ସୁନା ପୁଅ ନୀରଜ ଚୋପ୍ରା

ନୂଆଦିଲ୍ଲୀ : ଜାକର୍ତ୍ତା ଏସୀୟ କ୍ରୀଡ଼ାର ନବମ ଦିନରେ ଭାରତ ପାଇଁ ସେ ଆଣିଛନ୍ତି ଅଷ୍ଟମ ସ୍ୱର୍ଣ୍ଣ ପଦକ । ଜାଭେଲିନ୍ ଥ୍ରୋ ଫାଇନାଲ୍ରେ ନୀରଜ ଚୋପ୍ରା ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୮୮ ଦଶମିକ ୦୬ ମିଟର ଫିଙ୍ଗି ସେ ଏହି ସଫଳତା ପାଇଛନ୍ତି । ଏହା ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ । ଚୀନ୍ ଖେଳାଳି ଲିଉ କିଜେନ୍ ରୌପ୍ୟ ପଦକ ପାଇଥିବା ବେଳେ ପାକିସ୍ତାନର ନଦୀମ ଅସଦଙ୍କୁ ମିଳିଛି ବ୍ରୋଞ୍ଜ । ଚଳିତ ଏସାଆଜଡ୍ରେ ନୀରଜ ସ୍ୱର୍ଣ୍ଣ ପଦକ ଦାବିଦାର ଥିଲେ ।
ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ଜିତି ଇତିହାସ ରଚିଛନ୍ତି ନୀରଜ । କୌଣସି ଭାରତୀୟ ଜାଭେଲିନ୍ରେ ଏସିଆଡ୍ରେ କେବେ ବି ସ୍ୱର୍ଣ୍ଣ ପଦକ ଜିତି ନଥିଲେ । ଗତବର୍ଷ ଭୁବନେଶ୍ୱରରେ ଅନୁଷ୍ଠିତ ଆଥଲେଟିକ୍ ଚାମ୍ପିଅନ୍ସିପ୍ରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ନୀରଜ ଚୋପ୍ରା ।