ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଡକ୍ଟର ଅଚ୍ୟୁତ ସାମନ୍ତ

କନ୍ଧମାଳ ଲୋକସଭାରୁ ପୁଣି ଲଢ଼ିବେ ଡ. ଅଚ୍ୟୁତ ସାମନ୍ତ । ତାଙ୍କୁ ଦ୍ବିତୀୟ ଥର ପ୍ରାର୍ଥୀ କରିଛି ବିଜେଡି । ଟିକେଟ ଘୋଷଣା ପରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ଡକ୍ଟର ଅଚ୍ୟୁତ ସାମନ୍ତ ।

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଲୋକସଭାରୁ ପୁଣି ଲଢ଼ିବେ ଡ. ଅଚ୍ୟୁତ ସାମନ୍ତ । ତାଙ୍କୁ ଦ୍ବିତୀୟ ଥର ପ୍ରାର୍ଥୀ କରିଛି ବିଜେଡି । ଟିକେଟ ଘୋଷଣା ପରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ଡକ୍ଟର ଅଚ୍ୟୁତ ସାମନ୍ତ । କନ୍ଧମାଳବାସୀଙ୍କ ସେବା ପାଇଁ ପୁଣି ଥରେ ସୁଯୋଗ ଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି । 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ଡକ୍ଚର ସାମନ୍ତ । ସେ କହିଛନ୍ତି, ଲୋକସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଛି । କନ୍ଧମାଳ ଜିଲ୍ଲାକୁ ବିକାଶ ଦିଗରେ ଆଗକୁ ନେବାକୁ ପ୍ରୟାସ ଜାରି ରଖିବି । ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦରୁ କନ୍ଧମାଳର ବିକାଶ ପାଇଁ କାମ କରିବି । ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଓ କୃଷିକ୍ଷେତ୍ରରେ ବହୁତ କାମ ହୋଇଛି । ଆଗାମୀ ୫ ବର୍ଷରେ କନ୍ଧମାଳ ବିକଶିତ ଜିଲ୍ଲାରେ ପରିଣତ ହେବ ବୋଲି ଡକ୍ଟର ଅଚ୍ୟୁତ ସାମନ୍ତ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.