କାଳିଘାଟ ମନ୍ଦିରରେ ମାଆଙ୍କୁ ଦିଆଯାଏ ଛାଗ ବଳି, ଏଠାରେ ରହିଛି ମାଆଙ୍କୁ ନେଇ ସ୍ୱତନ୍ତ୍ର ପୂଜା ବିଧି, ଜାଣନ୍ତୁ

କୋଲକାତାରେ ଅବସ୍ଥିତ ମାତା କାଳୀଙ୍କ ପ୍ରସିଦ୍ଧ ଦେବୀ ପୀଠ କାଳିଘାଟ ମନ୍ଦିର। ହୁଏତ ମନ୍ଦିରର ନାମ ଆପଣ ଅନେକ ବାର ଶୁଣିଥିବେ। ପୋରାଣିକ ମାନ୍ୟତା ଅନୁଯାୟୀ, ଦେବୀ ସତୀଙ୍କ ଶରୀର ୫୧ ଖଣ୍ଡରେ ଭାଗ ହେଲା ପରେ ମାତାଙ୍କ ଡାହାଣ ପାଦର ଆଙ୍ଗୁଠି ଏହି ସ୍ଥାନରେ ପଡିଥିଲା। ଯେଉଁସ୍ଥାନରେ ଏହି ଆଙ୍ଗୁଠି ପଡିଥିଲା ସେହି ସ୍ଥାନର ନାମ କାଳୀ କୁଣ୍ଡ ରଖାଗଲା। ମାନ୍ୟତା ରହିଥିଲା ଯେ ପ୍ରଥମେ ଭକ୍ତ ଏହି କୁଣ୍ଡରେ ସ୍ନାନ କରି ପରେ ଦେବୀ ମାଆଙ୍କ ଦର୍ଶନ କରିଥାନ୍ତି। କିନ୍ତୁ ପରେ ଏହି କୁଣ୍ଡ ବିଲୁପ୍ତ ପ୍ରାୟ ହୋଇଯାଇଥିଲା।

୧୯୬୪ ମସିହାରେ ସ୍ୱତନ୍ତ୍ର ଦେଖାଶୁଣା କରିବା ପାଇଁ ମନ୍ଦିର କମିଟି ଗଠନ କରାଗଲା। ଏଠାରେ ମାଆଙ୍କର ଏକ ଭୟାନକ ରୂପ ଦେଖିବାକୁ ମିଳିଥାଏ । ମାଆଙ୍କ ପ୍ରତିମା କଳାପଥରେ ତିଆରି ହୋଇଥିବା ବେଳେ ମାଆଙ୍କ ମୂର୍ତି ରେ ସୁନା ହାତ ସୁନା ଜିହ୍ଵା ,ଖଡ୍ଗ ଓ ମୁକୁଟ ଶୋଭା ପାଉଛି।କେବଳ ଜିହ୍ଵାର ଓଜନ ଦୁଇ କିଲୋ ଦୁଇ ଶହ ଏକାବନ ଗ୍ରାମ। ମା ସଦା ସର୍ବଦା ଜାଗ୍ରତ ।ତେଣୁ କୌଣସି ଭକ୍ତ ଖାଲି ହାତରେ ଫେରନ୍ତି ନାହିଁ। କୁହାଯାଏ ଯେ ମାତା କାଳୀଙ୍କ ଉପାସକ କେବଳ ହିନ୍ଦୁ ନଥିଲେ ବରଂ ଇଂରେଜମାନେ ମଧ୍ୟ ଥିଲେ। ଇତିହାସକୁ ଦେଖିଲେ ଜଣାପଡେ, ପୂର୍ବେ ଇଷ୍ଟ ଇଣ୍ଡଆ କମ୍ପାନୀର ମାଲିକ କୌଣସି ଜରୁରୀ କାମ କରିବା ପୂର୍ବରୁ କାଳିଘାଟ ମନ୍ଦିରରେ ପ୍ରଥମେ ମାଆଙ୍କ ଦର୍ଶନ କରୁଥିଲେ । କାଳୀମନ୍ଦିର ପରିସରରେ ରହିଛି କୁଣ୍ଡ ଆକଳନରେ ଏକ ପୁୁଷ୍କରଣୀ। ଯାହାର ଜଳରାଶି କୁ ଶ୍ରଦ୍ଧାଳୁ ମାନେ ସ୍ପର୍ଶ କରି ତୃପ୍ତ ହୋଇଥାନ୍ତି।

କାଳିଘାଟ ମନ୍ଦିରର ଅନେକ ମାହାତ୍ମ୍ୟ ରହିଛି। ପ୍ରତିବର୍ଷ ଏହି ସ୍ଥାନକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ। ବାହାର ଦେଶରୁ ମଧ୍ୟ ଦେବୀ ମାଆଙ୍କ ଦର୍ଶନ ପାଇଁ ଭକ୍ତ ଆସିଥାନ୍ତି। ଏହି ଭବ୍ୟ ମନ୍ଦିରର ନିର୍ମାଣ ୧୮୦୯ ମସିହାରେ ହୋଇଥିଲ। । ପୁରାଣ ଅନୁଯାୟୀ, ଏହି ମନ୍ଦିରର ନିର୍ମାଣ ବ୍ରହ୍ମାନନ୍ଦ ଗିରି ନାମକ ଜଣେ ସାଧୁ କରିଥିଲେ। ଗୁରୁ ବ୍ରହ୍ମାନନ୍ଦ ଗିରି ଦକ୍ଷିଣ ଭାରତର ନୀଳଗିରି ପର୍ବତର ଏକ ଗୁମ୍ଫାରେ ବାସ କରୁଥିଲେ । ସେ ମାଆ କାଳୀଙ୍କ ଉପାସକ ଥିଲେ । ମାଆ କାଳୀ ତାଙ୍କ ସ୍ୱପ୍ନରେ ଆସି ମନ୍ଦିର କରିବା ପାଇଁ ଆଦେଶ ଦେବା ପରେ ସେ ଏହି ମନ୍ଦିର ନିର୍ମାଣ କରାଇଥିଲେ । ସେବେଠାରୁ ମାଆଙ୍କ ଭବ୍ୟ ପ୍ରତିମା ଏଠାରେ ପୂଜା ପାଉଛନ୍ତି।

ବିଶ୍ୱାସର ପୀଠ ସ୍ଥଳୀ କାଳୀ ଘାଟର ଶବ୍ଦ କୁ ନେଇ କଲକାତା ର ନାମକରଣ ହୋଇଛି ବୋଲି ମଧ୍ୟ ଅନେକ କୁହନ୍ତି। କୋଲକତା ବାସୀଙ୍କ ମାଆଙ୍କୁ ନେଇ ରହିଛି ପ୍ରଗାଢ଼ ବିଶ୍ୱାସ । ଏଠାରେ ପ୍ରାୟ ସମସ୍ତଙ୍କ ଘରେ ମଧ୍ୟ ମାଆ କାଳୀଙ୍କ ପୂଜା କରଯାଏ । ବିଶ୍ୱାସ ରହିଛି ଯେ, ଏଠାକୁ ଯେଉଁ ଭକ୍ତ ନିଜ ସମସ୍ୟା ନେଇ ଆସିଥାଏ, ମାଆ ତାର ସବୁ ଦୁଃଖ ଦୂର କରିଦିଅନ୍ତି। ମାଆଙ୍କ ପାଖରୁ କେହି ବି ଖାଲି ହାତରେ ଫେରନ୍ତି ନାହିଁ। ସମ୍ପ୍ରତି ମାଆ ଙ୍କ ଏହି ସ୍ଥାନ ପଶ୍ଚିମବଙ୍ଗ ର ଏକ ପର୍ଯ୍ୟଟନ ସ୍ଥଳୀ ଭାବେ ଅଧ୍ୟ ପରିଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.