୁଟୁହଳା’ ନାମକ ଏକ ପୁସ୍ତକ ଓ ସଂସ୍କୃତ ପୁସ୍ତକ ‘ଗୁଣ୍ୟଗୁଣବେଧିନି’ରେ ମଧ୍ୟ ଜିଲାପି ବିଷୟରେ ଲେଖାଯାଇଛି ।

କେମିତି ଆସିଲା ଭାରତକୁ

ପାର୍ଶିୟାନ ଭାଷା କହୁଥିବା ତୁର୍କୀ ଆକ୍ରମଣକାରୀଙ୍କ ସହ ଜିଲାପି ଭାରତକୁ ଆସିଥିଲା । ଏହା ମଧ୍ୟ କୁହାଯାଇପାରିବ ଭାରତ ଇତିହାସରେ ଏହି ଜିଲାପି ପାଖାପାଖି ୫୦୦ ବର୍ଷ ପୁରୁଣା ଅଟେ ।ଏହି ୫୦୦ ବର୍ଷ ଭିତରେ ଅନେକ ଜାଗାରେ ଜିଲାପିର ଆକାରରେ ପରିବର୍ତ୍ତନ ଆସିଛି ।

ବିଦେଶରେ ଜିଲାପି

ଭାରତ ଭଳି ଅନେକ ଦେଶରେ ଏହି ଜିଲାପି ମିଳେ ଓ ଏହାର ନାମ କରଣ ମଧ୍ୟ ଭିନ୍ନ ପ୍ରକାର ହୋଇଥାଏ । ଯେପରି ଇରାନାରେ ଜୁଲୁବିୟା,ଟ୍ୟୁନିଶିୟାରେ ଜ‘ଲାବିୟା ଓ ଆରବରେ ଜଲାବିୟା ନାମରେ ଜିଲାପି  ମିଳିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.