ଗୋଟିଏ ରାତିରେ ୧୮ ପୁରୁଷଙ୍କ ସହ ସମ୍ପର୍କ ରଖି ନିଜର ସ୍ୱପ୍ନ ପୂରଣ କଲେ ମହିଳା

ସିଡିନୀ : ଅଷ୍ଟ୍ରେଲିଆର ଜଣେ ମହିଳା ଏମିତି ଏକ ସ୍ୱୀକାରୋକ୍ତି କରିଛନ୍ତି ଯାହାକୁ ଶୁଣିଲେ ଆପଣଙ୍କ ମୁଣ୍ଡ ଘୁରିଯିବ । ଏକ ଶୋ’ ରେ ମହିଳା ଜଣକ କହିଥିଲେ ଯେ ସେ ଗୋଟିଏ ରାତିରେ ଅଧିକରୁ ଅଧିକ ପୁରୁଷଙ୍କ ସହ ସମ୍ପର୍କ ରଖି ନିଜର ଇଚ୍ଛା ପୂରଣ କରିଛନ୍ତି । ଖାଲି ଏତିକି ନୁହେଁ ଏହି କାମରେ ତାଙ୍କୁ ତାଙ୍କର ସ୍ୱାମୀ ମଧ୍ୟ ସହଯୋଗ କରିଛନ୍ତି । ସେ ଗୋଟିଏ ରାତିରେ ୧୮ ପୁରୁଷଙ୍କ ସହ ସମ୍ପର୍କ ରଖି ସାରିଥିବା କଥା ସ୍ୱୀକାର କରିଥିଲେ । ତାଙ୍କର ଏହି ସ୍ୱୀକାରୋକ୍ତି ଶୁଣିଲେ ଆପଣଙ୍କ ପାଦ ତଳୁ ହୁଏତ ମାଟି ଖସିଯାଇପାରେ । କିନ୍ତୁ ଘଟଣାଟି ଶତ ପ୍ରତିଶତ ସତ୍ୟ ।

ଡେଲି ଷ୍ଟାର ରିପୋର୍ଟ ଅନୁଯାୟୀ, ଅଷ୍ଟ୍ରେଲିଆର ସିଡନୀରେ ରହୁଥିବା ୩୦ ବର୍ଷ ବୟସ୍କା ଲୁଇସ ନିଜର ଗ୍ରୁପ ସେକ୍ସ (ବା ବହୁ ପୁରୁଷଙ୍କ ସହ ଏକାବେଳେ ସେକ୍ସ କରିବା ) ସ୍ୱପ୍ନକୁ ପୁରଣ କରିବା ପାଇଁ ଚାହୁଁଥିଲେ । ତେଣୁ ସେ ଏ ସମ୍ପର୍କରେ ନିଜର ସ୍ୱାମୀଙ୍କୁ କହିଥିଲେ । ସ୍ୱାମୀ ମନା କରିବା ପରିବର୍ତ୍ତେ ଏଥିରେ ସହମତ ହେଲେ ଏବଂ ପତ୍ନୀଙ୍କର ଦୀର୍ଘ ଦିନର ସ୍ୱପ୍ନକୁ ପୁରଣ କଲେ । ସବୁଠୁ ବଡ଼ ଆଶ୍ଚର୍ଯ୍ୟ କଥା ଯେ ଯେଉଁ ରାତିରେ ଲୁଇସ ୧୮ ପୁରୁଷଙ୍କ ସହ ସମ୍ପର୍କ ରଖି ନିଜର ଇଚ୍ଛା ଚରିତାର୍ଥ କରୁଥିଲେ ସେତେବେଳେ ସ୍ୱାମୀ ପାଖରେ ରହି କଣ୍ଡୋମ ଯୋଗାଉଥିଲେ ।

ବିବାହ ପରେ ଚରିତାର୍ଥ କଲେ ଇଚ୍ଛା

‘ସେକ୍ସ ଫାଇଲ୍ସ ପାଡ଼କାଷ୍ଟ’ ନାମକ ଶୋ ରେ ଲୁଇସ କହିଛନ୍ତି ଯେ ପ୍ରଥମରୁ ସେ ମୌଳବାଦୀ କାଥୋଲିକ ପରିବାରର ହୋଇଥିବାରୁ ତାଙ୍କର ଇଚ୍ଛା ପୂରଣ କରିପାରିନଥିଲେ । ବିବାହ ପରେ ଦବିଯାଇଥିବା ଇଚ୍ଛାକୁ ପୂରଣ କରିବା ପାଇଁ ସେ ତାଙ୍କ ସ୍ୱାମୀଙ୍କୁ କହିଲେ ଏବଂ ଏଥିରେ ତାଙ୍କ ସ୍ୱାମୀ ମଧ୍ୟ ସହଯୋଗ କଲେ ।

ଏହି କାରଣରୁ କ୍ଲବରେ କଲେ ଜଏନ

ଲୁଇସ କହିଥିଲେ ଯେ ବିଭିନ୍ନ କାମରେ ତାଙ୍କର ସ୍ୱାମୀ ବାହାରେ ରହୁଥିଲେ । ତେଣୁ ସେ ଏକ ସେକ୍ସ କ୍ଲବରେ ଜଏନ କଲେ । ସେ କିଛି ଅପରିଚିତ ଲୋକଙ୍କ ସହ ସମ୍ପର୍କ ସ୍ଥାପନ କଲେ । ସେ ଏକ ସଂଗରେ ବହୁ ପୁରୁଷଙ୍କ ସହ ସମ୍ପର୍କ ରଖିବାର ଲାଳସା ଅନୁଭବ କରିବାକୁ ଚାହୁଁଥିଲେ । ତେଣୁ ସେ ତାଙ୍କ ସ୍ୱାମୀଙ୍କୁ ଏକଥା କହିଲେ । ସ୍ୱାମୀ ମଧ୍ୟ ଏଥିରେ ତାଙ୍କୁ ସହଯୋଗ କଲେ ।

ପ୍ରଥମେ ୧୦ ଓ ପରେ ୧୮ ଜଣଙ୍କ ସହ ରଖିଲେ ସମ୍ପର୍କ

ଲୁଇସ ପ୍ରଥମେ ଗୋଟିଏ ରାତିରେ ୧୦ ଜଣ ପୁରୁଷଙ୍କ ସହ ସମ୍ପର୍କ ରଖିଲେ । ପରେ ଏହି ସଂଖ୍ୟା ବଢ଼ିକରି ୧୮ ହୋଇଗଲା । ଲୁଇସଙ୍କ ସ୍ୱାମୀ କହିଥିଲେ ଯେ ଏଥିରେ ତାଙ୍କୁ କୌଣସି ସମସ୍ୟା ନାହିଁ । ତାଙ୍କ ପତ୍ନୀ କିଛି ଅଲଗା କରିବାକୁ ଚାହୁଁଥିଲେ ତେଣୁ ସେ ତାଙ୍କୁ ସହଯୋଗ କଲେ । ଖାଲି ସେତିକି ନୁହେଁ ଲୁଇସ ଯେବେ ଆହୁରି ଅଧିକ ପୁରୁଷଙ୍କୁ ଡିମାଣ୍ଡ କରିଥିଲେ ସେତେବେଳେ ମଧ୍ୟ ତାଙ୍କ ସ୍ୱାମୀ ତାଙ୍କୁ ସହଯୋଗ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.