ଭୁଲି ଯାଆନ୍ତୁ ମୋଦିଙ୍କୁ : ଗତ ୧୩ ବର୍ଷ ହେବ ଲଗାତାର ବିନା ଛୁଟିରେ କାମ କରୁଛନ୍ତି ଏହି ବ୍ୟକ୍ତି

ସରକାରୀ ଚାକିରି ହେଉ ବା ବେସରକାରୀ । ସବୁ କର୍ମଚାରୀ ସପ୍ତାହରେ ଗୋଟିଏ ଦିନ ଛୁଟି ନିହାତି ନେଇଥାନ୍ତି । ଆଉ ଯଦି ଚାକିରି ସରକାରୀ ହୁଏ ତେବେ କର୍ମଚାରୀଙ୍କ ଖୁସି କହିଲେ ନସରେ । କିନ୍ତୁ ଆଜି ଆମେ ଏମିତି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବୁ ଯିଏ ଗତ ୧୩ ବର୍ଷ ହେବ ଛୁଟି ନେଇ ନାହାଁନ୍ତି । ତାହା ପୁଣି ସରକାରୀ ଚାକିରିରେ । ଲୋକଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଥିବା ଏହି ବ୍ୟକ୍ତି ଜଣକ ହେଉଛନ୍ତି ହିମାଚଳ ପ୍ରଦେଶର ଯୋଗୀନ୍ଦର ସିଂହ ।

ଯୋଗୀନ୍ଦର ପରିବହନ ନିଗମରେ ଜଣେ କଣ୍ଡକ୍ଟର ଭାବରେ କାମ କରନ୍ତି । ୨୦୦୫ରେ ଚାକିରିରେ ଯୋଗ ଦେଇଥିଲେ ଯୋଗୀ । ଆଉ ସେବେଠୋରୁ ଆଜି ମଧ୍ୟରେ ୧୩ ବର୍ଷ ହୋଇଯାଇଥିଲେ ମଧ୍ୟ ଗୋଟିଏ ବି ଛୁଟି ନେଇନାହାଁନ୍ତି । ଜାଣି ଆଶ୍ଚର୍ୟ୍ୟ ହେବେ ଯୋଗୀ କୌଣସି ପର୍ବ ପର୍ବାଣୀ କିମ୍ବା ଉତ୍ସବ ଦିନମାନଙ୍କରେ ମଧ୍ୟ ଡ୍ୟୁଟି କରିଥାନ୍ତି ।

ଏପରିକି ରବିବାର ଦିନ ମଳୁଥିବା ଛୁଟି ମଧ୍ୟ ନିଅନ୍ତି ନାହିଁ ଯୋଗୀ । ସେ ନିଜର ସମସ୍ତ ଛୁଟିକୁ ରୋଡୱେଜକୁ ଦାନ କରିଛନ୍ତି ।ଯୋଗୀଙ୍କ ଏହି କର୍ତ୍ତବ୍ୟନିଷ୍ଠା ପାଇଁ କଳା ସଙ୍ଗମ ନାମକ ଏକ ସଂସ୍ଥା ସମ୍ମାନିତ କରିଥିଲା । କିନ୍ତୁ ସବୁଠାରୁ ଆଶ୍ଚର୍ୟ୍ୟ କଥା ହେଲା ଏହି ଆଓ୍ନାର୍ଡ ନେବା ପାଇଁ ଯୋଗୀ ନେଇ ନଥିଲେ, ତାଙ୍କ ବାପା ଯାଇଥିଲେ । କାରଣ ଏହି ପୁରସ୍କାର ଆଣିବା ପାଇଁ ଛୁଟି ନେବାକୁ ପଡିଥାନ୍ତା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.