ଦାମ ରାଉତଙ୍କୁ ମନେ ପକାଇ ଝୁରୁଛି କାର୍ତ୍ତିକ ପାନ

ଦାମ ରାଉତ ମନ୍ତ୍ରୀ ପଦରେ ଥିଲା ବେଳେ ତାଙ୍କ ଠାରୁ ମୃତ୍ୟୁ ଯାଏ ପାନ ଖାଇ ଆସୁଥିଲେ ଖାଲି ସେତିକି ନୁହେଁ ଦାମ ରାଉତଙ୍କ ଧର୍ମ ପତ୍ନୀ ମଧ୍ୟ ପାନ ଖାଉଥିଲେ l ଏଡ଼େ ବଡ଼ ଲୋକ କାର୍ତ୍ତିକ ଦାସଙ୍କ ଦୋକାନରୁ ପାନ ଖାଇବାକୁ ନେଇ ଯେତିକି କଥା ନୁହେଁ ତାଠାରୁ ବଡ଼ କଥା ହେଉଛି ଦାମ ରାଉତ କାର୍ତ୍ତିକ ଙ୍କୁ ବହୁତ ଭଲ ପାଉଥିଲେ l ଭଲରେ ମନ୍ଦରେ ମନ୍ତ୍ରୀ ଦାମ ରାଉତ କାର୍ତ୍ତିକଙ୍କ କଥା ବୁଝୁଥିବା କଥା କାର୍ତ୍ତିକ କହୁଥିଲେ l ଆଉ ଦାମ ରାଉତଙ୍କ ଜନ୍ମ ଦିନରେ ଯାଇ ଫୁଲ ତୋଡ଼ା ଦେଇ ଆସିଥିଲେ l ଆଉ ସେହି ଫଟୋ କୁ ଧରି ପାନ ଭାଙ୍ଗିଲା ବେଳେ ମନେ ପଡିଗଲେ ଦୁଇ ଟୋପାଏ ଲୁହ ଗଡ଼ାଇ ଦିଅନ୍ତି କାର୍ତ୍ତିକ ଦାସ l

ଭୁବନେଶ୍ୱର(କେନ୍ୟୁଜ୍‌) : ଆଜି ସ୍ମୃତି କାହା ପାଇଁ ସ୍ମୃତି… ତ ଆଉ କିଏ ସ୍ମୃତିକୁ ଝୁରୁଛି ପୁଣି… ସ୍ମୃତି କାହାକୁ ଝୁରୁଛି l ଏମିତି ଏକ ସ୍ମୃତିର କଥାକୁ ନେଇ ମନେ ମନେ ଝୁରୁଥିବା ଜଣେ ମଣିଷର କାହାଣୀ ଆମେ ଆପଣଙ୍କ ସମ୍ମୁଖରେ ଉପସ୍ଥାପନ କରୁଛୁ । ସମୟ ପ୍ରାୟ ସନ୍ଧ୍ୟା ଗଡି ଯାଇଥାଏ l ଏୟାରପୋର୍ଟ ଅଞ୍ଚଳରେ ଛୋଟ ଦୋକାନ ଟିଏ l ଦୋକାନ ଆଗରେ କେତେ ଗୁଡିଏ ଡବା ଓ ଦୋକାନ ଭିତରେ ଅନ୍ୟାନ୍ୟ ଜିନିଷ ରଖା ହୋଇ ଥାଏ l ଦୋକାନ ଭିତରେ ଜଣେ ବ୍ୟକ୍ତି ନିରସ ବଦନରେ ଗୋଟିଏ ଫଟୋକୁ ଧରି ଖଣ୍ଡେ କପଡାରେ ପୋଛିବାରେ ଲାଗିଥାନ୍ତି l ଆମେ କୋଲଡ୍ରିଂକ୍ସ ପିଇବାପାଇଁ ଯାଇଥାଉ ସେଠାରେ ପହଞ୍ଚି ଜାଣିବାକୁ ଚେଷ୍ଟା କଲୁ କଣ ଏହି ଫଟୋରେ କଣ ଅଛି …ଏ କାହାର ଫଟୋ l ବ୍ୟକ୍ତି ଜଣଙ୍କ କାହିଁକି ଫଟୋଟିକୁ ଧରି ଏଭଳି ଆପଣାର କିଏ ହଜିଯିବା ଭଳି ମନ ଦୁଃଖ କରୁଛନ୍ତି l ଫଟୋ ଟି ଦେଖିବା ପରେ ଜଣା ପଡିଲା କି ବ୍ୟକ୍ତି ଜଣଙ୍କ ଧରିଥିବା ଫଟୋ ଟି ଆଉ କାହାର ନୁହେଁ l ଏଇ ନିକଟରେ ଆରପାରିକୁ ଚାଲିଯାଇଥିବା ପୂର୍ବତନ ମନ୍ତ୍ରୀ ଦାମ ରାଉତ l ତାପରେ ପହଞ୍ଚିଲେ ଗ୍ରାହକ ଆଉ ପାନ ଭାଙ୍ଗିବାରେ ଲାଗିଗଲେ ସେହି ବ୍ୟକ୍ତି l ଏତେ ପାନ ଭାଙ୍ଗିଲେ ଯେ ଦେଖି ଆଖି ଖୋସି ହୋଇଗଲା l ଅନେକ ଲୋକ ସେଠାରେ ପହଞ୍ଚି ନିଜ ନିଜର ପାନ ଭାଙ୍ଗି ନେଇ ଆସିଲେ l ପାନ ଭାଙ୍ଗୁ ଭାଙ୍ଗୁ କହିଲେ … ଯିଏ ଏ ଦୋକାନରୁ ପାନ ଦିନକୁ ବହୁତ ପାନ ଖାଇବା ଲୋକ ସେ ତ ଚାଲିଗଲେ l ଏପାନ କିଛି ନୁହେଁ l ତାପରେ ଗୋଟି ଗୋଟି କରି ମନ ଦୁଃଖରେ ସବୁ କଥା କହି ଚାଲିଲେ l

ତେବେ ପାନ ଦୋକାନୀ ଭାଇଙ୍କ ନାମ କାର୍ତ୍ତିକ ଦାସ l ଦୀର୍ଘ ଚାଳିଶ ବର୍ଷ ହେଲା ଏହି ଏୟାରପୋର୍ଟ ଅଞ୍ଚଳ ପାନ ଦୋକାନ କରିଛନ୍ତି l ପାନ ଭାଙ୍ଗୁ ଭାଙ୍ଗୁ ଦିନେ ଦାମ ରାଉତ ମନ୍ତ୍ରୀ ଥିଲା ବେଳେ କାର୍ତ୍ତିକଙ୍କ ପାନ ଦୋକାନରେ ପହଞ୍ଚି ପାନ ଖଣ୍ଡେ ଭାଙ୍ଗିବା ପାଇଁ କହିଥିଲେ l କାର୍ତ୍ତିକ ପାନ ଭାଙ୍ଗି ଦେବା ପରେ ମନ୍ତ୍ରୀ ଦାମ ରାଉତଙ୍କୁ ବହୁତ ଭଲ ଲାଗିଥିଲା l ଆଉ ସେହି ଦିନ ଠାରୁ ପାନ ଭାଙ୍ଗି ଦାମ ରାଉତ ଘରକୁ ନେଲେ l ବେଳେ ବେଳେ କାର୍ତ୍ତିକ ନିଜେ ଭାଙ୍ଗି ପାନ ଘରେ ଦେଇ ଆସନ୍ତି l ଏମିତି ଧୀରେ ଧୀରେ ଦାମ ରାଉତ ମନ୍ତ୍ରୀ ପଦରେ ଥିଲା ବେଳେ ତାଙ୍କ ଠାରୁ ମୃତ୍ୟୁ ଯାଏ ପାନ ଖାଇ ଆସୁଥିଲେ ଖାଲି ସେତିକି ନୁହେଁ ଦାମ ରାଉତଙ୍କ ଧର୍ମ ପତ୍ନୀ ମଧ୍ୟ ପାନ ଖାଉଥିଲେ l ଏଡ଼େ ବଡ଼ ଲୋକ କାର୍ତ୍ତିକ ଦାସଙ୍କ ଦୋକାନରୁ ପାନ ଖାଇବାକୁ ନେଇ ଯେତିକି କଥା ନୁହେଁ ତାଠାରୁ ବଡ଼ କଥା ହେଉଛି ଦାମ ରାଉତ କାର୍ତ୍ତିକ ଙ୍କୁ ବହୁତ ଭଲ ପାଉଥିଲେ l ଭଲରେ ମନ୍ଦରେ ମନ୍ତ୍ରୀ ଦାମ ରାଉତ କାର୍ତ୍ତିକଙ୍କ କଥା ବୁଝୁଥିବା କଥା କାର୍ତ୍ତିକ କହୁଥିଲେ l ଆଉ ଦାମ ରାଉତଙ୍କ ଜନ୍ମ ଦିନରେ ଯାଇ ଫୁଲ ତୋଡ଼ା ଦେଇ ଆସିଥିଲେ l ଆଉ ସେହି ଫଟୋ କୁ ଧରି ପାନ ଭାଙ୍ଗିଲା ବେଳେ ମନେ ପଡିଗଲେ ଦୁଇ ଟୋପାଏ ଲୁହ ଗଡ଼ାଇ ଦିଅନ୍ତି କାର୍ତ୍ତିକ ଦାସ l ଆଉ କୁହନ୍ତି ଜଣେ ଅମାୟିକ ମଣିଷ ଥିଲେ ଦାମ ରାଉତ l ଏବେ ଯେତେବେଳେ ଦାମ ରାଉତ ଆରପାରିକୁ ଚାଲିଗଲେ ଆଉ ନା ପାନ ଯାଉଛି ନା କାର୍ତ୍ତିକ ଯାଇ ପାନ ଖାଇବା ଲୋକ ଦାମ ରାଉତଙ୍କୁ ଦେଖି ପାରୁଛନ୍ତି l ଆଜି ଆଉ ସେ ପାନ ଖାଇବା ଲୋକ ନାହାନ୍ତି ଯେ କି ପାନ ସରିଗଲେ ମଗାଇ ପଠାଇବେ l ଆଜି ଖାଲି କାର୍ତ୍ତିକ ଦାସ ଝୁରୁ ନାହାନ୍ତି ଝୁରୁଛି ତାଙ୍କ ପାନ l କେଉଁ ଦିନ କେମିତି ପାନ ଭାଙ୍ଗି ରଖି ଅପେକ୍ଷା କରନ୍ତି ଯେତେବେଳେ ମନେ ପଡ଼ିଯାଏ ତାପରେ ମନ ଦୁଃଖ କରନ୍ତି ବୋଲି କୁହନ୍ତି କାର୍ତ୍ତିକ l ପାନ ଏବେବି ଭାଙ୍ଗି ରଖି ଥାନ୍ତି ମନେ ମନେ ସତେ ଯେମିତି ନିଜର ମଣିଷ ଟିକୁ ଖୋଜୁଛି ସେମିତି ଲାଗେ ପାନ ଗୁଡିକ ସତେ ଯେମିତି ଦାମ ରାଉତଙ୍କୁ ଖୋଜୁ ଛନ୍ତି ଆଉ ଝୁରୁଛନ୍ତି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.